ଲିଡ୍ ଗ୍ରୁପର ଟେକବୁକ ଭାରତରେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିପ୍ଳବ ଆଣିବ


ଭୁବନେଶ୍ୱର: ଭାରତର ସର୍ବବୃହତ ସ୍କୁଲ ଏଡଟେକ କମ୍ପାନି ଲିଡ ଗୁପ ପକ୍ଷରୁ ଟେକବୁକର ଶୁଭାରମ୍ଭ କରାଯାଇଛି ଯାହା ପାରମ୍ପରିକ ପୁସ୍ତକ ଶିକ୍ଷାଦାନକୁ ବଦଳାଇବ। ସ୍କୁଲ ପିଲାମାନଙ୍କ ପାଠପଢ଼ାରେ ରହିଥିବା ଆହ୍ୱାନକୁ ତିନି ପ୍ରକାର ପ୍ରଯୁକ୍ତି ଓ ଏନସିଏଫ ଅନୁଯାୟୀ ପ୍ରସ୍ତୁତ ପାଠ୍ୟକ୍ରମ ଜରିଆରେ ଏହା ମୁକାବିଲା କରିବ।
ଲିଡର ସହ ପ୍ରତିଷ୍ଠାତା ଓ ସିଇଓ ସୁମିତ ମେହେଟ୍ଟା କହିଛନ୍ତି ଯେ, ‘ଶତାବ୍ଦି ଧରି ପାଠ୍ୟପୁସ୍ତକ ଶ୍ରେଣୀ ଗୃହରେ ପ୍ରାଥମିକ ଶିକ୍ଷାଦାନ ଉପକରଣ ହୋଇରହିଥିବା ବେଳେ ସାରା ବିଶ୍ୱରେ ଏଆଇ ତଥା ଏଆର/ଭିଆର ଯୋଗୁଁ ପର୍ସନାଲାଇଜଡ, ମଲଟିମୋଡାଲ ଓ ଗେମିଂ ଭିତିକ ଅନୁଭୂତି ବିଭିନ୍ନ ଶିଳ୍ପରେ ପ୍ରଚଳନ ହୋଇଛି। ପ୍ରଯୁକ୍ତି, ପାଠ୍ୟଖସଡ଼ା ଓ ପାଠ୍ୟକ୍ରମ ଉପରେ ଦୀର୍ଘବର୍ଷ କରାଯାଇଥିବା ଗବେଷଣାର ବୈପ୍ଲବିକ ଫଳ ହେଉଛି ଟେକ ବୁକ୍ ଏବଂ ଏହା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଶୈଳୀକୁ ବଦଳାଇବ। ୨୦୨୮ ସୁଦ୍ଧା ଭାରତର ଶ୍ରେଷ୍ଠ ୫୦୦୦ ସ୍କୁଲ ଟେକବୁକ ଆପଣାଇବେ ବୋଲି କମ୍ପାନି ଲକ୍ଷ୍ୟ ରଖିଛି ଯାହା ସାରା ଦେଶର ଶ୍ରେଣୀଗୃହରେ ପାଠପଢ଼ାକୁ ପର୍ସନାଲାଇଜ ଓ ଭାବ ବିନିମୟ ଭିତିକ କରିବ।’’
ଏକ ପର୍ସନାଲାଇଜ ଓ ଇଂଟରଆକ୍ଟିଭ ଅନୁଭୂତି ଜରିଆରେ ପାରମ୍ପରିକ ପାଠ୍ୟପୁସ୍ତକର ରହିଥିବା ପରିସୀମାକୁ ଟେକବୁକ୍ ଅତିକ୍ରମ କରିବ। ଏହା ଜରିଆରେ ପ୍ରତି ପିଲାଙ୍କୁ ସୁହାଇବା ଭଳି ପାଠପଢ଼ା ଢ଼ାଂଚା ବିକାଶ କରାଯାଇପାରିବ। ଏଥିରେ ଥିବା ଶକ୍ତିଶାଳୀ ସୁବିଧାଗୁଡ଼ିକ ହେଉଛି ଅଗମେଂଟେଡ ରିଅଲିଟି, ପର୍ସନାଲାଇଜଡ ରିଡିଂ ଫ୍ରିକ୍ୟୁଏନସି ଓ ପର୍ସନାଲାଇଜଡ ପ୍ରାକ୍ଟିସ।
ସୁମିତ କହିଛନ୍ତି ଯେ ପ୍ରଥମ ବର୍ଷ କେବଳ ଆମନ୍ତ୍ରଣ ଭିତିରେ ଦେଶର ୪୦୦ ଅଭିନବ ସ୍କୁଲରେ ଟେକବୁକ ପ୍ରଚଳନ କରାଯିବ। ଆମେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିବାକୁ ଚାହୁଛୁ ଏବଂ ସ୍କୁଲରେ ଏଆଇ ଓ ପ୍ରଯୁକ୍ତି ବ୍ୟବହାର କରି କିଭଳି ଭାରତ ଆଗରେ ରହିପାରିବ ତାହା ଦୁନିଆକୁ ଦେଖାଇବାକୁ ଚାହୁଛୁ।
ଲିଡ ଗ୍ରୁପର ସହ ପ୍ରତିଷ୍ଠାତା ଓ ସହ-ସିଇଓ ସ୍ମିତା ଦେଓରା କହିଛନ୍ତି ଯେ, ‘ପାଠ୍ୟପୁସ୍ତକର ଅନୁଭବ ଓ ପ୍ରଯୁକ୍ତିର ଶକ୍ତି ତଥା ଶିକ୍ଷା ଉପକରଣ ଉପରେ ଗଭୀର ଗବେଷଣାକୁ ମିଶାଇ ଆମେ ଏହା ନିଶ୍ଚିତ କରିବାକୁ ଚାହୁଛୁ ଯେ ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଖରେ ଉଚ୍ଚ ମାନ, ପର୍ସନାଲାଇଜଡ ପାଠପଢ଼ା ପହଂଚିବ ଯାହା ବାସ୍ତବରେ ସେମାନଙ୍କ ପାଠପଢ଼ା ଯାତ୍ରାରେ ଉନ୍ନତି ଆଣିବ। ଟେକବୁକ ଜରିଆରେ ଆମେ ଏଭଳି ଏକ ପରିବେଶ ଗଠନ କରିବାକୁ ଚାହୁଛୁ ଯାହା କେବଳ ମନେ ରଖିବା ପାଇଁ ନୁହେଁ ବରଂ ଅନୁସନ୍ଧାନ, ଅଭିନବତା ଭିତିକ ହେବ।’’


Share It

Comments are closed.