୮୧% ଭାରତୀୟ ଭାବୁଛନ୍ତି ବର୍ଷର ଯେକୌଣସି ସମୟରେ ଡେଙ୍ଗୁ, ମ୍ୟାଲେରିଆ ହୋଇପାରେ: ଗୁଡନାଇଟ ସର୍ବେକ୍ଷଣ


ଭୁବନେଶ୍ୱର: ଅଧିକାଂଶ ଭାରତୀୟଙ୍କ ମନରେ ଭୟ ରହିଛି ଯେ ମଶା ଜନିତ ରୋଗ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିସିପିଏଲ) ପକ୍ଷରୁ କରାଯାଇଥିବା ‘ଗୋଟିଏ ମଶା, ଅସଂଖ୍ୟ ବିପଦ’ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୮୧ ପ୍ରତିଶତ ଭାରତୀୟ କହିଛନ୍ତି ଯେ ବର୍ଷର ଯେକୌଣସି ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ହୋଇପାରେ ବୋଲି ସେମାନଙ୍କ ବିଶ୍ୱାସ ରହିଛି।
ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ରର ତଥ୍ୟ ଅନୁସାରେ ଗତବର୍ଷ ୯୪,୦୦୦ରୁ ଅଧିକ ଡେଙ୍ଗୁ ମାମଲା ସାମ୍ନାକୁ ଆସିଥିଲା। ଅଗଷ୍ଟ ୨୦ରେ ବିଶ୍ୱ ମଶା ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହା ସେହି ବିପଦକୁ ମନେ ପକାଇ ଦେଉଛି। ଗୁଡନାଇଡ ସହିତ ନିରୀକ୍ଷଣ ରଖିବା ଏବଂ ବର୍ଷତମାମ ମଶା ଜନିତ ରୋଗର ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ଏହି ସର୍ବେକ୍ଷଣ ରିପୋଟର୍ରେ ଆହ୍ୱାନ ଦିଆଯାଇଛି।
ଗୁଡନାଇଡ ସର୍ବେକ୍ଷଣକୁ ୧୦୧୧ ଲୋକଙ୍କୁ ନେଇ କରାଯାଇଥିଲା ଯେଉଁଥିରେ ଉଭୟ ପୁରୁଷ ଓ ମହିଳାମାନେ ବର୍ଷତମାମ ଡେଙ୍ଗୁ ଓ ମ୍ୟାଲେରିଆ ବିପଦ ଥିବା କହିଥିଲେ। ୮୩ ପ୍ରତିଶତ ପୁରୁଷ ଓ ୭୯ ପ୍ରତିଶତ ମହିଳା ସମାନ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଭିନ୍ନ ତୃତୀୟ ପକ୍ଷ ସର୍ବେକ୍ଷଣ ଅନୁସାରେ ମ୍ୟାଲେରିଆ ଓ ଡେଙ୍ଗୁ ଜନିତ ଅର୍ଥନୈତିକ ପ୍ରଭାବ ବେଶ ଅଧିକ। ପୂର୍ବ ଭାରତରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଅଧିକ ସତର୍କ ଥିବା ବେଳେ ସେମାନଙ୍କର ୮୬ ପ୍ରତିଶତ ଲୋକ କହିଛନ୍ତି ଯେ ବର୍ଷର ଯେକୌଣସି ସମୟରେ ମ୍ୟାଲେରିଆ ଓ ଡେଙ୍ଗୁ ହୋଇପାରେ।
ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍‌)ର ହୋମ୍ କେୟାର ବିଭାଗର ମୁଖ୍ୟ ଶେଖର ସୌରଭ କୁହିଛନ୍ତି ଯେ, “ସର୍ଭେରେ ଭାଗ ନେଇଥିବା ପ୍ରାୟ ଏକ ତୃତୀୟାଂଶ ଉତରଦାତା ନିଜକୁ କିମ୍ବା ସେମାନଙ୍କ ପରିବାରସଦସ୍ୟ ମ୍ୟାଲେରିଆ ଏବଂ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଡେଙ୍ଗୁ ଏବଂ ମ୍ୟାଲେରିଆର ଏହି ବଢୁଥିବା ବିପଦ ବାର୍ଷିକ ୪୦ ନିୟୁତରୁ ଅଧିକ ଭାରତୀୟଙ୍କୁ ଗଭୀର ଭାବରେ ପ୍ରଭାବିତ କରୁଛି, ଯାହା ଗଭୀର ଚିନ୍ତାଜନକ। ମଶାବାହିତ ରୋଗ କେବଳ ସ୍ୱାସ୍ଥ୍ୟ ଚିନ୍ତାରେ ସୀମିତ ନାହିଁ, ଏହା ଶିକ୍ଷା, ଶ୍ରମଶକ୍ତିକୁ ବ୍ୟାହତ କରେ ଏବଂ ଆମ ର ଅର୍ଥନୀତିକୁ ଦୁର୍ବଳ କରିଥାଏ। ଏକ ସୁସ୍ଥ ରାଷ୍ଟ୍ର ହେଉଛି ଏକ ଉତ୍ପାଦକ ରାଷ୍ଟ୍ର ଏବଂ ଏକ ସୁଦୃଢ଼ ଜିଡିପି ଏକ ସୁସ୍ଥ ଶ୍ରମଶକ୍ତି ଉପରେ ନିର୍ଭର କରେ । ସୁଲଭ, ଅଭିନବ ସମାଧାନ ସହିତ ପରିବାରକୁ ସଶକ୍ତ କରିବା ପାଇଁ ଗୁଡନାଇଟ ପ୍ରତିଶ୍ରୁତିବଦ୍ଧ । ମିଳିତ ଭାବେ କାର୍ଯ୍ୟ କଲେ ଆମେ ଡେଙ୍ଗୁ ବୃଦ୍ଧିକୁ ରୋକିବା ସହ ଭାରତ ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିପାରିବା।”
ମୁଲୁଣ୍ଡସ୍ଥିତ ଫୋର୍ଟିସ୍ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର କୀର୍ତ୍ତି ସାବନିସ୍ କହିଛନ୍ତି ଯେ, “ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମଶାବାହିତ ରୋଗ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ନେଇ ମୁଁ ଅଧିକ ଚିନ୍ତିତ। ଏହି ରୋଗ କେବଳ ବ୍ୟକ୍ତିଗତ ଜୀବନକୁ ବିପଦରେ ପକାଉନାହିଁ ବରଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସମ୍ପ୍ରଦାୟ ଉପରେ ମଧ୍ୟ ବୋଝ ସୃଷ୍ଟି କରୁଛି। ବିଶେଷ କରି ଚିନ୍ତାଜନକ ବିଷୟ ହେଉଛି ଜଳବାୟୁ ପରିବର୍ତ୍ତନ, ସହରୀକରଣ ଏବଂ ବିଶ୍ୱ ଭ୍ରମଣ ବୃଦ୍ଧି ଯୋଗୁଁ ବର୍ଷତମାମ ସଂକ୍ରମଣ ହେଉଛି। ନିକଟରେ ଭାରତରେ ଡେଙ୍ଗୁ ମାମଲାରେ ହୋଇଥିବା ବୃଦ୍ଧି ଏହି ସମସ୍ୟାର ସମାଧାନ କେତେ ଜରୁରୀ ତାହା ମନେ ପକାଇ ଦେଉଛି । ସଂକ୍ରମଣ ବଢ଼ୁଥିବାରୁ ପାରମ୍ପରିକ ଋତୁଗତ ସତର୍କତା ଆଉ ଯଥେଷ୍ଟ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ବର୍ଷ ସାରା ମଶାବାହିତ ରୋଗରୁ ନିଜକୁ ଏବଂ ଆମ ସମାଜକୁ ରକ୍ଷା କରିବା ପାଇଁ ଆମକୁ ସତର୍କ ରହିବାକୁ ହେବ ଏବଂ ବ୍ୟାପକ ରଣନୀତି ଗ୍ରହଣ କରିବାକୁ ହେବ।”


Share It

Comments are closed.