ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ସ ଗେମ୍‌ସର ଗୋଲ୍ଡ ପ୍ରାୟୋଜକ ଭାବେ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଭାରତୀୟ ପାରାଲିମ୍ପିକ୍ କମିଟି ସହ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍‌ସର ଗୋଲ୍ଡ ପ୍ରାୟୋଜକ ଭାବେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ବୀମାର ଗୁରୁତ୍ୱ ଏବଂ ପ୍ରତିଟି ବ୍ୟକ୍ତିଙ୍କୁ ସଶକ୍ତ କରି ସେମାନଙ୍କ ସ୍ୱପ୍ନ ପୂରଣ କରିବା ଏବଂ ଏକ ସୁରକ୍ଷିତ ଆର୍ଥିକ ଭବିଷ୍ୟତ ଗଠନ କରିବାରେ ଏହାର ଭୂମିକା ସମ୍ପର୍କରେ ସଚେତନତାର ପ୍ରସାର କରି କ୍ରୀଡ଼ା ଉତ୍ସାହୀମାନଙ୍କ ସହ ଅର୍ଥପୂର୍ଣ୍ଣ ଢଙ୍ଗରେ ଯୋଡ଼ିହେବା।
ପାରାଲିମ୍ପିକ୍ ଗେମ୍‌ସ ହେଉଛି ଏକ ବିଶ୍ୱସ୍ତରୀୟ ମଂଚ ଯେଉଁଠାରେ ସାରା ବିଶ୍ୱର ଅସାଧାରଣ ପ୍ରତିଭା ଭାଗ ନେଇ ଦର୍ଶାଉଛନ୍ତି ଯେ କୌଣସି ସୀମା ପ୍ରତିବନ୍ଧକ ନୁହେଁ, ବରଂ ଶ୍ରେଷ୍ଠତା ପାଇଁ ଏକ ମୁଳଦୁଆ। ପିସିଆଇ ସହିତ ସହଯୋଗିତା ସ୍ଥାପନ କରି ଭାବନାର ସ୍ୱାଧୀନତାକୁ ସୁଦୃଢ଼ କରିବା, କ୍ରୀଡ଼ାରେ ଅର୍ନ୍ତଭୁକ୍ତୀକରଣର ପ୍ରସାର କରିବା ଏବଂ ଯେକୌଣସି ପ୍ରକାର ପ୍ରତିବନ୍ଧକ ସତ୍ୱେ ନିଜ ସ୍ୱପ୍ନ ପୂରଣ କରିବା ଲାଗି ଲୋକମାନଙ୍କୁ ସଶକ୍ତ କରିବାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବାକୁ ଏସବିଆଇ ଲାଇଫ୍ ଲକ୍ଷ୍ୟ ରଖିଛି। କ୍ରୀଡ଼ାବିତମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇ ନିଜ ସ୍ୱପ୍ନକୁ ସାହସ ଓ ବିଶ୍ୱାସର ସହ ପୂରଣ କରିବାରେ ନିୟୁତାଧିକ ଲୋକଙ୍କୁ ଅନୁପ୍ରାଣିତ କରିବାକୁ ଏସବିଆଇ ଲାଇଫ୍ ଲକ୍ଷ୍ୟ ରଖିଛି।
ଏହି ଅବସରରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ବ୍ରାଣ୍ଡ୍‌, କର୍ପୋରେଟ୍ ଯୋଗାଯୋଗ ଓ ସିଏସ୍‌ଆର୍ ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଭାରତୀୟ ପାରାଲିମ୍ପିକ କମିଟି (ପିସିଆଇ) ସହ ଆମର ଏହି ସହଯୋଗିତା ନିଜ ସ୍ୱପ୍ନ ପୂରଣ କରିବା ଲାଗି ଲୋକମାନଙ୍କୁ ସଶକ୍ତ କରିବାରେ ଆମ ପ୍ରତିବଦ୍ଧତାର ଏକ ସ୍ୱାଭାବିକ ସମ୍ପ୍ରସାରଣ। ବିଶ୍ୱ ସ୍ତରରେ ପଂହଚିବା ଓ ନିଜ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଆମ ପାରା-କ୍ରୀଡ଼ାବିତମାନେ ବହୁ ଆହ୍ୱାନ ଅତିକ୍ରମ କରିଛନ୍ତି। ପାରା-କ୍ରୀଡ଼ାବିତମାନେ କେବଳ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି ବରଂ ସାଂପ୍ରତିକ ଭାବନାକୁ ଆହ୍ୱାନ ଦେଉଛନ୍ତି ଏବଂ ପାରମ୍ପରିକ ସୀମାକୁ ଅତିକ୍ରମ କରିବା ଲାଗି ଆମକୁ ଅନୁପ୍ରାଣିତ କରୁଛନ୍ତି। ପିସିଆଇ ସହିତ ଏସବିଆଇ ଲାଇଫ୍‌ର ଏହି ସହଯୋଗିତା ଆମ ପାରା-କ୍ରୀଡ଼ାବିତ୍କ ବାସ୍ତବ ଜିଦ୍‌, ସ୍ଥିରତା ଓ ସଂକଳ୍ପର ଅମୂଲ୍ୟ କାହାଣୀକୁ ସାମ୍ନାକୁ ଆଣୁଛି। ସବୁ ପ୍ରକାର ଆହ୍ୱାନ ସତ୍ୱେ ନିଜ ସ୍ୱ୍‌ପ୍ନ ପଛରେ ଗୋଡ଼ାଇବା ପାଇଁ ନିଜ ଉପରେ ବିଶ୍ୱାସ ରଖିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି
ଉପଯୋଗୀ ବାର୍ତାଳାପ ଜରିଆରେ ଦର୍ଶକମାନଙ୍କ ସହ ଅର୍ଥପୂର୍ଣ୍ଣ ଢଙ୍ଗରେ ଯୋଡ଼ି ହେବା ଲାଗି ଏସବିଆଇ ଲାଇଫ୍‌ରେ ଆମେ କ୍ରୀଡ଼ା ସହଯୋଗିତା ଜାରି ରଖିଛୁ। ଏହା କ୍ରୀଡ଼ାକୁ ସମର୍ଥନ କରିବାଠାରୁ ଆହୁରି ବହୁତ କିଛି। ଏହା ହେଉଛି ଅତୁଳନୀୟ ସମ୍ଭାବନାକୁ ହାସଲ କରିବାରେ ଲୋକମାନଙ୍କୁ ସଶକ୍ତ କରିବା ସହିତ ସମାନ ଭାବେ ପାରିବାରିକ ଦାୟିତ୍ୱକୁ ସୁନିଶ୍ଚିତ କରିବା। ତେଣୁ ଆମ ସହଯୋଗିତା “ଆପନେ ଲିୟେ,ଆପନୋ କେ ଲିୟେ’ ପ୍ରତି ପ୍ରକୃତ ସମ୍ମାନ।”
ଭାରତୀୟ ପାରାଲିମ୍ପିକ୍ କମିଟିର ସଭାପତି ଶ୍ରୀ ଦେବେନ୍ଦ୍ର ଝାଝରିଆ କହିଛନ୍ତି ଯେ, “ଭାରତୀୟ ପାରା-କ୍ରୀଡ଼ାବିତମାନେ ଟୋକିଓଠାରୁ ଉତମ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ରହିଥିବା ବେଳେ କର୍ପୋରେଟ୍‌ର ସମର୍ଥନ ଦେଖି ଖୁସି ଲାଗୁଛି। ଟୋକିଓରେ ଆମେ କ୍ରୀଡ଼ାବିତମାନେ ୧୯ଟି ବର୍ଗରେ ମେଡାଲ୍ ହାସଲ କରି ଚମତ୍କାର ସଫଳତା ପାଇଥିଲେ। ଆମ କ୍ରୀଡ଼ାବିତମାନେ ଏଥର ପ୍ୟାରିସରେ ଟୋକିଓ ପ୍ରଦର୍ଶନକୁ ଅତିକ୍ରମ କରିବେ ବୋଲି ଆଶା କରୁଛୁ। ଭାରତର ଅନ୍ୟତମ ଶ୍ରେଷ୍ଠ ବୀମା ବ୍ରାଣ୍ଡ ସହ ସହଯୋଗିତା ସ୍ଥାପନ କରି ଆମେ ବେଶ୍ ଉଲ୍ଲସିତ। ପ୍ୟାରିସରେ ଗୌରବର ଅନୁସନ୍ଧାନ କରୁଥିବା ଭାରତୀୟ ହିରୋମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ସଫଳତାକୁ ପାଳନ କରିବା ଲାଗି ଆମେ ସେମାନଙ୍କୁ ସ୍ୱାଗତ କରୁଛୁ।”


Share It

Comments are closed.