ଆଇଏସ୍‌ବି ପକ୍ଷରୁ ନୂଆ ପାଠ୍ୟକ୍ରମ ପିଜିପି ୱାଇଏଲ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ୨୦୦୧ରେ ଏହାର ଆରମ୍ଭ ପରଠାରୁ ମ୍ୟାନେଜମେଂଟ ଶିକ୍ଷା କ୍ଷେତ୍ରରେ ନୂଆ ବେଂଚ୍‌ମାର୍କ ସୃଷ୍ଟି କରିବା ପାଇଁ ପରିଚିତ ଇଣ୍ଡିଆନ ସ୍କୁଲ ଅଫ୍ ବିଜ୍‌ନେସ୍ (ଆଇଏସ୍‌ବି) ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଯୁବ ଲିଡରମାନଙ୍କ ପାଇଁ ମ୍ୟାନେଜମେଂଟ୍ କ୍ଷେତ୍ରରେ ୨୦ ମାସର ଏକ ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ । ଏହା ୨ ବର୍ଷର ପୂର୍ଣ୍ଣକାଳିନ କାର୍ଯ୍ୟ ଅଭିଜ୍ଞତା ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଆଶାୟୀଙ୍କ ପାଇଁ ଫୁଲ୍ ଟାଇମ୍ ଏମ୍‌ବିଏ ସମାନ ରେସିଡେନ୍ସିଆଲ ମ୍ୟାନେଜମେଂଟ ପ୍ରୋଗ୍ରାମ । ୨୦୨୫ ମଧ୍ୟଭାଗରେ ଆରମ୍ଭ ହେଉଥିବା ଆଇଏସ୍‌ବିର ପିଜିପି ୱାଇଏଲ ଏକ ଅଭିନବ ଓ ଅତ୍ୟାଧୁନିକ ପାଠ୍ୟକ୍ରମ ମାଧ୍ୟମରେ ଏକ ବିସ୍ତୃତ ଶିକ୍ଷା ଅନୁଭୂତି ପ୍ରଦାନ କରିବ, ଏହି ପାଠ୍ୟକ୍ରମକୁ ଦ୍ରୁତ ବିକଶିତ ବ୍ୟବସାୟିକ ପରିଦୃଶ୍ୟ ଓ ଟେକ୍ନୋଲୋଜି ଉଦ୍ଭାବନଗୁଡିକର ଏକ ପ୍ରତିକ୍ରିୟା ଭାବେ ଡିଜାଇନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୀମିତ କାର୍ଯ୍ୟ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଜିପି ୱାଇଏଲ୍ ପାଠ୍ୟକ୍ରମକୁ ଏକ ବିଜ୍‌ନେସ୍ ଡିଜାଇନ ଲ୍ୟାବ୍ ଓ ଏକ ଇନୋଭେଶନ ଲ୍ୟାବ୍ ସମେତ ଗୁରୁତ୍ୱପୂର୍ଣ୍ଣ ଅନୁଭୂତିଶୀଳ ଶିକ୍ଷା ଉପାଦାନଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜାଇନ କରାଯାଇଛି । ଏହାଛଡା ଛାତ୍ରଛାତ୍ରୀମାନଙ୍କୁ ଏକ ବାଧ୍ୟତାମୂଳକ ଦୁଇ- ମାସିଆ ସମର ଇଂଟର୍ଣ୍ଣସିପ୍ ସମ୍ପୂର୍ଣ୍ଣ କରିବାକୁ ପଡିବ ଯାହା ସେମାନଙ୍କୁ ବିଭିନ୍ନ ସ୍ଥିତିରେ ବ୍ୟବସାୟିକ ପରିବେଶ ପ୍ରତି ପ୍ରାକ୍ଟିକାଲ ଏକ୍ସପୋଜର ପ୍ରଦାନ କରିବ । ପିଜିପି ୱାଇଏଲ୍ ପ୍ରୋଗ୍ରାମରେ ଛାତ୍ରଛାତ୍ରୀମାନଙ୍କୁ ଆଇଏସ୍‌ବି ଓ ଅନ୍ୟ ଶୀର୍ଷ ଇଂଟରନ୍ୟାଶନାଲ ବି-ସ୍କୁଲଗୁଡିକରୁ ପ୍ରତିଷ୍ଠିତ ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ ।

ନୂଆ ପିଜିପି ୱାଇଏଲ୍ ପ୍ରୋଗ୍ରାମ ସମ୍ପର୍କରେ ମତ ରଖି ଆଇଏସ୍‌ବିର ଡିନ୍‌, ପ୍ରଫେସର ମଦନ ପିଲୁଟ୍‌ଲା କହିଛନ୍ତି, “ ୨୦୦୧ରେ ଆମର ଆରମ୍ଭ ପରଠାରୁ ଆଇଏସ୍‌ବି ଭାରତ ଓ ସମଗ୍ର ବିଶ୍ୱ ପାଇଁ ଲିଡର ସୃଷ୍ଟି କରିବା ଲାଗି ବିଶ୍ୱସ୍ତରୀୟ ମ୍ୟାନେଜମେଂଟ୍ ଶିକ୍ଷା ପ୍ରଦାନ କରିଆସୁଛି । ଇଣ୍ଡଷ୍ଟ୍ରୀ ଲିଡର ଓ ନିଯୁକ୍ତିଦାତାଙ୍କ ସହ ଆମର ଅନେକ ଆଲୋଚନା ଯୁବ ପେସାଦାରଙ୍କ ପାଇଁ ଏକ ଆବଶ୍ୟକତାକୁ ଉନ୍ମୋଚନ କରିଛି ଯିଏକି ଡାଟା ଓ ଟେକ୍ନୋଲୋଜି କ୍ଷେତ୍ରରେ ଗଭୀର ପାରଦର୍ଶିତା ସମେତ ବ୍ୟବସାୟିକ ଦକ୍ଷତା ଆବଶ୍ୟକ କରୁଥିବା ଭୂମିକାଗୁଡିକୁ ସିଧାସଳଖ ଗ୍ରହଣ କରିପାରିବେ । ଏଭଳି ଆବଶ୍ୟକତାଗୁଡିକୁ ଦୃଷ୍ଟିରେ ରଖି ଆମେ କାର୍ଯ୍ୟକ୍ଷେତ୍ରରେ ନୂଆ ଗ୍ରାଜୁଏଟ ଓ ଏଂଟ୍ରି ଲେଭେଲ ପ୍ରଫେସ୍‌ନାଲଙ୍କୁ ଚମତ୍କାର ସମସ୍ୟା ସମାଧାନକାରୀ ଓ ଉଦ୍ଭାବକରେ ପରିଣତ କରିବା ପାଇଁ ସେମାନଙ୍କ ଲାଗି ପିଜିପି ୱାଇଏଲ୍ ପ୍ରୋଗ୍ରାମକୁ ଡିଜାଇନ କରିଛୁ ।”

ପିଜିପି ୱାଇଏଲ୍ ପ୍ରୋଗ୍ରାମ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଜର ଶିକ୍ଷାଗତ ଯୋଗ୍ୟତା ଓ କାର୍ଯ୍ୟ ଅଭିଜ୍ଞତା (ଯଦି ଥାଏ)ର ବିସ୍ତୁତ ତଥ୍ୟ ସମେତ ଏକ ବୈଧ ଜିଏମ୍‌ଏଟି, ଜିଆର୍‌ଇ କିମ୍ବା ସିଏଟି ସ୍କୋର ଦାଖଲ କରିବାକୁ ପଡିବ । ପିଜିପି ୱାଇଏଲ୍ ପ୍ରୋଗ୍ରାମ ପାଇଁ ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ଏକାଡେମିକ ଏକ୍ସିଲେନ୍ସ, ଆପ୍ଲିକେଶନ ଏସେ ଓ ଟେଷ୍ଟ ସ୍କୋର ପର୍‌ଫର୍ମାନ୍ସ ଉପରେ ଆଧାରିତ ଏକ ବ୍ୟକ୍ତିଗତ ସାକ୍ଷାତକାର ସାମିଲ କରାଯାଇଛି । ପରେ ଅଗ୍ରଣୀ ଇଣ୍ଡଷ୍ଟ୍ରୀ ପ୍ରାକ୍ଟିସ୍‌ନର, ଏକାଡେମିସିଆନ ଓ ବରିଷ୍ଠ ପଦପଦବୀରେ ଥିବା ଆଇଏସ୍‌ବି ଆଲୁମିନିଙ୍କୁ ନେଇ ଗଠିତ ଏକ ସମିତି ଦ୍ୱାରା ମନୋନୀତ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ନିଆଯିବ । ୨୦୨୫-୨୭ ଶିକ୍ଷା ବର୍ଷ ପାଇଁ ପ୍ରୋଗ୍ରାମ ଫି’ ୨୧,୬୫,୦୦୦ ଟଙ୍କା +ଜିଏସ୍‌ଟି ରହିଛି ଏବଂ ରହଣୀ ଫି’ ହେଉଛି ୩,୯୫,୦୦୦ ଟଙ୍କା । ମେରିଟ ଏବଂ ମେରିଟ-କମ-ନିଡ ମାନଦଣ୍ଡ ଆଧାରରେ କ୍ଲାସର ୪୦-୫୦%ଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ । ମେରିଟ ସ୍କଲାରସିପ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ୧୦୦% ଟ୍ୟୁସନ ଛାଡ଼ ସୁବିଧା ପ୍ରଦାନ କରିପାରେ ।


Share It

Comments are closed.