ଏଆଇସିଟିଇ ଓ ଓପୋ ଇଣ୍ଡିଆର ‘ଜେନେରେଶନ ଗ୍ରୀନ୍‌’ କ୍ୟାମ୍ପେନ


ଭୁବନେଶ୍ୱର : ଅଲ୍ ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ ଏଜୁକେଶନ (ଏଆଇସିଟିଇ) ଓ ଓପୋ ଇଣ୍ଡିଆ ପକ୍ଷରୁ ରାମ୍‌ଜସ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀଠାରେ ଏକ ଜାତୀୟସ୍ତରୀୟ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ସଚେତନତା ଅଭିଯାନ (ଇ-ୱେଷ୍ଟ୍‌) ସହ ‘ଜେନେରେଶନ ଗ୍ରୀନ୍‌’ କ୍ୟାମ୍ପେନର ୨ୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଏହାସହିତ ଏହି କଲେଜ ଏହି ପ୍ରୋଗ୍ରାମ ଅଧିନରେ ପ୍ରଥମ ‘ଇକୋ-କନ୍‌ସିୟସ ଚାମ୍ପିଅନ ଇନ୍‌ଷ୍ଟିଚ୍ୟୁଟ୍‌’ରେ ପରିଣତ ହୋଇଛି । ପ୍ରଥମ ସଂସ୍କରଣର ଅଂଶ ଭାବେ ଓପୋ ଇଣ୍ଡିଆ ଓ ଏଆଇସିଟିଇ ଭାରତବ୍ୟାପୀ କଲେଜଗୁଡିକରେ ଇଂଟର୍ଣ୍ଣସିପ୍ ପ୍ରଦାନ କରି ଯୁବପିଢିଙ୍କ ମଧ୍ୟରେ ସବୁଜ ଦକ୍ଷତାକୁ ପ୍ରୋତ୍ସାହିତ କରିଥିଲେ । ୧୪୦୦ରୁ ଅଧିକ ଶିକ୍ଷାନୁଷ୍ଠାନରୁ ୯୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଇଂଟର୍ଣ୍ଣସିପ୍ ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୫୦୦୦ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ଏବେ ସଚେତନତା ଅଧିବେଶନ, ଇ-ସର୍ଭେ, ଗ୍ରୀନ ଡେ’ ସେଲିବ୍ରେଶନ ଭଳି ସ୍ଥାୟିତ୍ୱ ଗତିବିଧିରେ ନିୟୋଜିତ ଅଛନ୍ତି ।

ଏହାର ୨ୟ ସଂସ୍କରଣ ଯୁବପିଢିଙ୍କୁ ଅବ୍ୟବହୃତ ତାର, ମୋବାଇଲ ଫୋନ, ଚାର୍ଜର, ବ୍ୟାଟେରୀ ଭଳି ଇଲେକ୍‌ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନାର ବର୍ଦ୍ଧିତ ଆହ୍ୱାନ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରଭାବୀ ବର୍ଜନର ଆବଶ୍ୟକତା ସମ୍ପର୍କରେ ସଚେତନ କରୁଛି । ନ୍ୟାଶନାଲ ଏଜୁକେଶନ ଟେକ୍ନୋଲୋଜି ଫୋରମ୍ (ଏନ୍‌ଇଟିଏଫ୍‌)ର ଅଧ୍ୟକ୍ଷ ଡଃ ଅନିଲ ସହସ୍ରବୁଦ୍ଧେ ମୁଖ୍ୟ ଅତିଥି ଭାବେ ଏହି ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଓପୋ ଇଣ୍ଡିଆର ପବ୍ଲିକ୍ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ ଓ ରାମଜସ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀର ପ୍ରିନ୍ସିପାଲ ପ୍ରଫେସର ଅଜୟ କୁମାର ଅରୋରାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସମୟରେ ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଫଟୋଗ୍ରାଫି, ପ୍ରଶ୍ନୋତର, ଫାଇନ୍ ଆର୍ଟସ୍ ଭଳି ବିଭିନ୍ନ ସମାଜ ବା କ୍ଷେତ୍ରର ଛାତ୍ରଛାତ୍ରୀମାନେ ଗତିବିଧିଗୁଡିକର ଏକ ବିବିଧ ଶୃଙ୍ଖଳାରେ ନିୟୋଜିତ ହେବେ ।

ଏସମ୍ପର୍କରେ ନ୍ୟାଶନାଲ ଏଜୁକେଶନ ଟେକ୍ନୋଲୋଜି ଫୋରମ୍ (ଏନ୍‌ଇଟିଏଫ୍‌)ର ଅଧ୍ୟକ୍ଷ ଡଃ ଅନିଲ ସହସ୍ରବୁଦ୍ଧେ କହିଛନ୍ତି, “ ଦାୟିତ୍ୱପୂର୍ଣ୍ଣ ଇ-ବର୍ଜ୍ୟବସ୍ତୁର ନିଷ୍କାସନ ଆମର ପରିବେଶ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଶିକ୍ଷା କ୍ଷେତ୍ର ମଧ୍ୟରେ ସ୍ଥାୟିତ୍ୱକୁ ସମ୍ବୋଧିତ କରିବା, ଏକ ଫଳପ୍ରଦ ପ୍ରଭାବ ସୃଷ୍ଟି କରିବା ପାଇଁ ଜରୁରୀ ଅଟେ ଯାହା ବ୍ୟାପକ ସାମାଜିକ ପରିବର୍ତନକୁ ପ୍ରଭାବିତ କରିପାରିବ । ‘ଜେନେରେଶନ ଗ୍ରୀନ୍‌’ କ୍ୟାମ୍ପେନ ଭଳି ଅଭିଯାନଗୁଡିକ ଯୁବପିଢିଙ୍କୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ସଶକ୍ତ କରୁଛି ।” ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ୨୦୨୪ ଶେଷ ସୁଦ୍ଧା ଭାରତରେ ସର୍ବନିମ୍ନ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିବା । ସେହିପରି ଓପୋ ଇଣ୍ଡିଆର ପବ୍ଲିକ୍ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ଆମେ ୨୦ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରୁ ୫୦୦୦ ସଷ୍ଟେନାବିଲିଟି ଚାମ୍ପିଅନଙ୍କୁ ନିୟୋଜିତ କରିଛୁ, ଯେଉଁମାନେ ବର୍ତମାନ ଏକ ସ୍ୱଚ୍ଛ ଓ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଲାଗି ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛନ୍ତି । ଆମେ ୨ୟ ପର୍ଯ୍ୟାୟରେ ପ୍ରବେଶ କରିଥିବାରୁ, ଏହି ଯୁବ ଲିଡରମାନେ ଭାରତବ୍ୟାପୀ କଲେଜଗୁଡିକରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେବେ, ଯାହା ଏକ ମଜବୁତ ସବୁଜ ଅର୍ଥନୀତି ପାଇଁ ଆବଶ୍ୟକ ସବୁଜ ଚିନ୍ତାଧାରା ନିର୍ମାଣ କରିବ ।”

ରାମଜସ୍ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀର ପ୍ରିନ୍ସିପାଲ ପ୍ରପେସର ଅଜୟ କୁମାର ଅରୋରା କହିଛନ୍ତି, “ଆମେ ଗର୍ବିତ ଅନୁଭବ କରୁଛୁ ଯେ, ଓପୋ ଇଣ୍ଡିଆର ‘ଜେନେରେଶନ ଗ୍ରୀନ୍‌’ କ୍ୟାମ୍ପେନର ୨ୟ ପର୍ଯ୍ୟାୟକୁ ଲଂଚ୍ କରିବା ପାଇଁ ରାମ୍‌୍‌ଜସ କଲେଜକୁ ଚୟନ କରାଯାଇଛି । ଆମେ ଏହି ଅଭିଯାନର ନେତୃତ୍ୱ ନେଇ ଏବଂ ଏହି ଦେଶବ୍ୟାପୀ ଅଭିଯାନରେ ପ୍ରଥମ ଇକୋ-କନ୍‌ସିୟସ ଚାମ୍ପିଅନ ଇନ୍‌ଷ୍ଟିଚ୍ୟୁଟ୍ ଭାବେ କାର୍ଯ୍ୟ କରି ଗର୍ବିତ ।”


Share It

Comments are closed.