ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ


ଭୁବନେଶ୍ୱର: ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଡିଏଏମ କ୍ୟାପିଟାଲ ହେଉଛି ଭାରତରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ନିବେଶ ବ୍ୟାଙ୍କ ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ୨୦୨୩-୨୪ ଆର୍ôଥକ ବର୍ଷରେ ଏହାର ଲାଭ ମାର୍ଜିନ ସର୍ବାଧିକ ଥିଲ। ୧୨.୧ ପ୍ରତିଶତ ବଜାର ଅଂଶ ସହିତ ଏହା ହେଉଛି ଭାରତର ଅନ୍ୟତମ ଅଗ୍ରଣୀ ନିବେଶ ବ୍ୟାଙ୍କ। ଡିଏଏମ କ୍ୟାପିଟାଲ ପକ୍ଷରୁ ଇକ୍ୱିଟି ପୁଂଜି ବଜାର ସମେତ ନିବେଶ ବ୍ୟାଙ୍କିଙ୍ଗ, ଅଧିଗ୍ରହଣ ଓ ମିଶ୍ରଣ, ପ୍ରାଇଭେଟ ଇକ୍ୱିଟି, ଢାଂଚାଗତ ଆର୍ôଥକ ପରାମର୍ଶ ଏବଂ ବ୍ରୋକିଂ ଓ ଗବେଷଣା ସହିତ ସଂସ୍ଥାଗତ ଇକ୍ୱିଟି ସେବା ପ୍ରଦାନ କରାଯାଉଛି।
କଂପାନିର ଇନିସିଆଲ ପବ୍ଲିକ ଅଫରରେ ନିବେଶକମାନେ ଅଫର ଫର ସେଲରେ ୩୨.୦୬ ନିୟୁତ ଇକ୍ୱିଟି ସେୟାର ବିକ୍ରି କରିବେ। ମଲଟିପଲସ ଅଲଟରନେଟ ଆସେଟ ମ୍ୟାନେଜମେଂଟ, ଆରବିଏଲ ବ୍ୟାଙ୍କ, ଇଜିଆକସେସ ଫାଇନାନ୍ସିଆଲ ସର୍ଭିସେସ, ନରୋତମ ଶେଖସରିଆ ଅଂଶଧନ ବିକ୍ରି କରିବେ। ପ୍ରତିଷ୍ଠାତା ଧର୍ମେଶ ଅନିଲ ମେହେଟ୍ଟା ନିଜର ଅଳ୍ପ ଅଂଶଧନ ବିକିବେ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ।
୧୯୯୩ରେ ଏସ ଏସ କାନ୍ତିଲାଲ ଇଶ୍ୱରଲାଲ ସେୟାର ବ୍ରୋକର୍ସ ଆଣ୍ଡ ଇନଭେଷ୍ଟର୍ସ ପ୍ରାଇଭେଟ ଲିମିଟେଡ ଭାବେ କଂପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ୧୯୯୪ରେ କଂପାନିର ନାମ ପରିବର୍ତନ ହୋଇ ଏସ ଏସ କାନ୍ତିଲାଲ ଇଶ୍ୱରଲାଲ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ ରଖାଯାଇଥିଲା। ୨୦୦୬ରେ ଆଇଡିଏଫସି ଏହାକୁ ଅଧିଗ୍ରହଣ ଆରମ୍ଭ କରିଥିଲା ଯାହା ୨୦୦୮ରେ ସମ୍ପନ୍ନ ହୋଇଥିଲା। ୨୦୧୯ରେ ଆଇଡିଏଫସି ଗ୍ରୁପ ଏହାର ସମସ୍ତ ଅଂଶଧନ ବିକ୍ରି କରି ଓହରିଯାଇଥିଲା ଯାହାକୁ ଧର୍ମେଶ ଅନିଲ ମେହେଟ୍ଟା ଓ ଅନ୍ୟମାନେ କିଣିଥିଲେ। ଏହାପରେ କଂପାନିର ନାମକୁ ୨୦୨୦ ଜୁଲାଇରେ ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡକୁ ପରିବର୍ତନ କରାଯାଇଥିଲା।
ଧର୍ମେଶ ଅନିଲ ମେହେଟ୍ଟା ହେଉଛନ୍ତି ଜଣେ ଅଭିଜ୍ଞ ଇନଭେଷ୍ଟମେଂଟ ବ୍ୟାଙ୍କର ଯାହାଙ୍କ ପାଖରେ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଡିଏଏମ କ୍ୟାପିଟାଲ ୩୮.୭୭ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଥିବା ବେଳେ ୨୦୨୩-୨୪ ସୁଦ୍ଧା ଏହାର ରାଜସ୍ୱ ୧୮୨୦ ନିୟୁତ ଟଙ୍କା ହୋଇଛି।


Share It

Comments are closed.