ଏନବିବିଏଲ ପକ୍ଷରୁ ବନ୍ଧନ ବ୍ୟାଙ୍କ ରିଟେଲ ଆସେଟକୁ ଭାରତ କନେକ୍ଟରେ ସାମିଲ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭାରତ ବିଲପେ ଲିମିଟେଡ ପକ୍ଷରୁ ବନ୍ଧନ ବ୍ୟାଙ୍କକୁ ଭାରତ କନେକ୍ଟ ପ୍ଲାଟଫର୍ମରେ ଯୋଡ଼ାଯାଇଛି। ଏହା ଦ୍ୱାରା ବନ୍ଧନ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ଦୁଇଚକିଆ ଯାନ ଋଣର ଇଏମଆଇ ପ୍ରଦାନ କରିପାରିବେ। ଗ୍ରାହକମାନେ ବନ୍ଧନ ବ୍ୟାଙ୍କ ମୋବାଇଲ ଆପ ଏମବନ୍ଧନ, ରିଟେଲ ଇଂଟରନେଟ ବ୍ୟାଙ୍କିଂ କିମ୍ବା ଭାରତ କନେକ୍ଟ ସହ ଯୋଡ଼ିହୋଇଥିବା ୭୦୦ରୁ ଅଧିକ ୱେବସାଇଟ ଓ ଆପ ଜରିଆରେ ଇଏମଆଇ ପୈଠ କରିପାରିବେ।
ଏହା ବନ୍ଧନ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକମାନେ ଡିଜିଟାଲ ମାଧ୍ୟମରେ ପେମେଂଟ କରିବାର ଅଧିକ ସୁବିଧା ପାଇପାରିବେ। ଠିକ ସମୟରେ ଋଣ ପରିଶୋଧ କରିବା ଲାଗି ବ୍ୟାପକ ଡିଜିଟାଲ ଚ୍ୟାନେଲକୁ ଗ୍ରାହକମାନେ ବ୍ୟବହାର କରିପାରିବେ ଯାହା ଗ୍ରାହକଙ୍କ ସୁବିଧାରେ ଉନ୍ନତି ଆଣିବ। ଏହି ସହଯୋଗିତାରେ ଗ୍ରାହକଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଋଣ ପରିଶୋଧ ସୁବିଧାକୁ ଗ୍ରାହକଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ସମନ୍ୱୟ ପ୍ରକ୍ରିୟାକୁ ନିରବଚ୍ଛିନ୍ନ, ବ୍ୟବହାରକାରୀ ଅନୁକୂଳ କରିବା ସହ ଧାର୍ଯ୍ୟ ତାରିଖ ଅତିକ୍ରମ କରିଯିବାର ଆଶଙ୍କା କମ କରିବ। ଏହା ଭାରତ କନେକ୍ଟ ଭିତିଭୂମିକୁ ଉପଯୋଗ କରି ଭାରତର ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ।
ଏ ସମ୍ପର୍କରେ ଏନବିବିଏଲର ଏମଡି ଓ ସିଇଓ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, ‘ଏନବିବିଏଲରେ ଆମେ ଗ୍ରାହକ ଓ ଋଣ ପ୍ରଦାନକାରୀମାନଙ୍କ ପାଇଁ ଡିଜିଟାଲ ପେମେଂଟକୁ ନିରବଚ୍ଛିନ୍ନ ଓକରିବା ସହ ସେମାନଙ୍କ ପାଖରେ ପହଂଚାଇବାକୁ ଚାହୁଁଛୁ। ବନ୍ଧନ ବ୍ୟାଙ୍କ ସହିତ ଆମର ସହଯୋଗିତା ଗ୍ରାହକମାନଙ୍କୁ ସେମାନଙ୍କ ଇଏମଆଇ ପରିଚାଳନା କରିବା ପାଇଁ ଏକ ସରଳ ଓ ବିଶ୍ୱାସଯୋଗ୍ୟ ମାଧ୍ୟମ ପ୍ରଦାନ କରିବା ଏବଂ ଋଣ ପ୍ରଦାନକାରୀମାନଙ୍କୁ ୭୦୦ରୁ ଅଧିକ ଆପ ଓ ୱେବସାଇଟ ଓ ସାରା ଭାରତରେ ଥିବା ୫ ନିୟୁତ ଅଫଲାଇନ ଏଜେଂଟଙ୍କ ଜରିଆରେ ଋଣ ଅର୍ଥ ସଂଗ୍ରହ କରିବାରେ ସହାୟକ ହେବ। ଡିଜିଟାଲ ସାର୍ବଜନୀନ ଭିତିଭୂମି ବ୍ୟବହାର କରି ଆର୍ôଥକ ଅନ୍ତଭୁର୍କ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଆମର ରହିଥିବା ଉଦ୍ୟମକୁ ବନ୍ଧନ ବ୍ୟାଙ୍କ ସହ ଏହି ସହଯୋଗିତା ଆହୁରି ଆଗକୁ ବଢ଼ାଇବ।”
ବନ୍ଧନ ବ୍ୟାଙ୍କର ଇଡି ଓ ସିଇଓ ଶ୍ରୀ ରତନ କୁମାର କେଶ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କରେ ଆମେ ଆମର ପ୍ରତିଟି ଡିଜିଟାଲ ନବସୃଜନର ମୂଳରେ ଗ୍ରାହକଙ୍କୁ ରଖିବା ଉପରେ ସର୍ବଦା ଧ୍ୟାନ ଦେଉଛୁ। ଏନପିସିଆଇ ଭାରତ ବିଲ-ପେ’ର ଭାରତ କନେକ୍ଟ ପ୍ଲାଟଫର୍ମ ସହ ସମନ୍ୱିତ ହେବା ଆମ ଗ୍ରାହକମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ, ସୁରକ୍ଷିତ ଓ ସୁବିଧାଜନକ ଋଣ ପରିଶୋଧ ଯାତ୍ରା ସୃଷ୍ଟି କରିବା ଦିଗରେ ଏକ ପଦକ୍ଷେପ। ଏହି ପ୍ଲାଟଫର୍ମକୁ ଉପଯୋଗ କରି ଆମେ ଋଣ ପରିଶୋଧର ସରଳୀକରଣ କରୁଥିବା ବେଳେ ତାହାକୁ ଲୋକମାନଙ୍କ ପାଖରେ ପହଂଚାଉଛୁ ଓ ଆର୍ôଥକ ସଶକ୍ତୀକରଣକୁ ସକ୍ଷମ କରୁଛୁ। ଏକ ଗ୍ରାହକ ପ୍ରଥମ ଡିଜିଟାଲ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଏବଂ ସାରା ଦେଶରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବାରେ ଆମ ପ୍ରତିବଦ୍ଧତାକୁ ଏହି ଅଭିଯାନ ଦୃଢ଼ କରୁଛି।”
Comments are closed.