ଏମଏସଏମ୍‌ଇକୁ ସୁଦୃଢ଼ କରିବା ଓ ଜାତୀୟ ଶିଳ୍ପ ଅଭିବୃଦ୍ଧି ବଢ଼ାଇବା ପାଇଁ ଆଲୁମିନିୟମ ଆମଦାନୀ ଶୁଳ୍କ କୋହଳ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ସର୍ବେକ୍ଷଣ ରିପୋର୍ଟରେ ଆଲୋକପାତ

Share It

ଭୁବନେଶ୍ୱର: ସିୟୁଟିଏସ୍ ଇଂଟରନ୍ୟାସନାଲ୍ ପକ୍ଷରୁ ଜାରି କରାଯାଇଥିବା ଏକ ପଲିସି ପେପର୍‌ରେ ଭାରତର ମାଧ୍ୟମିକ ଆଲୁମିନିୟମ କ୍ଷେତ୍ର ସାମ୍ନା କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋକପାତ କରାଯାଇଛି। ଭାରତର ଆଲୁମିନିୟମ ଚାହିଦା ବର୍ତମାନର ୫.୩ ନିୟୁତ ଟନ୍‌ରୁ ବୃଦ୍ଧି ପାଇ ୨୦୩୦ ସୁଦ୍ଧା ୮.୩ ନିୟୁତ ଟନକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିବା ବେଳେ ଉତ୍ପାଦନ ଖର୍ଚରେ ବୃଦ୍ଧି ଦେଶର ବିନିର୍ମାଣ ଆକାଂକ୍ଷାକୁ ଲାଇନଚ୍ୟୁତ କରିବାର ଆଶଙ୍କା ସୃଷ୍ଟି କରିଛି।
ଭାରତର ଶିଳ୍ପ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ସର୍ବେକ୍ଷଣ ରିପୋର୍ଟ ଜାରି ହୋଇଛି ଯେଉଁଥିରେ ଭାରତର ବିନିର୍ମାଣ ମୂଲ୍ୟ ଶୃଙ୍ଖଳାକୁ ଆଗକୁ ବଢ଼ାଉଥିବା ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଏମଏସଏମଇ କ୍ଷେତ୍ରକୁ ବର୍ତମାନର ଆମଦାନୀ ଶୁଳ୍କ ଢ଼ାଂଚା କିଭଳି ପ୍ରଭାବିତ କରୁଛି ତାହା ଉପରେ ଆଲୋକପାତ କରାଯାଇଛି।
ଓଡ଼ିଶା: ଶିଳ୍ପ ରୂପାନ୍ତରଣର ଏକ କ୍ଷେତ୍ର
ଏହି ଆହ୍ୱାନର ମୂଳରେ ରହିଛି ଓଡ଼ିଶା। ଏହା ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ପ୍ରମୁଖ ସ୍ମେଲଟର ଓ ବିଶୋଧନାଗାରଗୁଡ଼ିକ ଅନୁଗୁଳ, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାରେ ରହିଛି। ଏହି ବଡ଼ ଶିଳ୍ପଗୁଡ଼ିକ ବ୍ୟତୀତ ହଜାର ହଜାର ଏମଏସଏମଇ କାଷ୍ଟିଂ, ଫେବ୍ରିକେସନ ଓ ଆନୁଷଙ୍ଗିକ ଉତ୍ପାଦନରେ ନିୟୋଜିତ ହୋଇ ଏକ ବ୍ୟାପକ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ସହ ଉଭୟ ନିଯୁକ୍ତି ଓ ନବସୃଜନକୁ ବଢ଼ାଉଛନ୍ତି।
କିନ୍ତୁ ଏହି ଦୃଢ଼ ବ୍ୟବସ୍ଥା ଉପରେ ଏବେ ଚାପ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରଭାବରେ ପ୍ରାଥମିକ ଆଲୁମିନିୟମ ମୂଲ୍ୟ ବଢ଼ିବା ସହ ବ୍ୟବସାୟରେ ତିଷ୍ଠି ରହିବା ଲାଗି ସ୍ଥିର ଓ ପ୍ରତିଯୋଗିତାମୂଳକ ମୂଲ୍ୟରେ କଂଚାମାଲ ଉପରେ ନିର୍ଭରଶୀଳ ଥିବା ଏମଏସଏମଇଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ବହୁତ କମ ମାର୍ଜିନରେ କାରବାର କରୁଥିବା ମାଧ୍ୟମିକ ଉତ୍ପାଦନକାରୀ ଓ ଫେବ୍ରିକେଟରଗୁଡ଼ିକ ଦରଦାମରେ ସାମାନ୍ୟ ଅସ୍ଥିରତା ସେମାନଙ୍କ ବଂଚିରହିବା କିମ୍ବା ବନ୍ଦ ହେବା ପଥ ନିର୍ଧାରଣ କରୁଛି।
ରାଜ୍ୟର ବିନିର୍ମାଣ ବ୍ୟବସ୍ଥା ସମ୍ପର୍କରେ ସଚେତନ ଥିବା ଜଣେ ବରିଷ୍ଠ ଶିଳ୍ପ ପର୍ଯ୍ୟବେକ୍ଷକ କହିଛନ୍ତି ଯେ, “ଓଡ଼ିଶାରେ ଆଲୁମିନିୟମ ଶିଳ୍ପ କହିଲେ କେବଳ ଉତ୍ପାଦନକାରୀମାନଙ୍କୁ ବୁଝାଉନାହିଁ, ଏହା ହେଉଛି ଜୀବିକା, ଦକ୍ଷତା ବିକାଶ ଓ ଆଂଚଳିକ ଅର୍ଥନୈତିକ ସ୍ଥିରତାର ବିଷୟ ମଧ୍ୟ। ଯେତେବେଳେ ଏମଏସଏମଇଗୁଡ଼ିକ ଉପରେ ଖର୍ଚ୍ଚ ଚାପ ସୃଷ୍ଟି ହୁଏ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଯଥା କଂଚାମାଲ ଯୋଗାଣକାରୀଠାରୁ ଫିନିସଡ ଗୁଡ ରପ୍ତାନିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାର ପ୍ରଭାବ ଅନୁଭବ କରିଥାନ୍ତି।’’
ପ୍ରତିଯୋଗିତାମୂଳକ ଆବଶ୍ୟକତା
ଆଲୁମିନିୟମ ମାଧ୍ୟମିକ ନିର୍ମାତା ସଂଘ (ଏଏସଏମଏ)ର ନବେନ୍ଦୁ କେ ଭରଦ୍ୱାଜ ବ୍ୟାପକ ଜାତୀୟ ପ୍ରଭାବ ଉପରେ ଆଲୋକପାତ କରି କହିଛନ୍ତି ଯେ, “ପ୍ରାଥମିକ ଆଲୁମିନିୟମ ଉପରେ ଶୁଳ୍କ ହ୍ରାସ ହେଲେ ତାହା ଆନୁଷଙ୍ଗିକ ରପ୍ତାନିକାରୀମାନଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ବିକାଶମୂଳକ ପଦକ୍ଷେପ ଲାଗି ଆବଶ୍ୟକ ଆଲୁମିନିୟମ ଚାହିଦା ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ନିର୍ମାଣ, ଭିତିଭୂମି, ଅଟୋମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ପାଇଁ ଆଲୁମିନିୟମ ମୂଲ୍ୟଯୁକ୍ତ ଉତ୍ପାଦ ହେଉଛି ପ୍ରମୁଖ ଉପକରଣ।’’
ଏହି ପଲିସି ପେପର ଦର୍ଶାଇଛି ଯେ ବର୍ତମାନର ଶୁଳ୍କ ଢ଼ାଂଚା ଘରୋଇ ଆଲୁମିନିୟମ ମୂଲ୍ୟକୁ ଅନ୍ତର୍ଜାତୀୟ ବେଂଚମାର୍କ ମୂଲ୍ୟଠାରୁ ଅଧିକ ରଖିଛି ଯାହା ଭାରତୀୟ ନିର୍ମାତାଙ୍କୁ ପ୍ରତିଯୋଗିତାରେ ପଛରେ ରଖୁଛି। ମୂଲ୍ୟରେ ଥିବା ଅନ୍ତର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ନିର୍ମାଣ, ଅକ୍ଷୟ ଶକ୍ତି ଭିତିଭୂମି, ଇଲେକ୍ଟ୍ରିକ ଯାନ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ପ୍ରଭାବିତ କରୁଛି ଯେଉଁଥି ପାଇଁ ବିପୁଳ ପରିମାଣର ଆଲୁମିନିୟମ ଆବଶ୍ୟକ।
ଆଗାମୀ ପଥ: ଏକ ପ୍ରମାଣ ଆଧାରିତ ନୀତି ସଂସ୍କାର
ଏହି ପେପର ଶୁଳ୍କ କୋହଳ କରିବାର ଏକ ମାମଲା ଉପସ୍ଥାପନ କରି ଆମଦାନୀ ପ୍ରତିବନ୍ଧକ ଦୂର କରିବା ଦ୍ୱାରା ମିଳିବାକୁ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଲାଭ ଉପରେ ଆଲୋକପାତ କରିଛି:
-. ଆନୁଷଂଗିକ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତା କ୍ଷମତା ବଢ଼ାଇବ: ଇନପୁଟ ଖର୍ଚ୍ଚ କମ ରହିଲେ ତାହା ୩୫୦୦ରୁ ଅଧିକ ଆଲୁମିନିୟମ ଏମଏସଏମଇଗୁଡ଼ିକୁ ଏଫଟିଏ ଅଧୀନରେ ଶୁଳ୍କ ମୁକ୍ତ ଫିନିସଡ ଉତ୍ପାଦ ଆମଦାନୀ ବିରୋଧରେ ସଠିକ ଢଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବ ଯାହା ଫଳରେ ଏକ୍ସଟ୍ରୁସନ, କାଷ୍ଟିଂ ଓ ଫେବ୍ରିକେଟେଡ ଉତ୍ପାଦରେ ସେମାନଙ୍କ ବଜାର ଅଂଶ ସମ୍ପ୍ରସାରିତ ହେବ।
-ଶୁଳ୍କ ଅସଙ୍ଗତିରେ ସୁଧାର: କଂଚାମାଲ ଉପରେ ୭.୫ ପ୍ରତିଶତ ଶୁଳ୍କ ଥିବା ବେଳେ ଫିନିସଡ ଉତ୍ପାଦ ଶୁଳ୍କ ମୁକ୍ତ ଭାବେ ପ୍ରବେଶ କରୁଥିବାରେ ରହିଥିବା ଅସଙ୍ଗତିକୁ ଦୂର କଲେ ଯୁକ୍ତିଯୁକ୍ତତା ଆସିବା ଓ ଆମଦାନୀ ବିରୋଧରେ ଘରୋଇ ମୂଲ୍ୟ ଯୋଗ ପ୍ରୋତ୍ସାହିତ ହେବ।
-ନିଯୁକ୍ତି ଓ ରପ୍ତାନି ବଢ଼ାଇବ: ଏମଏସଏମଇ ପ୍ରତିଯୋଗିତାରେ ଉନ୍ନତି ଶ୍ରମ ସମ୍ବେଦନଶୀଳ ଆନୁଷଂଗିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବ ଓ ଭାରତରକୁ ଏକ ପ୍ରାଥମିକ ଧାତବ ବିକ୍ରିଠାରୁ ଆଗକୁ ବଢ଼ାଇ ଭାରତକୁ ଉଚ୍ଚ ମୂଲ୍ୟର ରପ୍ତାନି ବଜାର ହାସଲ କରିବା ଲାଗି ଉପସ୍ଥାପନ କରିବ।
ଜାତୀୟ ପ୍ରଭାବ
ବିକଶିତ ଭାରତ ୨୦୪୭ ଅଧୀନରେ ନିଜକୁ ଭାରତ ଏକ ବିଶ୍ୱସ୍ତରୀୟ ବିନିର୍ମାଣ ହବ ଭାବେ ଉପସ୍ଥାପିତ କରିଥିବା ବେଳେ ଆଲୁମିନିୟମ କ୍ଷେତ୍ରରେ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ନିର୍ମାଣଠାରୁ ଆରମ୍ଭ କରି ବିନିର୍ମାଣ, ପ୍ୟାକେଜିଂ, ଇଲେକ୍ଟ୍ରିକ ଉପକରଣ ପ୍ରୟୋଗ ପର୍ଯ୍ୟନ୍ତ ଏହାର ବ୍ୟବହାରରେ ବିବିଧତା ଓ ନୂଆ ସବୁଜ ପ୍ରଯୁକ୍ତି ଏହାକୁ ପ୍ରତି ଶିଳ୍ପ ଅଭିବୃଦ୍ଧି କାହାଣୀର ମୁଳଦୁଆରେ ପରିଣତ କରିଛି।
ଶେଷରେ ଏହି ପଲିସି ପେପରରେ କୁହାଯାଇଛି ଯେ ଆଲୁମିନିୟମ ଶୁଳ୍କ କୋହଳ କରିବା କେବଳ ଏକ କ୍ଷେତ୍ରଭିତିକ ପଦକ୍ଷେପ ନୁହେଁ ବରଂ ଜାତୀୟ ଶିଳ୍ପ ନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ବର୍ତମାନ ଏମଏସଏମଇଗୁଡ଼ିକୁ ପ୍ରଭାବିତ କରୁଥିବା ଖର୍ଚ୍ଚ ଢ଼ାଂଚାର ସମାଧାନ କରି ନୀତି ନିର୍ମାତାମାନେ ଭାରତୀୟ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ପୂର୍ଣ୍ଣ ସମ୍ଭାବକାକୁ ଉଜାଗର କରିପାରିବେ, ନିଯୁକ୍ତି, ନବସୃଜନ ସମେତ ଓଡ଼ିଶାରୁ ଆରମ୍ଭ କରି ଗୁଜରାଟ, ତାମିଲନାଡୁ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଶିଳ୍ପ କ୍ଲଷ୍ଟରଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇପାରିବେ।


Share It

Comments are closed.