ଆକ୍ସିସ୍ ବ୍ୟାଙ୍କ ଓ ଭାରତ ନେକ୍ସଟ୍ ଭେଂଚର୍ସ ପକ୍ଷରୁ କାର୍ଯ୍ୟକାରୀ ପୁଞ୍ଜି ଫାଇନାନ୍ସ ପାଇଁ ସହଯୋଗିତା


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଷ୍ଟାର୍ଟଅପ୍ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ)ଗୁଡ଼ିକୁ କାର୍ଯ୍ୟକାରୀ ପୁଞ୍ଜି ଫାଇନାନ୍ସ ସମାଧାନ ପ୍ରଦାନ କରିବା ଲାଗି ଜାପାନର ସୁଜୁକି ମୋଟର କର୍ପୋରେସନର ସହାୟକ ସଂସ୍ଥା ନେକ୍ସଟ୍ ଭାରତ ଭେଂଚର୍ସ ଆଇଏଫ୍‌ଏସ୍‌ସି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତା ଜରିଆରେ ଏମଏସଏମଇଗୁଡ଼ିକୁ ପାରମ୍ପରିକ ବନ୍ଧକ ବିନା ଋଣ ପାଇପାରିବେ, ଫଳରେ ସେମାନଙ୍କ ଆର୍ଥିକ ପ୍ରତିବନ୍ଧକ ଦୂର ହେବ ଏବଂ ବ୍ୟବସାୟ ଅଭିବୃଦ୍ଧି ଲାଗି ସେମାନଙ୍କୁ ଆବଶ୍ୟକ ପୁଞ୍ଜି ମିଳିପାରିବ।
ଏହି ସହଯୋଗିତାରେ ନେକ୍ସଟ୍ ଭାରତ ଭେଂଚର୍ସର ରେସିଡେନ୍‌ସି କାର୍ଯ୍ୟକ୍ରମ ଅଧୀନରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଏହି ଚାରି ମାସିଆ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅକ୍ଟୋବରରେ ଆରମ୍ଭ ହେବ ଯାହାକୁ ଭାରତର ଗ୍ରାମୀଣ ଓ ଅଣ ସଂଗଠିତ କ୍ଷେତ୍ରର ଉଦ୍ୟୋଗୀମଙ୍କୁ ସଶକ୍ତ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯିବାକୁ ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ସେବା ଓ ସମାଧାନ ଉପଲବ୍ଧ ହୋଇପାରିବ।
ଏହି ସହଯୋଗିତାରେ ସାରା ଭାରତରେ ଥିବା ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ଶାଖା ନେଟୱର୍କକୁ ବ୍ୟବହାର କରି ଫାଇନାନ୍ସ ସମାଧାନ ପ୍ରଦାନ କରାଯିବା ସହ ଋଣ ଅନୁଶୀଳନ ପ୍ରକ୍ରିୟାର ସରଳୀକରଣ କରାଯିବ, ଫଳରେ ଷ୍ଟାର୍ଟଅପ୍‌ଗୁଡ଼ିକ ଋଣ ଫାଇନାନ୍ସ ପାଇପାରିବେ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ଉପରେ ଗୁରୁତ୍ୱାରୋପ କରି ଏହି ଅଭିଯାନ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ସହିତ ଅନଗ୍ରସର ଅଂଚଳରେ ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ।
ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନିଷ ଶାରଦା କହିଛନ୍ତି ଯେ, “ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଅନ୍ରଗସର ଅଂଚଳର ଉଦ୍ୟୋଗୀମାନେ ଗ୍ରହଣ କରୁଥିବା ପ୍ରମୁଖ ଭୂମିକାକୁ ଆମେ ଆକ୍ସିସ୍ ବ୍ୟାଙ୍କରେ ଭଲ ଭାବେ ବୁଝିଛୁ। ନେକ୍ସଟ୍ ଭାରତ ଭେଂଚର୍ସ ସହିତ ଆମର ଏହି ସହଯୋଗିତା ନବସୃଜନକୁ ସୁଦୃଢ଼ କରିବା ଏବଂ ଉଦ୍ୟୋଗୀ ବ୍ୟବସ୍ଥାକୁ ସଶକ୍ତ କରି ଭାରତର ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧିକୁ ଆଗକୁ ବଢ଼ାଯିବ। ଆମର ଆର୍ଥିକ ବିଶେଷତା ଓ ବ୍ୟାପକ ଶାଖା ନେଟୱର୍କକୁ ବ୍ୟବହାର କରି ଆମେ ଏହି ଉଦ୍ୟୋଗୀମାନଙ୍କୁ ପରିଚାଳନା ଆଗକୁ ବଢ଼ାଇବା ଓ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହେବାକୁ ଲକ୍ଷ୍ୟ ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଥିବା ବେଳେ ପରବର୍ତୀ ପିଢ଼ିର ସାମାଜିକ ପ୍ରଭାବଶାଳୀ ବ୍ୟବସାୟ ନେତୃତ୍ୱଙ୍କୁ ସହାୟତା ପ୍ରଦାନ କରିବା ଲାଗି ଆମକୁ ସୁଯୋଗ ପ୍ରଦାନ କରିଛି।”
ଭାରତ ନେକ୍ସଟ ଭେଂଚର୍ସର ଏମଡି ଓ ସିଇଓ ବିପୁଲ ନାଥ ଜିନ୍ଦଲ କହିଛନ୍ତି ଯେ, “ଭାରତରେ ପ୍ରଭାବଶାଳୀ ଉଦ୍ୟୋଗୀମାନଙ୍କ ଲାଗି ଏକ ସ୍ଥାୟୀ ଆର୍ଥିକ ବ୍ୟବସ୍ଥା ଗଠନ କରିବାରେ ହୋଇଥିବା ଉନ୍ନତିର ପ୍ରତୀକ ହେଉଛି ଆକ୍ସିସ୍ ବ୍ୟାଙ୍କ ସହିତ ଆମର ଏହି ସହଯୋଗିତା। ଋଣ ପ୍ରଦାନ ପାଇଁ ଆକ୍ସିସ୍ ବ୍ୟାଙ୍କର ଆର୍ଥିକ ବିଶେଷତା ଓ ଭାରତ ନେକ୍ସଟ୍‌ର ଅଭିନବ ସାମାଜିକ ଅଭିଯାନର ମିଶ୍ରଣକୁ ନେଇ ଆମେ ଗ୍ରାମୀଣ ଭାରତରେ ପ୍ରଭାବଶଳୀ ଷ୍ଟାର୍ଟଅପ୍‌ମାନଙ୍କ ଉନ୍ନତି ଦେଖିବାକୁ ବେଶ୍ ଉତ୍ସାହିତ।”


Share It

Comments are closed.