ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ୪,୦୦୦ ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ

Share It

ଭୁବନେଶ୍ୱର, ୨୨ ନଭେମ୍ବର ୨୦୨୫: ରାଜ୍ୟରେ ସେବାଯୋଗାଣ ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ୧,୭୦୦ ଏମଭିଏ ବିତରଣ କ୍ଷମତା ସହିତ ପ୍ରାୟ ୪,୦୦୦ ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛନ୍ତି। ଏହା ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।
ଏହି ସଫଳତା ଏପରି ଏକ ସମୟରେ ଆସିଛି, ଯେତେବେଳେ ଓଡ଼ିଶା ନିଜକୁ ଏକ ସବୁଜ ଶିଳ୍ପ ଏବଂ ସବୁଜ ଶକ୍ତିର କେନ୍ଦ୍ର ଭାବରେ ପରିଚିତ କରିଛି, ଯାହା ପ୍ରଗତିଶୀଳ ନୀତି ଏବଂ ରାଜ୍ୟର ବିକାଶର ରୋଡମ୍ୟାପ୍ ର ଅଂଶ ସ୍ୱରୂପ ଅକ୍ଷୟ ଶକ୍ତି ଏବଂ ସବୁଜ ଶିଳ୍ପକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଥିବା ଦୀର୍ଘକାଳୀନ ଦୃଷ୍ଟିକୋଣକୁ ଦର୍ଶାଏ।
ପ୍ରଯୁକ୍ତିବିଦ୍ୟା ଆଧାରିତ ପରିଚାଳନା ମଡେଲ୍ ସହିତ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ନେଟୱର୍କକୁ ମଜବୁତ କରି, ଅଟୋମେସନ ଏବଂ ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ବିଦ୍ୟୁତ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ଗୁଣବତ୍ତାକୁ ଉନ୍ନତ କରିଆସୁଛନ୍ତି। ଏହାର ଫଳସ୍ୱରୂପ ଜାତୀୟ ର଼୍ୟାଙ୍କିଙ୍ଗରେ ପାୱାର୍ ଡିଷ୍ଟ୍ରିବ୍ୟୁସନ୍ ୟୁଟିଲିଟି ଗୁଡିକର ଇଣ୍ଟିଗ୍ରେଟେଡ୍ ରେଟିଙ୍ଗ୍‌ରେ ଓଡ଼ିଶା ଡିସକମ୍ ଗୁଡିକ ‘ଇ+’ ମାନ୍ୟତା ହାସଲ କରିଛନ୍ତି। ବିଦ୍ୟୁତ ଯୋଗାଣ କ୍ଷମତାରେ ଏହି ବୃଦ୍ଧି, ସୁରକ୍ଷା ଏବଂ ସେବାର ଉଚ୍ଚ ମାନ ବଜାୟ ରଖିବା ସହିତ ଶିଳ୍ପ କ୍ଷେତ୍ରର ବିଦ୍ୟୁତ ଲୋଡ ଏବଂ ଦ୍ରୁତ ଗତିରେ ସହରୀକରଣ ହେଉଥିବା ସମୁଦାୟ ଉଭୟଙ୍କୁ ସହାୟତା କରିବା ପାଇଁ ଡିଜାଇନ୍ କରାଯାଇଛି।
ଏହି ପ୍ରସଙ୍ଗରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀଯୁକ୍ତ ଗଜାନନ କାଲେ ମତ ଦେଇ କହିଛନ୍ତି ଯେ, “ଓଡ଼ିଶା ଏକ ଶକ୍ତି ଏବଂ ଶିଳ୍ପର ପ୍ରମୁଖ କେନ୍ଦ୍ରରେ ପରିଣତ ହେବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ ଉନ୍ନତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ବିଦ୍ୟୁତ ଯୋଗାଣ କ୍ଷମତାରେ ଏହି ବୃଦ୍ଧି, ଅଧିକ ଲୋଡ ସତ୍ତ୍ୱେ ବିନା ବାଧାରେ, ଅଧିକ ଅପଟାଇମ୍ ଏବଂ ଉନ୍ନତ ସେବା ଯୋଗାଇ ଦେବାରେ ସାହାଯ୍ୟ କରିଥାଏ। ଏହି ମାଇଲଖୁଣ୍ଟ ଦର୍ଶାଉଛି ଯେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ନିର୍ଭରଯୋଗ୍ୟ, ସୁଲଭ ଏବଂ ଦୀର୍ଘସ୍ଥାୟୀ ବିଦ୍ୟୁତ ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।“
ଶିଳ୍ପାୟନ, ସହରୀକରଣ ଏବଂ ମହତ୍ତ୍ୱାକାଂକ୍ଷୀ ସବୁଜ ଶକ୍ତି ଏଜେଣ୍ଡା ଦ୍ୱାରା ଓଡ଼ିଶାରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଭରସାଯୋଗ୍ୟ, ସୁଲଭ ଏବଂ ଦୀର୍ଘସ୍ଥାୟୀ ଶକ୍ତି ନିଶ୍ଚିତ କରିବା ପାଇଁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ସ୍ମାର୍ଟ ନେଟୱର୍କ, ଡିଜିଟାଲ୍ ସେବା ଏବଂ ଗ୍ରୀଡ୍ ସ୍ଥିରତା କ୍ଷେତ୍ରରେ ନିବେଶ ଜାରି ରଖିଛନ୍ତି।


Share It

Comments are closed.