ଟିପିଏନ୍ଓଡିଏଲ୍ ପକ୍ଷରୁ ଆସନ୍ତା ୧୩ରେ ହେବ ଜାତୀୟ ଲୋକ ଅଦାଲତ

Share It

ବାଲେଶ୍ଵର, ୯ /୧୨ : ଟିପିଏନ୍ଓଡିଏଲ୍ ପକ୍ଷରୁ ଚତୁର୍ଥ ଜାତୀୟ ଲୋକ ଅଦାଲତ ତଥା ସମାଧାନ ଶିବିର ଆସନ୍ତା ଡିସେମ୍ବର ୧୩ ତାରିଖ ଶନିବାର ଦିନ ଡିଭିଜନ, ସବ-ଡିଭିଜନ କାର‌୍ୟ୍ୟାଳୟ ଏବଂ କଚେରୀ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଉପଭୋକ୍ତାମାନେ ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଦି ସମନ୍ଧୀୟ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ସହାୟତା ପାଇପାରିବେ।

ଏହି ଲୋକ ଅଦାଲତ ସକାଳ ୯ଟା ରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଉପଭୋକ୍ତାମାନେ ଏ ସମ୍ପର୍କିତ ଅଧିକ ସୂଚନା ଡିଭିଜନ କାର‌୍ୟ୍ୟାଳୟରେ ପାଇପାଇବେ। ଉପଭୋକ୍ତାମାନେ ଅଧିକ ବିବରଣୀ ପାଇଁ ଆପଣଙ୍କ ନିକଟସ୍ଥ ଟିପିଏନଓଡିଏଲ୍ ଉପଖଣ୍ଡ କିମ୍ବା ଡିଭିଜନ କାର‌୍ୟ୍ୟାଳୟ ସହିତ ଯୋଗାଯୋଗ କରି ଏ ସମ୍ପର୍କିତ ସହାୟତା ପାଇ ପାରିବେ।

ବର୍ଷର ଅନ୍ତିମ ଲୋକ ଅଦାଲତକୁ ହାତଛଡ଼ା ନ କରି ଅନଧିକୃତ ବିଜୁଳି ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଦି ସହିତ ଜଡିତ ପ୍ରବର୍ତ୍ତନ ମାମଲାଗୁଡିକର ସମାଧାନ ପାଇଁ ନିକଟସ୍ଥ ବିଦ୍ୟୁତ୍ ଉପଖଣ୍ଡ/ଡିଭିଜନ କାର‌୍ୟ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଟିପିଏନଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ବିଦ୍ୟୁତ୍ ଚୋରିରୁ ନିବୃତ ରହିବାକୁ ମଧ୍ୟ ଉପଭୋକ୍ତାମାନଙ୍କୁ ଟିପିଏନଓଡ଼ିଏଲ ପରାମର୍ଶ ଦେଇଛି।


Share It

Comments are closed.