ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଭାରତର ଏକମାତ୍ର ସରକାରୀ ପଞ୍ଜୀକୃତ ଅଟୋମେଟିକ୍ ମଶା ପ୍ରତିରୋଧ ସ୍ପ୍ରେ ଡିଭାଇସ୍ “ହିଟ୍ ସ୍ପ୍ରେ ମାଟିକ୍‌”ର ଶୁଭାରମ୍ଭ


ଭୁବନେଶ୍ୱର: ଗୋଦରେଜ କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ସ୍ମାର୍ଟ ହୋମ୍ ଗ୍ୟାଜେଟ୍ କ୍ଷେତ୍ରରେ ପ୍ରବେଶ କରିବା ସହ ବୈପ୍ଳବିକ ହିଟ୍ ସ୍ପ୍ରେ ମାଟିକ୍‌ର ଶୁଭାରମ୍ଭ କରିଛି। ଏହି ଉତ୍ପାଦ ଜିସିପିଏଲର ବ୍ୟାପକ ମଶା ନିରୋଧୀ ଉପକରଣରେ ସଦ୍ୟତମ ଉପଚାର ସଂଯୋଜନା। ଏହା ସମଗ୍ର ଭାରତରେ ପରିବାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ କମ୍ପାନୀର ନିରନ୍ତର ପ୍ରୟାସକୁ ଆହୁରି ଫଳପ୍ରଦ କରିବ । ଗୋଦରେଜ ହିଟ୍ ସ୍ପ୍ରେ ମାଟିକ୍ ହେଉଛି ଭାରତର ଏକମାତ୍ର ସରକାରୀ ପଞ୍ଜୀକୃତ ସ୍ୱୟଂଚାଳିତ ମଶା ପ୍ରତିରୋଧ ସ୍ପ୍ରେ ଡିଭାଇସ୍ ଯାହା ମାରାତ୍ମକ ମଶାର ବିପଦକୁ ତୁରନ୍ତ ଦୂର କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ମଶା ନିୟନ୍ତ୍ରଣ ଏବଂ ନିରାକରଣରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଏହି ଅଭିନବ ଉତ୍ପାଦ କେବଳ ଆମାଜନରେ ଉପଲବ୍ଧ।
ମଶା ଏରୋସୋଲ ବର୍ଗରେ ହିଟ୍ ହେଉଛି ୫୭୦ କୋଟି ଟଙ୍କା ଆକଳନ କରାଯାଇଥିବା ବଜାରର ଅଗ୍ରଣୀ ଉପାଦାନ। ଯାହା ଏରୋସୋଲ ୭୪୦୦ କୋଟି ଟଙ୍କାର ଘରୋଇ କୀଟନାଶକ ବର୍ଗର ଏକ ଅଂଶ ଅଟେ, ଯେଉଁଥିରେ ତରଳ ଭାପୋରାଇଜର, ଧୂପକାଠି, କଏଲ୍ ଏବଂ କ୍ରିମ୍ ଭଳି ବିଭିନ୍ନ ଦ୍ରବଣ ଅନ୍ତର୍ଭୁକ୍ତ। ହିଟ୍ ସ୍ପ୍ରେ ମାଟିକ୍‌ର ଶୁଭାରମ୍ଭ କରି ଗୋଦରେଜ୍ ଏଚ୍‌ଆଇଟି ଉଭୟ ଏରୋସୋଲ ଏବଂ ପ୍ରଯୁକ୍ତିକୁ ମିଶାଇ ମଶାଠାରୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରିଛି। ହିଟ୍ ସ୍ପ୍ରେ ମାଟିକ୍ ଏକ ସ୍ୱୟଂଚାଳିତ ଦୈନିକ ଚକ୍ରରେ କାର୍ଯ୍ୟ କରେ, ପ୍ରତି ଦୁଇ ଘଂଟାରେ ଏକ ସ୍ପ୍ରେ ଛାଡ଼ି ଉତମ ନିରାପତା ସୁନିଶ୍ଚିତ କରୁଛି।
ଗୋଦରେଜ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍‌)ର ମାର୍କେଟିଂ- ହୋମ୍ କେୟାର ମୁଖ୍ୟ ଶିଳ୍ପା ସୁରେଶ କହିଛନ୍ତି ଯେ, “ଜିସିପିଏଲରେ ମଶା ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ ଏବଂ ସୁରକ୍ଷିତ ସମାଧାନ ପାଇଁ ଆମର ପ୍ରତିବଦ୍ଧତା ସର୍ବଦା ରହିଛି। ଏହି କ୍ରମରେ ହିଟ୍ ସ୍ପ୍ରେ ମାଟିକ୍ ସହିତ ଆମେ ଭାରତର ଏକମାତ୍ର ସରକାରୀ ପଞ୍ଜୀକୃତ ସ୍ୱୟଂଚାଳିତ ମଶା ସ୍ପ୍ରେ ଡିଭାଇସ୍ ଆରମ୍ଭ କରୁଛୁ ଯାହା ଭାରତୀୟ ପରିବାରରେ ମଶା ଦାଉରୁ ସୁରକ୍ଷାକୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଯେଉଁମାନେ ମଶା ଦାଉରୁ ସୁରକ୍ଷା ଚାହୁଁଛନ୍ତି ସେମାନଙ୍କ ପାଇଁ ହିଟ୍ ସ୍ପ୍ରେ ମାଟିକ୍ ଏକ ଜ୍ଞାନକୌଶଳ-ସର୍ତ୍ମଥତ ସମାଧାନ ଭାବରେ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଆମାଜନରେ ଆମର ସ୍ୱତନ୍ତ୍ର ଶୁଭାରମ୍ଭ ଗ୍ରାହାକମାନଙ୍କ ପ୍ରାରମ୍ଭିକ ପ୍ରତିକ୍ରିୟା ଅତ୍ୟନ୍ତ ସକାରାତ୍ମକ ରହିଛି। ଏହା ଆମର ବିଶ୍ୱାସକୁ ଦୃଢ଼ କରିଛି ଯେ ହିଟ୍ ସ୍ପ୍ରେ ମାଟିକ୍ ସମଗ୍ର ଦେଶରେ ଏକ ଘରୋଇ ଅତ୍ୟାବଶ୍ୟକ ହେବ।”
ହିଟ୍ ସ୍ପ୍ରେ ମାଟିକ୍ ଏକ ସ୍ୱୟଂଚାଳିତ ଦୈନିକ ଚକ୍ରରେ କାର୍ଯ୍ୟ କରେ। ଛଅ ଘଂଟା ପର୍ଯ୍ୟନ୍ତ ପ୍ରତି ଦୁଇ ଘଂଟାରେ ଏକ ସ୍ପ୍ରେ ଛାଡିଥାଏ ଏବଂ ଏହା ପରେ ସ୍ୱତଃସ୍ପୃତ ଭାବରେ ଏହାର ଶକ୍ତି ହ୍ରାସ ପାଇଥାଏ । ବିନା ହସ୍ତକ୍ଷେପରେ ନିରନ୍ତର ସୁରକ୍ଷା ସୁନିଶ୍ଚିତ କରି ଏହି ଚକ୍ର ୨୪ ଘଂଟା ପରେ ପୁନଃ ଆରମ୍ଭ ହୋଇଥ୍‌ାଏ। ଖୋଲା କବାଟ ଓ ଝରକା ସହ ମଧ୍ୟ ୧୨ ଘଂଟିଆ ନିରବଚ୍ଛିନ୍ନ ସୁରକ୍ଷା ପ୍ରଦାନ କରୁଥିବା ହିଟ୍ ସ୍ପ୍ରେ ମାଟିକ୍ ଆପଣଙ୍କ ଘର ପାଇଁ ଏକ ସୁରକ୍ଷିତ, ମଶାମୁକ୍ତ ପରିବେଶ ସୁନିଶ୍ଚିତ କରିବ। ପ୍ରତ୍ୟେକ ରିଫିଲ୍ ଦୁଇ ମାସ ପର୍ଯ୍ୟନ୍ତ ରହିବ ଏବଂ ଏକ ସାମାନ୍ୟ, ଆନନ୍ଦଦାୟକ ସୁଗନ୍ଧ ନିର୍ଗତ କରିବ। ହିଟ୍ ସ୍ପ୍ରେ ମ୍ୟାଟିକ୍‌କୁ ସହଜରେ କାନ୍ଥରେ ଭୂତଳ ସ୍ତରରୁ ୬ ଫୁଟ ୍ ଉଚ୍ଚରେ ଲଗାଯାଇପାରିବ। ଏହା ଦ୍ୱାରା ଡେଙ୍ଗୁ, ଜିକା ଏବଂ ଚିକୁନଗୁନିଆ ଭଳି ମଶାବାହିତ ରୋଗରୁ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖାଯାଇପାରିବ ଏବଂ ବର୍ତମାନ ଏହାର ମୂଲ୍ୟ ୬୫୦ ଟଙ୍କା ରହିଛି।


Share It

Comments are closed.