ପାର୍ବଣ ଋତୁ ପୂର୍ବରୁ ସର୍ଭିସ୍ ସେଂଟର ନେଟୱାର୍କ ବିସ୍ତାର କରିଛି ନଥିଂ ଇଣ୍ଡିଆ


ଭୁବନେଶ୍ୱର – ଦେଶର ଦ୍ରୁତ ଗତିରେ ଲୋକପ୍ରିୟତା ଲାଭ କରୁଥିବା ଲଣ୍ଡନର କଞ୍ଜ୍ୟୁମର ଟେକ୍ ବ୍ରାଣ୍ଡ୍ ନଥିଙ୍ଗ୍ ଏହାର ବଢ଼ୁଥିବା ଗ୍ରାହକ ଭିତିଭୂମିକୁ ଉନ୍ନତ ଭାବରେ ପୂରଣ କରିବା ପାଇଁ ସର୍ଭିସ୍ ସେଂଟର ନେଟୱାର୍କର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ୨୦୨୪ ର ପ୍ରଥମ ତ୍ରୟମାସରେ ୫୬୭% ଅଭିବୃଦ୍ଧି ସହ କମ୍ପାନୀ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ହୋଇଥିବାରୁ ନଥିଙ୍ଗ୍ ଇଣ୍ଡିଆ ସମଗ୍ର ଦେଶରେ ଗ୍ରାହକ ସହାୟତାର ଉପଲବ୍ଧତା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ । ଅକ୍ଟୋବରରେ ନଥିଂ ଇଣ୍ଡିଆ ହାଇଦ୍ରାବାଦ ଏବଂ ଚେନ୍ନାଇରେ ଆଉ ଦୁଇଟି ସ୍ୱତନ୍ତ୍ର ସେବା କେନ୍ଦ୍ର ଖୋଲିବ, ଯାହା ଦେଶବ୍ୟାପୀ ସମୁଦାୟ ତିନିରୁ ପାଂଚଟି ସ୍ୱତନ୍ତ୍ର ସେବା କେନ୍ଦ୍ରକୁ ବୃଦ୍ଧି କରିବ । ଏହାବ୍ୟତୀତ କମ୍ପାନିର ୫ ଟି ମଲ୍ଟି ବ୍ରାଣ୍ଡ୍ ସର୍ଭିସ୍ ସେଂଟରରେ ପ୍ରାୟୋରିଟି ଏକ୍ସକ୍ଲୁସିଭ୍ ସର୍ଭିସ୍ ଡେସ୍କ ରହିବ । କୋଲକାତା ଏବଂ ଗୁରୁଗାଓଁରେ ପ୍ରାୟୋରିଟି ଡେସ୍କଗୁଡ଼ିକ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ କୋଚିନ, ଅହମ୍ମଦାବାଦ ଏବଂ ଲକ୍ଷ୍ନୌରେ ନୂତନ ପ୍ରାୟୋରିଟି ଡେସ୍କ ପ୍ରତିଷ୍ଠା କରାଯାଉଛି । ଏହି ସୁବିଧାଗୁଡ଼ିକ ଗ୍ରାହକମାନଙ୍କୁ ଶୀର୍ଷସ୍ତରୀୟ ସେବା ପ୍ରଦାନ କରିଥାଏ, ଯାହା ଏକ ନିରବଚ୍ଛିନ୍ନ, ଦ୍ରୁତ ଏବଂ ଦକ୍ଷ ଅଭିଜ୍ଞତାକୁ ସୁନିଶ୍ଚିତ କରିଥାଏ । ନଥିଂ ଇଣ୍ଡିଆ ସାରା ଦେଶରେ ୧୮,୦୦୦ ପିନ୍‌କୋଡ୍ କୁ ଅନ୍ତର୍ଭୁକ୍ତ କରି ପିକଅପ୍ ଏବଂ ଡ୍ରପ୍ ସେବା ପ୍ରଦାନ କରିସାରିଛି ।

ଏହା ସମ୍ପର୍କରେ ନଥିଂ ଇଣ୍ଡିଆର ମାର୍କେଟିଂ ମୁଖ୍ୟ ପ୍ରଣୟ ରାଓ କହିଛନ୍ତି, ‘‘ଅତୁଳନୀୟ ଗ୍ରାହକ ସେବା ଯୋଗାଇବା ପାଇଁ ନଥିଂ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ ଅଟେ । ଆମର ସେବା କେନ୍ଦ୍ରଗୁଡିକର ସମ୍ପ୍ରସାରଣ ଗ୍ରାହକ ସନ୍ତୋଷ ଏବଂ ଭାରତୀୟ ବଜାରରେ ଆମର ଦ୍ରୁତ ଅଭିବୃଦ୍ଧି ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ । ଆମେ ଆମର ସେବା କେନ୍ଦ୍ର ଏବଂ ବ୍ୟାପକ ପିକଅପ୍ ଏବଂ ଡ୍ରପ୍ ସେବାର ଏକ ଦୃଢ଼ ନେଟୱାର୍କ ସହିତ ଗ୍ରାହକମାନଙ୍କୁ ସମର୍ଥନ କରୁଛୁ, ଯାହା ଏକ ନିରବଚ୍ଛିନ୍ନ ଏବଂ ଦକ୍ଷ ସେବା ଅଭିଜ୍ଞତାକୁ ସୁନିଶ୍ଚିତ କରେ ।’’ ଫ୍ଲିପକାର୍ଟ, କ୍ରୋମା ଏବଂ ବିଜୟ ସେଲ୍ସରେ ପୂର୍ବରୁ ଉପଲବ୍ଧ ଥିବା ନଥିଙ୍ଗ୍ ଏହାର ଅଫଲାଇନ୍ ଉପସ୍ଥିତିକୁ ୨୦୦୦ ରୁ ୫୦୦୦ ସ୍ଥାନକୁ ଦ୍ୱିଗୁଣିତ କରିଛି ଏବଂ ଖୁବଶୀଘ୍ର ସମଗ୍ର ଭାରତରେ ୭୦୦୦ ଆଉଟଲେଟରେ ଉପଲବ୍ଧ ହେବ ।

 


Share It

Comments are closed.