ପ୍ରିମିୟର ଏନର୍ଜିସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଅଗଷ୍ଟ ୨୭ ମଙ୍ଗଳବାର ଖୋଲିବ


ଭୁବନେଶ୍ୱର: ପ୍ରିମିୟର ଏନର୍ଜିସ୍ ଲିମିଟେଡ ଇନିସିଆଲ ପବ୍ଲିକ ଅଫର ୨୦୨୪ ଅଗଷ୍ଟ ୨୭, ମଙ୍ଗଳବାର ଦିନ ଖୋଲିବ। ଏହି ଇସ୍ୟୁର ପରିମାଣ ହେଉଛି ୧୨୯୧ କୋଟି ଟଙ୍କା ଏବଂ ଏଥିରେ ଅଫର ଫର ସେଲରେ ୩୪,୨୦୦,୦୦୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରିବେ।
ଆଙ୍କର ନିବେଶକମାନ ୨୦୨୪ ଅଗଷ୍ଟ ୨୬ ସୁଦ୍ଧା ବିଡ ଦାଖଲ କରିପାରିବେ ଏବଂ ୨୦୨୪ ଅଗଷ୍ଟ ୨୯, ଗୁରୁବାର ବିଡ ଅଫର ବନ୍ଦ ହେବ। ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ ୪୨୭ ଟଙ୍କାରୁ ୪୫୦ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୩୩ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଓ ପରେ ସେଥିରେ ୩୩ଟି ଳେଖାଏଁ ଇକ୍ୱିଟି ସେୟାରଯୋଡ଼ିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ୧) ଏହାର ସହାୟକ ସଂସ୍ଥା ପ୍ରିମିୟର ଏନର୍ଜିସ ଗ୍ଲୋବାଲ ଏନର୍ଭାରମେଂଟ ପ୍ରାଇଭେଟ ଲିମିଟେଡର ହାଇଦ୍ରାବାଦ, ତେଲେଙ୍ଗାନାରେ ୯୬୮.୬୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଥିବା ୪ ଗିଗାୱାଟର ସୋଲାର ପିଭି ଟପକନ ଏବଂ ୪ ଗିଗାୱାଟର ସୋଲାର ପିଭି ଟପକନ ମଡ୍ୟୁଲ ଉତ୍ପାଦନ କାରଖାନା ଲାଗି ୨୦୨୪-୨୫ ଓ ୨୦୨୫-୨୬ ଆର୍ôଥକ ବର୍ଷରେ ପୁଞ୍ଜିନିବେଶ ପ୍ରଦାନ କରିବା ଏବଂ ୨) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଅଫର ଫର ସେଲରେ ସାଉଥ ଏସିଆ ଗ୍ରୋଥ ଫଣ୍ଡ ୧ ହୋଲଡିଂସ ଏଲଏଲସି ୨୬,୮୨୭,୨୦୦ ଇକ୍ୱିଟି ସେୟାର, ସାଉଥ ଏସିଆ ଇବିଟି ଟ୍ରଷ୍ଟ ୧୭୨,୮୦୦ ଇକ୍ୱିଟି ସେୟାର ଏବଂ ଚିରଞ୍ଜୀବ ସିଂହ ସାଲୁଜା ୭,୨୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୨୨ ଟଙ୍କାର ରିହାତି ପ୍ରଦାନ କରାଯିବ। କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ନେଟ ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ଆବଂଟନ କରାଯିବ ଏବଂ ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ଦିଆଯାଇପାରିବ। ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ଭାରତର ମ୍ୟୁଚୁଆଲ ଫଣ୍ଡଗୁଡ଼ିକୁ ଦିଆଯିବ। ଯଦି ଆଙ୍କର ନିବେଶକମାନଙ୍କ ସବସ୍କ୍ରିପସନ ପୂରଣ ହେବ ନାହିଁ ତେବେ ତାହାକୁ କ୍ୟୁଆଇବିଙ୍କ ଭାଗରେ ମିଶାଇ ଦିଆଯିବ। ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ କମ୍ପାନିଗୁଡ଼ିକ ପାଇଁ ରଖାଯିବ। ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କୁ ଜାରି କରାଯିବ। ନିଟ ଅଫରର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଆବଂଟନ କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ।


Share It

Comments are closed.