ଆଇଆଇଏମ୍ ରାୟପୁର ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ କେସ୍ ସମ୍ମିଳନୀ (ଆଇସିସି ୨୦୨୬) ଆୟୋଜନ କରାଯିବ

Share It

ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ (ଆଇଆଇଏମ୍‌) ରାୟପୁର ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ କେସ୍ ସମ୍ମିଳନୀ (ଆଇସିସି ୨୦୨୬)କୁ ଆସନ୍ତା ୨୦୨୬ ଜାନୁଆରି ୩୦-୩୧ରେ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷକ, ପ୍ରାକ୍ଟିସନର ଓ ନୀତି ନିର୍ମାତାମାନେ ଭାଗ ନେବେ। ସେଥିରେ ଉଦୀୟମାନ ମ୍ୟାନେଜମେଂଟ୍ ଅଭ୍ୟାସ, ନବସୃଜନ ଆଧାରିତ ପାଠ୍ୟକ୍ରମ ଓ ଉଦୀୟମାନ ଓ ବିଶ୍ୱ ବଜାର ଦୃଶ୍ୟପଟ୍ଟରେ ଭବିଷ୍ୟତ ବ୍ୟବସାୟ ବିଷୟ ଉପରେ ଆଲୋଚନା ହେବ। ଶିକ୍ଷାବିତ, ଗବେଷକ, ପ୍ରାକ୍ଟିସନର ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅସଲି, ପ୍ରକାଶିତ ହୋଇ ନ ଥିବା ଶିକ୍ଷାଗତ କେସ୍‌ଗୁଡ଼ିକୁ ଆଇସିସି ୨୦୨୬ରେ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରାଯାଇଛି, ଯାହାର ଶେଷ ତାରିଖ ହେଉଛି ୨୦୨୫ ଡିସେମ୍ବର ୩୧।
ଆଇଆଇଏମ୍ ରାୟପୁର ଲଗାତାର ଭାବେ ଶିକ୍ଷା କୈନ୍ଦ୍ରୀକ ପାଠ୍ୟକ୍ରମ, ଉନ୍ନତ ଗବେଷଣା ଓ ସାମାଜିକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରୁଛି। ଦୁଇ ବର୍ଷ ପୂର୍ବେ କେସ୍ ହାଉସ୍‌ର ଶୁଭାରମ୍ଭ ସହିତ ଏହି ଅନୁଷ୍ଠାନ ଭାରତ କୈନ୍ଦ୍ରୀକ କେସ୍ ଷ୍ଟଡି ବିକାଶ କରିବା ଉପରେ ଧ୍ୟାନ ଦେଉଛି ଯାହା ବାସ୍ତବ ଦୁନିଆର ବ୍ୟବସାୟ ଆହ୍ୱାନକୁ ପ୍ରତିଫଳିତ କରୁଥିବ। କେସ୍ ଆଧାରିତ ପାଠ୍ୟକ୍ରମ ଏବଂ ଭାରତ ଓ ବିଶ୍ୱରେ ମ୍ୟାନେଜମେଂଟ୍ ଶିକ୍ଷାକୁ ସୁଦୃଢ଼ କରିବା ମୁଳଦୁଆ ଉପରେ ଆଇସିସି ୨୦୨୬ ଗଠନ କରାଯାଇଛି।
ଆଇଆଇଏମ୍ ରାୟପୁରର ଡାଇରେକ୍ଟର ଇନ୍‌ଚାର୍ଜ ଓ ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ସଂଜୀବ ପ୍ରସର କହିଛନ୍ତି ଯେ, “କେସ୍ ପାଠ୍ୟକ୍ରମ ଏକ ଶିକ୍ଷଣୀୟ ଟୁଲ୍‌ଠାରୁ ଅଧିକ ହୋଇଥିବା ବେଳେ ଏହା ଥିଓରି ଓ ଅଭ୍ୟାସ ଭିତରେ ଥିବା ଅନ୍ତରକୁ ଦୂର କରୁଛି। ଆଇଆଇଏମ୍ ରାୟପୁରର କେସ୍ ହାଉସ୍ ଗଠନ ସହିତ ଆମେ ଏଭଳି କେସ୍ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଉଛୁ ଯାହା ଭାରତୀୟ ବ୍ୟବସାୟ ବାସ୍ତବତାକୁ ତୋଳିଧରୁଥିବା ସହ ବିଶ୍ୱସ୍ତରରେ ପ୍ରାସଙ୍ଗିକ ହୋଇଥିବ। ପ୍ରଥମ କେସ୍ ସମ୍ମିଳନୀ ହେଉଛି ସେହି ଉଦ୍ୟମର ଏକ ଅଗ୍ରଗତି ଯାହା ଶିକ୍ଷାବିତ, ଗବେଷକ ଓ ଶିଳ୍ପ ପ୍ରାକ୍ଟିସନରମାନଙ୍କୁ ଏକତ୍ରୀତ ହୋଇ ମିଳିତ ଭାବେ ଜ୍ଞାନ ବିକାଶ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରୁଛି। ରଣନୀତିରୁ ସ୍ଥାୟିତ୍ୱ ଏବଂ ଉଦ୍ୟମିତାରୁ ଡିଜିଟାଲ ରୂପାନ୍ତରଣ ଉପରେ ଆଲୋକପାତ କରି ଆମେ କେବଳ ଅସଲି ଭାରତୀୟ କେସ୍‌କୁ ସମୃଦ୍ଧ କରୁନାହୁଁ, ବରଂ ନୂଆ ସହଯୋଗିତା, ପ୍ରକାଶନ ଓ ମ୍ୟାନେଜମେଂଟ୍ ଶିକ୍ଷାରେ ନବସୃଜନର ଏକ ମଂଚ ପ୍ରସ୍ତୁତ କରୁଛୁ।’’
ଏହି ଦୁଇ ଦିନିଆ ସମ୍ମିଳନୀରେ ଏକ ସ୍ପେସିଆଲ ଇସ୍ୟୁ ପବ୍ଲିକେସନ୍ ଅଧିବେଶନ ଆୟୋଜନ କରାଯିବ ଯେଉଁଠାରେ ଉଚ୍ଚ ମାନର କେସ୍‌ଗୁଡ଼ିକୁ ଉପସ୍ଥାପନ କରାଯିବ। ଏଥିରେ ତିନିଟି ମୁଖ୍ୟ ବିଷୟବସ୍ତୁ ରହିବ। ତାହା ହେଉଛି ସମସାମୟିକ ବ୍ୟବସାୟ ଅଭ୍ୟାସ ଯେଉଁଥିରେ ରଣନୀତି, ମାର୍କେଟିଂ ନବସୃଜନ, ଫିନଟେକ୍‌, ମାନବ ସମ୍ବଳ, ବ୍ୟବସାୟ ଆଚରଣ, ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ସ୍ଥାୟିତ୍ୱ, ଉଦ୍ୟମିତା ଓ ଜନ ନୀତି ଉପରେ ଆଲୋଚନା ହେବ। ଦ୍ୱିତୀୟ ବିଷୟ ହେଉଛି ବ୍ୟବସାୟରେ ଏଆଇର ସମନ୍ୱୟ ଏବଂ ତୃତୀୟ ବିଷୟ ହେଉଛି ଭାରତୀୟ ବ୍ୟବସାୟ ରଣନୀତିର ଜଗତୀକରଣ କରିବା।
ସମ୍ମିଳନୀରେ କେସ୍ ଲିଖନୀ ଓ କେସ୍ ପାଠପଢ଼ା ଉପରେ କର୍ମଶାଳା, ଉତ୍ସର୍ଗୀକୃତ ଥେମାଟିକ୍ ଟ୍ରାକ୍ ଭଳି କାର୍ଯ୍ୟକ୍ରମ ରଖାଯାଇଛି। ଉତ୍କର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରେଷ୍ଠ କେସ୍ ପୁରସ୍କାର ପ୍ରଦାନ କରାଯିବ। ମନୋନୀତ କେସ୍‌ଗୁଡ଼ିକୁ ଇମର୍ଜିଂ ମାର୍କେଟ୍‌ସ କେସ୍ ଷ୍ଟଡିଜ୍‌, ଏମରାଲ୍‌ଡ ପବ୍ଲିସିଂ, ଆଦି ଚର୍ଚ୍ଚିତ ପ୍ରକାଶନୀର ସ୍ୱତନ୍ତ୍ର ଇସ୍ୟୁରେ ପ୍ରକାଶ କରାଯିବ। ଏମ୍‌ବିଏ/ପିଜିପି ଛାତ୍ରଛାତ୍ରୀଙ୍କୁ ନେଇ ମିନି କେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।


Share It

Comments are closed.