ମିଶୋର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଡିସେମ୍ବର ୩ ବୁଧବାର ଖୋଲିବ

Share It

ଭୁବନେଶ୍ୱର: ମିଶୋ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଡିସେମ୍ବର ୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ତାହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଡିସେମ୍ବର ୨ ମଙ୍ଗଳବାର ବିଡ୍ ଦାଖଲ କରିପାରିବ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫ ଡିସେମ୍ବର ୫ ଶୁକ୍ରବାର।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୦୫ ଟଙ୍କାରୁ ୧୧୧ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୧୩୫ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ସେଥିରେ ୧୩୫ଟି ଲେଖାଏଁ ସେୟାର ଯୋଡ଼ିପାରିବେ। ଏହି ଇସ୍ୟୁରେ ୪,୨୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୧୦୫,୫୧୩,୮୩୯ ଇକ୍ୱିଟି ସେୟାର ବିକ୍ରି କରିବେ। ଇକ୍ୱିଟି ସେୟାର ବିକ୍ରି କରିବାକୁ ଥିବା ନିବେଶକମାନେ ହେଉଛନ୍ତି ଆଦିତ୍ୟ ଆତ୍ରେ, ସଂଜୀବ କୁମାର, ଏଲିଭେସନ କ୍ୟାପିଟାଲ ଭି ଲିମିଟେଡ, ପିକ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟସ ଭି, ଭେଂଚସ ହାଇୱେ ସିରିଜ ୧, ଗୋଲଡେନ ସମିଟ ଲିମିଟେଡ, ୱାଇ କମ୍ବିନେଟର କଂଟିନିଉଟି ହୋଲଡିଂସ ଏଲଏଲସି, ସରିନ ଫାମିଲି ଇଣ୍ଡିଆ ଏଲଏଲସି, କ୍ରିମସନ ହୋଲଡିଂସ ଏଲଏଲସି, ଟାଇଟାନ ପାଟ୍ରିଅଟ ଫଣ୍ଡ ଲିମିଟେ, ଜେମିନି ଇନଭେଷ୍ଟମେଂଟସ ଏଲ ପି, ମ୍ୟାନ ହେ ଟ୍ୟାମ ଓ ରାଜୁଲ ଗର୍ଗ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଇସ୍ୟୁର ୭୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କୁ ଆବଂଟନ କରିବାକୁ ରଖାଯିବ। କମ୍ପାନି ପକ୍ଷରୁ ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନାରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ସମାନୁପାତିକ ଭିତିରେ ପ୍ରଦାନ କରାଯାଇପାରିବ। ତାହାର ଏକ ତୃତୀୟାଂଶ ଭାଗ ଘରୋଇ ମ୍ୟୁଚୁଆଲ ଫଣ୍ଡଙ୍କୁ ପ୍ରଦାନ କରାଯିବ। ଇସ୍ୟୁର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକ ଓ ୧୦ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ପାଇଁ ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିବ। କମ୍ପାନିର ଇକ୍ୱିଟି ସେୟାର ପାଇଁ ଏନଏସଇ ମୂଳ ଷ୍ଟକ ଏକ୍ସଚେଂଜ ହେବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ ଓ ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଅଫରର ରେଜିଷ୍ଟ୍ରାର ହେଉଛନ୍ତି କେଫିନ ଟେକ୍ନୋଲୋଜିସ ଲିମିଟେଡ।


Share It

Comments are closed.