ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା


କଟକ : ହୃଦୟବିଦାରକ ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କୁ ସମର୍ଥନ ଜଣାଇ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୬.୩୦ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କୋଲକତାର ଏକ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।
ଏହି ଶୋଭାଯାତ୍ରାରେ ସଚେତନ ନାଗରିକ, ସ୍ୱାସ୍ଥ୍ୟକର୍ମୀ ଅନେକ ବୁଦ୍ଧିଜୀବି ଓ ବିଭିନ୍ନ ଗୋଷ୍ଠୀ ସମୁହ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଫ୍ରେଣ୍ଡ କଲୋନୀସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ ପରିସରରୁ ଏହି ଶୋଭାଯାତ୍ରା ବାହାରି ଥିବା ବେଳେ ଏଥିରେ ଯୋଗଦେଇଥିବା ବ୍ୟକ୍ତି ବିଶେଷମାନେ ପୀଡିତାକୁ ଉଚିତ ନ୍ୟାୟ ଦେବା ପାଇଁ ଦାବୀ କରିଥିଲେ ।
କେବଳ ପୀଡିତାଙ୍କୁ ମନେ ପକାଇବା ନୁହେଁ ବରଂ ଭବିଷ୍ୟତରେ ଏଭଳି ଅତ୍ୟାଚାରକୁ ରୋକିବା ପାଇଁ ସମାଜରେ ପରିବର୍ତନର ଜରୁରୀ ଆବଶ୍ୟକତା ରହିଛି ବୋଲି ଏହି ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି ଅତ୍ୟାଚାରର ଯେପରି ପୁନରାବୃତି ନହେବ ସେଥିପାଇଁ କଠୋର ପଦକ୍ଷେପ ଏବଂ ଆଇନର ଅଧିକ କଠୋର କାର୍ଯ୍ୟକାରିତା ଦାବି କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉ୍‌ଦ୍ଦେଶ୍ୟ ଥିଲା ।
ଏହି ଜଘନ୍ୟ ଅପରାଧରେ ଯୋଗଦାନ କରୁଥିବା ଅନ୍ତର୍ନିହିତ ପ୍ରସଙ୍ଗଗୁଡିକୁ ପ୍ରତିଫଳିତ କରିବା ଏବଂ ହିଂସା ବିରୋଧୀ ଲଢେଇରେ ଏକାଠି ହେବା ଲାଗି ସମାଜର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ହେଉଛି ଏକ ଆହ୍ୱାନ । ହିଂସା ଓ ଅନ୍ୟାୟ ବିରୋଧରେ ଦେଖାଯାଉଥିବା ଓ ଖୋଲା ଆଭିମୁଖ୍ୟ ଗ୍ରହଣ କରି ଏହି ପଦଯାତ୍ରା ଅନ୍ୟ ଅନୁଷ୍ଠାନଗୁଡିକୁ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆୟୋଜକ ଶାନ୍ତି ମେମୋରିଆଲ ହସ୍ପିଟାଲ ଆଶା ବ୍ୟକ୍ତି କରିଛି ।


Share It

Comments are closed.