ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ୟୁ ଉନ୍ମୋଚିତ


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଗର୍ବର ସହିତ ବହୁ ପ୍ରତିକ୍ଷୀତ ବ୍ରାଭିଆ ଥିଏଟର ୟୁକୁ ଉନ୍ମୋଚନ କରାଯାଇଛି। ନିଜ ଲିଭିଂ ରୁମ୍‌ରେ ଆରାମରେ ସିନେମା ଭଳି ଅନୁଭବ ପ୍ରଦାନ କରିବା ଲାଗି ଏହି ଅତ୍ୟାଧୁନିକ ଗୃହ ମନୋରଂଜନ ସମାଧାନକୁ ପ୍ରସ୍ତୁତ କରାଯାଇଛି। ନୂଆ ଓୟାରଲେସ୍ ନେକ୍‌ବ୍ୟାଣ୍ଡ ସ୍ପିକର ଆପଣଙ୍କୁ ବ୍ୟକ୍ତିଗତ ଶୁଣିବା ଅନୁଭୂତି ପ୍ରଦାନ କରିବ।
ବ୍ରାଭିଆ ଥିଏଟର ଫର ୟୁ ଆପଣଙ୍କୁ ଉଚ୍ଚ ଭଲ୍ୟୁମ୍‌ରେ ସିନେମା ଭଳି ଅନୁଭବ ପ୍ରଦାନ କରିବ। ଆପଣମାନେ ଏଥିରେ ଡଲ୍‌ବି ଆଟ୍‌ମସ୍‌ର ଅନୁଭବ ନେଇପାରିବେ ଏବଂ ଏକ କମ୍ପାଟିବଲ୍ ବ୍ରାଭିଆ ସହ ଯୋଡ଼ି ସିନେମାର ମଜା ନେଇପାରିବେ। ସୋନିର କମ୍ପାଟିବଲ୍ ବ୍ରାଭିଆ ଟିଭି ସହ ଏହାକୁ ଯୋଡ଼ିଲେ ୩୬୦ ସ୍ପାଟିଆଲ୍ ସାଉଣ୍ଡ ଆପଣଙ୍କ ଲାଗି ନିଜସ୍ୱ ସାଉଣ୍ଡ ପ୍ରସ୍ତୁତ କରିବ।
ଏଥିରେ ଥିବା ଏକ୍ସ-ବାଲାନ୍ସଡ୍ ସ୍ପିକର୍ ୟୁନିଟ୍ ସିନେମା ମାନର ଅଡିଓ ପ୍ରଦାନ କରିବ ଯେଉଁଥିରେ କଳାକାରମାନେ କହୁଥିବା ପ୍ରତିଟି ଶବ୍ଦ ସ୍ପଷ୍ଟ ଭାବେ ଶୁଭିବ। ଗୋଟିଏ ଟିଭିରେ ଦୁଇଟି ବ୍ରାଭିଆ ଥିଏଟର ୟୁ ସ୍ପିକର ଯୋଡ଼ି ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସିନେମା ଦେଖିବା ଲାଗି ଏହି ସ୍ପିକର୍‌କୁ ପ୍ରସ୍ତୁତ କରାଯାଇଛି। ସିକ୍ୟୁର ଫିଟ୍ ସହିତ ହାଲୁକା ଡିଜାଇନ୍ ଯୋଗୁଁ ଆପଣଙ୍କ ବେକ ଓ କାନ୍ଧକୁ ଆରାମ ଲାଗିବ। ମୁଣ୍ଡର ଆକାର ଅନୁସାରେ ଏହାକୁ ଆଡଜଷ୍ଟ କରିହେବ।
ବ୍ରାଭିଆ ଥିଏଟର ୟୁକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବ୍ରାଭିଆ ଟିଭିର ପ୍ରଦର୍ଶନ ବଢ଼ାଇବ। ଏହା ଅଡିଓ ଓ ଭିଜୁଆଲ ମାନ ବଢ଼ାଇ ୪କେ ଏଚ୍‌ଡିଆର୍ ଛବି ପ୍ରଦାନ କରିବ। ଏଥିରେ ଥିବା ବ୍ୟାଟେରି ୧୨ ଘଂଟା କାମ କରିବ ଯାହା ନିରବଚ୍ଛିନ୍ନ ମନୋରଂଜନକୁ ନିଶ୍ଚିତ କରିବ। ଏଥିରେ ଥିବା କ୍ୱିକ୍ ଚାର୍ଜ ସୁବିଧା ଯୋଗୁଁ ତାହାକୁ ଶୀଘ୍ର ଚାର୍ଜ କରିହେବ। ମାତ୍ର ୧୦ ମିନିଟ୍ ଚାର୍ଜ କଲେ ତାହା କିଛି ଘଂଟା ପର୍ଯ୍ୟନ୍ତ କାମ କରିବ। ଏହାର ପ୍ରିସାଇଜ୍ ଭଏସ୍ ପିକ୍‌ଅପ୍ ପ୍ରଯୁକ୍ତି ବିଭିନ୍ନ ପରିବେଶରେ କଲ୍‌ରେ ସ୍ପଷ୍ଟତା ପ୍ରଦାନ କରିବ।
ଏହାର ମଲ୍‌ଟି କନେକ୍ଟ ସୁବିଧା ଯୋଗୁଁ ବ୍ୟବହାରକାରୀମାନେ ତାହାକୁ ଦୁଇଟି ଡିଭାଇସ୍ ସହ ଯୋଡ଼ିପାରିବେ। ବ୍ରାଭିଆ ଥିଏଟରରେ ଆଇପିଏକ୍ସ୪ ୱାଟର ରେଜିଷ୍ଟାଂଟ୍ ରହିଛି ଯାହା ଏହାକୁ ପାଣିରୁ ସୁରକ୍ଷା ପ୍ରଦାନ କରିବ। ଗ୍ରାହକମାନେ ଏହାକୁ ସମସ୍ତ ସୋନି ସେଂଟର, ସୋନିର ସ୍ୱୀକୃତିପ୍ରାପ୍ତ ଡିଲର, ଇ-କମର୍ସ ୱେବସାଇଟ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରୁ କିଣିପାରିବେ। ଏହାର ଦାମ୍ ୨୪,୯୯୦ ଟଙ୍କା ରହିଥିବା ବେଳେ ତାହା ୨୦୨୪ ସେପ୍ଟେମ୍ବର ୨୩ରୁ ଉପଲବ୍ଧ ହେବ।


Share It

Comments are closed.