ସମସ୍ତ କର୍ମଚାରୀଙ୍କ ପାଇଁ କ୍ୟୁଏସ୍‌ଆର୍ ଶିଳ୍ପ-ପ୍ରଥମ ସାଙ୍କେତିକ ଭାଷା ପ୍ରଶିକ୍ଷଣ ଆରମ୍ଭ କରିଛି କେଏଫ୍‌ସି


ଭୁବନେଶ୍ୱର : ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରିବା ପାଇଁ କେଏଫ୍‌ସି ନିଜର ୧୦୦% କର୍ମଚାରୀଙ୍କ ପାଇଁ ଏକ ସାଙ୍କେତିକ ଭାଷା କାର୍ଯ୍ୟକ୍ରମ ଲଂଚ୍ କରିଥିବା ଭାରତର ପ୍ରଥମ କ୍ୟୁଏସ୍‌ଆର୍‌ରେ ପରିଣତ ହୋଇଛି । ଏହି ପ୍ରଥମ ଧରଣର ପ୍ରଶିକ୍ଷଣକୁ ୧୨୦୦ରୁ ଅଧିକ ରେଷ୍ଟୁରାଂଟରେ ୨୪୦ରୁ ଅଧିକ ସହରରେ ପରିବ୍ୟାପ୍ତ ଏବଂ ବ୍ରାଣ୍ଡର କର୍ପୋରେଟ ଅଫିସ୍‌ଗୁଡିକରେ କାର୍ଯ୍ୟରତ ୧୭୦୦୦ରୁ ଅଧିକ ସମସ୍ତ କେଏଫ୍‌ସି କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଜଣେ ସାଙ୍କେତିକ ଭାଷା ବିଶେଷଜ୍ଞଙ୍କ ସହ ପରାମର୍ଶରେ ଡିଜାଇନ କରାଯାଇଥିବା ଏହି ଅନ୍‌ଲାଇନ ପ୍ରଶିକ୍ଷଣ ଆଇଏସ୍‌ଏଲ୍‌ର ମୌଳିକତାକୁ ବୁଝିବା ପାଇଁ ଜଣେ ନୂତନ ଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକାଧିକ ମଡ୍ୟୁଲଗୁଡିକୁ କଭର କରିଛି । ପ୍ରଥମ ମଡ୍ୟୁଲ ଆଇଏସ୍‌ଏଲ୍‌ରେ ଆଲ୍‌ଫାବେଟ୍‌ଗୁଡିକ ଉପରେ ଧ୍ୟାନ ଦେଉଥିବା ବେଳେ ପରବର୍ତୀ ମଡ୍ୟୁଲଗୁଡିକ ଅଭିବାଦନ ଓ ନିୟମିତ ବାକ୍ୟାଂଶ ଉପରେ ଧ୍ୟାନ ଦେଉଛି ଯାହାକି ସାଙ୍କେତିକ ଭାଷା କ୍ଷେତ୍ରରେ କଥାବାର୍ତା ହେବା ପାଇଁ ପ୍ରମୁଖ ଅଟେ । ଏହି ପ୍ରଶିକ୍ଷଣ କେଏଫ୍‌ସି ଇଣ୍ଡିଆର କ୍ଷମତା ପ୍ରୋଗ୍ରାମର ଅଂଶ ଅଟେ ଯାହା ଲୋକମାନଙ୍କ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଲିଙ୍ଗଗତ ଓ କ୍ଷମତା ଅନ୍ତରକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି । କ୍ଷମତା ମାଧ୍ୟମରେ କେଏଫ୍‌ସି ରେଷ୍ଟୁରାଂଟଗୁଡିକରେ ମହିଳା ଏବଂ ମୂକ ଓ ବଧିର ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧ ରହିଛି ଏବଂ ୨୦୨୬ ସୁଦ୍ଧା ମୂକ ଓ ବଧିର (ଏସ୍‌ଏଚ୍‌ଆଇ) କର୍ମଚାରୀଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
ଚଳିତ ବର୍ଷ ୰ସ୍ପିକ୍‌ସାଇନ କ୍ୟାମ୍ପେନର ଏକ ବିସ୍ତାର ଭାବେ କେଏଫ୍‌ସି ଭାରତର ପ୍ରଥମ ଇଂଟରାକ୍ଟିଭ ସାଇନ ଲାଙ୍ଗୁଏଜ କିଓସ୍କର ଲଂଚ ସହିତ ସମଗ୍ର ଆତିଥ୍ୟ ଶିଳ୍ପକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ଯାହା ଲୋକମାନଙ୍କୁ ଭାରତୀୟ ସାଙ୍କେତିକ ଭାଷାର ବ୍ୟବହାର କରି ବ୍ରାଣ୍ଡ ଓ ଖାଦ୍ୟଗୁଡିକରୁ ନିଜର ପସନ୍ଦର ଖାଦ୍ୟ ସାମଗ୍ରୀ ଅର୍ଡର କରିବା ଶିଖିବା ପାଇଁ ଅନୁମତି ଦେଉଛି । ଏହି ପଦକ୍ଷେପ ସମ୍ପର୍କରେ କେଏଫ୍‌ସି ଇଣ୍ଡିଆ ଓ ପାର୍ଟନର କଂଟ୍ରିଜ୍‌, ସାଧାରଣ ସମ୍ପାଦକ ମୋକ୍ଷ ଚୋପ୍ରା କହିଛନ୍ତି, “ଆମର କେଏଫ୍‌ସି କ୍ଷମତା ପ୍ରୋଗ୍ରାମ ମାଧ୍ୟମରେ ମୂକ ଓ ବଧୀର ସମୁଦାୟ ପାଇଁ ସମ୍ଭାବନା ଓ ସୁଯୋଗକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିବା ଆମର ଅନ୍ୟତମ ପ୍ରାଥମିକତା । ଚଳିତ ବର୍ଷ ଆମେ ଏହା ଘୋଷଣା କରି ଗର୍ବିତ ଯେ, ଆମ ଟିମ୍‌ର ୧୦୦% କର୍ମଚାରୀଙ୍କୁ ମୌଳିକ ଭାରତୀୟ ସାଙ୍କେତିକ ଭାଷାରେ ପ୍ରଶିକ୍ଷିତ କରାଯିବ, ଯାହା ଦେଶବ୍ୟାପୀ ଆମର ରେଷ୍ଟୁରାଂଟଗୁଡିକୁ ଅଧିକ ସମାବେଶୀ କରିବ । ଆମେ ଏହି ସାଙ୍କେତିକ ଭାଷା ଆନ୍ଦୋଳନକୁ ଆମର ସଂଗଠନରୁ ଆଗକୁ ବଢି ଆତିଥ୍ୟ ଶିଳ୍ପକୁ ନେଇଛୁ । ଲୋକପ୍ରିୟ ସ୍ଥାନଗୁଡିକରେ ଇଂଟରାକ୍ଟିଭ କିଓସ୍କ ସହିତ ଆମେ ଉପଭୋକ୍ତାମାନଙ୍କୁ ବିଭିନ୍ନ ବ୍ରାଣ୍ଡରେ ନିଜ ପସନ୍ଦର ଖାଦ୍ୟ ସାମଗ୍ରୀଗୁଡିକୁ ସାଙ୍କେତିକ ଭାଷାର ବ୍ୟବହାର କରି ଅର୍ଡର କରିବା ଶିଖିବା ପାଇଁ ପ୍ରୋତ୍ସାହିତ କରୁଛୁ ।”କେଏଫ୍‌ସି ଇଣ୍ଡିଆର ଫ୍ରାଂଚାଇଜି ପାର୍ଟନର ଦେବ୍ୟାନି ଇଂଟରନ୍ୟାଶନାଲ ଲିମିଟେଡ (ଡିଆଇଏଲ୍‌) ଓ ସାଫାୟାର ଫୁଡ୍‌ସ ଇଣ୍ଡିଆ ଲିମିଟେଡ (ଏସ୍‌ଏଫ୍‌ଆଇଏଲ୍‌) କ୍ଷମତା ଯାତ୍ରାରେ ଏକ ଅବିଚ୍ଛେଦ୍ୟ ଅଂଶର ଭୂମିକା ଗ୍ରହଣ କରୁଛନ୍ତି ।
ଦେବ୍ୟାନି ଇଂଟରନ୍ୟାଶନାଲ ଲିମିଟେଡ (ଡିଆଇଏଲ୍‌)ରେ କେଏଫ୍‌ସିର ସିଇଓ ପ୍ରଦୀପ ଦାସ କହିଛନ୍ତି, “ଡିଆଇଏଲ୍‌ରେ ଆମେ ସମସ୍ତେ କେଏଫ୍‌ସିର କ୍ଷମତା ଅଭିଯାନର ଗର୍ବିତ ସହଯୋଗୀ ଅଟୁ । ବାଧ୍ୟତାମୂଳକ ସାଙ୍କେତିକ ଭାଷା ପ୍ରଶିକ୍ଷଣର କାର୍ଯ୍ୟକାରିତା ଏକ ଅଗ୍ରଗାମୀ ଚିନ୍ତାଧାରା ଅଟେ ଯାହା ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ଯେ, ଆମେ ଆମର ସମସ୍ତ ରେଷ୍ଟୁରାଂଟଗୁଡିକରେ ଏଭଳି ଏକ ପରିବେଶ ବିକଶିତ କରୁଛୁ ଯେଉଁଠାରେ ଟିମ୍ ହେଉ କିମ୍ବା ଉପଭୋକ୍ତା, ସମସ୍ତ ମୂକ, ବଧିର ବ୍ୟକ୍ତିମାନେ ଆତ୍ମବିଶ୍ୱାସର ସହ ଯୋଗାଯୋଗ କରିପାରିବେ ।”ଉପଭୋକ୍ତାମାନେ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଅବସରରେ ଯେକୌଣସି ୫୪ଟି ସ୍ୱତନ୍ତ୍ର କେଏଫ୍‌ସି (ମୂକ ଓ ବଧିର କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ)କୁ ପରିଦର୍ଶନ କରିପାରିବେ ଏବଂ ଟିମ୍ ସଦସ୍ୟ ସହିତ ସ୍ପିକ୍‌ସାଇନ୍ ଶିଖିପାରିବେ କାରଣ ସେମାନେ ଆଇଏସ୍‌ଏଲ୍‌ରେ ଯୋଗାଯୋଗକୁ ପ୍ରୋତ୍ସାହିତ କରୁଛନ୍ତି । ଉପଭୋକ୍ତାଙ୍କୁ ନିଜର କେଏଫ୍‌ସି ଫେଭରାଇଟ୍‌ଗୁଡିକୁ ସାଇନ ଓ ଅର୍ଡର କରିବା ଶିଖିବାରେ ସାହାଯ୍ୟ କରିବା ପାଇଁ ସ୍ପେଶିଆଲ ସାଇନ ଲାଙ୍ଗୁଏଜ ବକେଟ ଓ ସାଇନ ଲାଙ୍ଗୁଏଜ ମେନ୍ୟୁ ପ୍ରସ୍ତୁତ କରାଯିବା ସହ କେଏଫ୍‌ସିର ସୋସିଆଲ ମିଡିଆ ଚ୍ୟାନେଲ ଓ ୱେବ୍‌ସାଇଟ୍‌ରେ ସର୍ଟ ଟ୍ୟୁଟୋରିଆଲ ଭିଡିଓ ଉପଲବ୍ଧ କରାଯାଇଛି ।

 


Share It

Comments are closed.