ଇଞ୍ଜିନିୟରିଂ ଦିବସ ପାଳନ: ଇଞ୍ଜିନିୟରିଂ ଉତ୍କର୍ଷତା ପାଇଁ ଟାଟା ଷ୍ଟିଲର ପ୍ରତିବଦ୍ଧତା


ଭୁବନେଶ୍ୱର: ଦେଶର ଭିତ୍ତିଭୂମି ଓ ବୈଷୟିକ ଜ୍ଞାନକୌଶଳକୁ ଗଢ଼ି ତୋଳିବାରେ ଇଞ୍ଜିନିୟରମାନେ ହେଉଛନ୍ତି ଅଜଣା ନାୟକ। ବଡ଼ ବଡ଼ କୋଠାଠାରୁ ଆରମ୍ଭ କରି ଡିଜିଟାଲ ନେଟୱାର୍କ ପର୍ଯ୍ୟନ୍ତ ଇଞ୍ଜିନିୟରମାନେ ଅଭିବୃଦ୍ଧି ଓ ସମୃଦ୍ଧିର ମୂଳଦୁଆ ପକାଇଥାନ୍ତି। ସେମାନେ ଏକ ଆଶାଜନକ ଭବିଷ୍ୟତ ଆଡକୁ ପ୍ରଗତିକୁ ପ୍ରୋତ୍ସାହିତ କରିଥାନ୍ତି । ଭିତିଭୂମି ଭିତିକ ପୁଞ୍ଜିନିବେଶ ଜରିଆରେ ଭାରତ ବହୁ ଦଶନ୍ଧିର ଅଭିବୃଦ୍ଧିର ଶୀର୍ଷରେ ରହିଛି। ଏହା ଏକ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଆମ ଇଂଜିନିୟରମାନଙ୍କ ଅବଦାନର ଗୁରୁତ୍ୱକୁ ବଢାଇଛି।

ସେପ୍େଟମ୍ବର ୧୫ ହେଉଛି ଇଞ୍ଜିନିୟର ଦିବସ। ଏହା ହେଉଛି ଉଦ୍ଭାବନ ଏବଂ ବୈଷୟିକ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଗଠନ ଦିଗରେ ଇଂଜିନିୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାପ୍ରତି ଶ୍ରଦ୍ଧାଞ୍ଜଳି । ଟାଟା ଷ୍ଟିଲ ଦୀର୍ଘ ଦିନ ଧରି ପ୍ରଗତିରେ ପ୍ରଯୁକ୍ତିବିଦ୍ୟାର ଭୂମିକାକୁ ସମର୍ଥନ କରି ଆସୁଛି । ଅତ୍ୟାଧୁନିକ ଜ୍ଞାନକୌଶଳକୁ ନିଜ କାର୍ଯ୍ୟରେ ସାମିଲ କରିବା ପାଇଁ ଟାଟା ଷ୍ଟିଲ୍ ବିପୁଳ ପୁଞ୍ଜିନିବେଶ କରିଛି। ଏଥିରେ ଉତ୍ପାଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ପରିବେଶ ପ୍ରଭାବ ହ୍ରାସ କରିବା ପାଇଁ ଅଟୋମେସନ୍‌, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଡାଟା ଆନାଲିଟିକ୍ସ ଆଦି ସାମିଲ ରହିଛି। ନୂତନ ଜ୍ଞାନକୌଶଳ ଗ୍ରହଣ କରିବା ଏବଂ ବିକଶିତ କରିବା ପାଇଁ କମ୍ପାନିର ପ୍ରତିବଦ୍ଧତା ଇସ୍ପାତ ଶିଳ୍ପରେ ଏବଂ ଇଞ୍ଜିନିୟରିଂରେ ଅଗ୍ରଣୀ ଭାବରେ ଏହାର ଭୂମିକାକୁ ଦର୍ଶାଉଛି।

ବିଶ୍ୱର ଅନ୍ୟତମ ବୃହତମ ଇସ୍ପାତ ନିର୍ମାତା ଭାବରେ ଟାଟା ଷ୍ଟିଲ ଇଂଜିନିୟରିଂ ଉତ୍କର୍ଷତାକୁ ଗୁରୁତ୍ୱ ଦେଉଛି। ଭବିଷ୍ୟତର ଇଂଜିନିୟରମାନଙ୍କୁ ବିକଶିତ କରିବା ପାଇଁ ଏହା ନିଜ ପ୍ରତିବଦ୍ଧତାରେ ଅଟଳ ରହିଛି । ଯୁବ ଇଂଜିନିୟରିଂ ପ୍ରତିଭାମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନି ଅନେକ ପଦକ୍ଷେପ ଗ୍ରହଣ କରିଛି ।

ଟାଟା ଷ୍ଟିଲର ମ୍ୟାନେଜମେଂଟ ଟ୍ରେନି (ବୈଷୟିକ) କାର୍ଯ୍ୟକ୍ରମ ଏହି ପ୍ରୟାସର ଏକ ମୂଳଦୁଆ । ଏହି କାର୍ଯ୍ୟକ୍ରମ ପ୍ରତିଭାବାନ ଇଂଜିନିୟରିଂ ସ୍ନାତକମାନଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ଇସ୍ପାତ ଶିଳ୍ପର ବିଭିନ୍ନ ଦିଗ ପ୍ରତି ବ୍ୟାପକ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମ କେବଳ ପ୍ରଶିକ୍ଷଣର୍ଥୀମାନଙ୍କୁ ବ୍ୟାବହାରିକ ଦକ୍ଷତା ପ୍ରଦାନ କରୁ ନାହିଁ ବରଂ କ୍ୟାରିୟର ଅଭିବୃଦ୍ଧି ପାଇଁ ଜରୁରୀ ନେତୃତ୍ୱ ଗୁଣ ଏବଂ ଶିଳ୍ପ ଜ୍ଞାନକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଏହାବ୍ୟତୀତ ଟାଟା ଷ୍ଟିଲ ଅଗ୍ରଣୀ ଇଞ୍ଜିନିୟରିଂ ଅନୁଷ୍ଠାନ ସହ ମିଶି ଇଣ୍ଟର୍ନସିପ୍‌, ଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଗବେଷଣା ସୁଯୋଗ ପ୍ରଦାନ କରୁଛି। ଛାତ୍ରମାନଙ୍କୁ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବା ଏବଂ ଇଂଜିନିୟରିଂ ବୃତିର ଆହ୍ୱାନଗୁଡିକ ପାଇଁ ଭଲ ଭାବରେ ପ୍ରସ୍ତୁତ ହେବା ପାଇଁ ଏହି ସହଯୋଗିତା ସୁନିଶ୍ଚିତ କରୁଛି। କମ୍ପାନି ଏହାର ନିଯୁକ୍ତି ଅଭ୍ୟାସରେ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତୀକରଣ (ଡିଇଆଣ୍ଡଆଇ) ଉପରେ ଦୃଢ଼ ଭାବେ ଗୁରୁତ୍ୱାରୋପ କରୁଥିବା ବେଳେ ବିଭିନ୍ନ ପୃଷ୍ଠଭୂମିର ଇଂଜିନିୟରମାନଙ୍କୁ ସମାନ ସୁଯୋଗ ପ୍ରଦାନ କରୁଛି । ଏହା ଦ୍ୱାରା କମ୍ପାନିର ଉଦ୍ଭାବନ ବ୍ୟବସ୍ଥା ସମୃଦ୍ଧ ହୋଇପାରିଛି।

ଟାଟା ଷ୍ଟିଲର ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଆସ୍ପୟାରିଂ ଇଂଜିନିୟର୍ସ ପ୍ରୋଗ୍ରାମ । ଏହି ପଦକ୍ଷେପ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ କ୍ୟାରିୟରର ଆରମ୍ଭରେ ସେମାନଙ୍କୁ ଶିଳ୍ପ ପେସାଦାରମାନଙ୍କ ସହିତ ଯୋଡ଼ିହେବା ହେବା ଏବଂ ବାସ୍ତବ ଦୁନିଆର ଇଂଜିନିୟରିଂ ଆହ୍ୱାନଗୁଡିକର ସଂସ୍ପର୍ଶରେ ଆସିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି। ଇଂଜିନିୟର ପ୍ରଶିକ୍ଷଣର୍ଥୀମାନେ ଏକ ବର୍ଷ ପାଇଁ ଟାଟା ଷ୍ଟିଲର ଅଭିଜ୍ଞ ଲିଡର ଏବଂ ଶିଳ୍ପ ବିଶେଷଜ୍ଞଙ୍କଠାରୁ ମାର୍ଗଦର୍ଶନ ଏବଂ ପରାମର୍ଶ ଗ୍ରହଣ କରନ୍ତି । ଚାକିରିକାଳୀନ ପ୍ରଶିକ୍ଷଣ ଶେଷ କରିବା ପରେ ସେମାନେ ଟାଟା ଷ୍ଟିଲରେ ସହକାରୀ ପ୍ରବନ୍ଧକ ଭାବେ ୩ ବର୍ଷ ପାଇଁ ନିର୍ଧାରିତ ଅବଧି ଏବଂ ୪ ବର୍ଷ ପରେ ପୂର୍ଣ୍ଣକାଳୀନ ନିଯୁକ୍ତି ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତି।
ଟାଟା ଷ୍ଟିଲ ମଧ୍ୟ ଗବେଷଣା ଓ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଇସ୍ପାତ ଉତ୍ପାଦନ ପ୍ରକ୍ରିୟାରେ ଅଭିନବତା ଆଣିବା, ଉତ୍ପାଦର ଗୁଣବତାରେ ଉନ୍ନତି ଆଣିବା ଏବଂ ସ୍ଥାୟୀତ୍ୱ ବୃଦ୍ଧି କରିବାରେ କମ୍ପାନିର ଅତ୍ୟାଧୁନିକ ଗବେଷଣା ଏବଂ ବିକାଶ ସୁବିଧା ସହାୟକ ହୋଇଛି। ‘ମାଇଣ୍ଡ ଓଭର ମ୍ୟାଟର’ କ୍ୟାମ୍ପସ୍ ଅଭିଯାନ ହେଉଛି ଏକ ପ୍ରକାରର ପ୍ଲାଟଫର୍ମ ଯେଉଁଠାରେ ଉଜ୍ଜ୍ୱଳ ଯୁବବର୍ଗଙ୍କୁ ଟାଟା ଷ୍ଟିଲ୍ ଗବେଷଣା ଓ ବିକାଶ ଟିମର ତତ୍ୱାବଧାନରେ ସେମାନଙ୍କର ତାତ୍ୱିକ ଜ୍ଞାନ ଏବଂ ବ୍ୟବହାରିକ ପ୍ରୟୋଗ ସହିତ ପରୀକ୍ଷା କରାଯାଏ । ଭାରତର ଅଗ୍ରଣୀ ଇଂଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନର ୨ ବର୍ଷିଆ ପୂର୍ଣ୍ଣକାଳୀନ ଏମ ଟେକ୍ ପାଠ୍ୟକ୍ରମ ଏବଂ ଡୁଆଲ ଡିଗ୍ରୀ ପାଠ୍ୟକ୍ରମ (ବିଟେକ୍‌+ଏମ୍େଟକ)ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଚ୍ୟାଲେଞ୍ଜ ଖୋଲା ରହିଛି। ସୃଜନଶୀଳତା, ଅତ୍ୟାଧୁନିକ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଉତ୍ପାଦନ ଶିଳ୍ପରେ ଯୋଗ ଦେବା ପାଇଁ ପ୍ରେରଣା ଦେବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ।
ଇଂଜିନିୟରିଂ ପ୍ରତିଭା ଟାଟା ଷ୍ଟିଲର ପରିଚାଳନାର ମେରୁଦଣ୍ଡ ହୋଇଥିବା ବେଳେ ଟାଟା ଷ୍ଟିଲ ମଧ୍ୟ ବ୍ୟାପକ ବ୍ୟବସ୍ଥା ସହିତ ଜଡିତ । କମ୍ପାନିର ପ୍ରମୁଖ ରିବାର ବ୍ରାଣ୍ଡ – ଟାଟା ଟିସକନର ଏସିଇ (ଆର୍କିଟେକ୍ଟ, କଂଟ୍ରାକ୍ଟର ଏବଂ ଇଂଜିନିୟର) ଗୋଷ୍ଠୀ ପାଇଁ ଟିସକନର ଗ୍ରାଣ୍ଡ ମାଷ୍ଟର କାର୍ଯ୍ୟକ୍ରମ ରହିଛି। ୨୦୨୩-୨୪ ଆର୍ôଥକ ବର୍ଷରେ ୩,୬୦୦ରୁ ଅଧିକ ନୂଆ ଏସିଇ ସାମିଲ କରିଛି ଯାହା ଏକ ଆର୍ôଥକ ବର୍ଷରେ ଏସିଇ ମାଧ୍ୟମରେ ସର୍ବାଧିକ ବିକ୍ରି ହାସଲ କରିଛି। ବିଶିଷ୍ଟ ବକ୍ତାମାନଙ୍କ ଦ୍ୱାରା ଜ୍ଞାନ ଆଦାନ ପ୍ରଦାନ, ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରିବା ଏବଂ ଟାଟା ଷ୍ଟିଲର ବିବିଧ ନିର୍ମାଣ ଉତ୍ପାଦ ପୋର୍ଟଫୋଲିଓ ପ୍ରଦର୍ଶନ କରିବା ପାଇଁ ଏକ ଇଂଜିନିୟର୍ସ ଆଣ୍ଡ ଆର୍କିଟେକ୍ଟସ ସମିଟ, ବିଲ୍ଡିଂ ଦାୟିତ୍ୱସମ୍ପନ୍ନ (‘କୋ’ର୍) ଆୟୋଜନ କରାଯାଇଥିଲା।
ଟାଟା ଷ୍ଟିଲ ଇଂଜିନିୟର ଦିବସ ପାଳନ କରୁଥିବା ବେଳେ ଇଞ୍ଜିନିୟରିଂ ଅଭ୍ୟାସକୁ ଆଗକୁ ବଢ଼ାଇବା ଏବଂ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ବୈଷୟିକ ଜ୍ଞାନକୌଶଳରେ ପୁଞ୍ଜିନିବେଶ, ଉଦ୍ଭାବନକୁ ପ୍ରୋତ୍ସାହିତ କରି ଏବଂ ଭବିଷ୍ୟତର ଇଂଜିନିୟରମାନଙ୍କ ବିକାଶକୁ ସମର୍ଥନ କରି ଟାଟା ଷ୍ଟିଲ ଶିଳ୍ପ ଏବଂ ବ୍ୟାପକ ସମୁଦାୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଜାରି ରଖିଛି ।


Share It

Comments are closed.