ଓଡ଼ିଶାରେ ଇଲେକ୍ରାମା ୨୦୨୫ ରୋଡ୍ ସୋ: ଇଲେକ୍ଟ୍ରିକାଲ ଶିଳ୍ପର ଭବିଷ୍ୟତକୁ ଶକ୍ତି ପ୍ରଦାନ


ଭୁବନେଶ୍ୱର : ଭାରତୀୟ ବୈଦ୍ୟୁତିକ ଉପକରଣ ଉାଦନ ଶିଳ୍ପର ସର୍ବୋଚ୍ଚ ସଂଘ ଇିଆନ୍ ଇଲେକ୍ଟ୍ରିକାଲ୍ ଆ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରର୍ସ ଆସୋସିଏସନ୍ (ଆଇଇଇଏମ୍ଏ) ପକ୍ଷରୁ ଗୁରୁବାର ଭୁବନେଶ୍ୱରରେ ଇଲେକ୍ରାମାର ପୂର୍ବାଚଳ ପ୍ରିଭ୍ୟୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପନେତା, ଅଂଶୀଦାର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏକାଠି ହୋଇ ନୂଆ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ମାର୍ଟ ଗ୍ରିଡ୍ ଟେକ୍ନୋଲୋଜିର ଅଗ୍ରଗତି, ଅକ୍ଷୟ ଶକ୍ତି ପ୍ରକଳ୍ପ ଏବଂ ସ୍ଥାୟୀ ଉାଦନ ପ୍ରଣାଳୀ ସମେତ ରାଜ୍ୟର ପ୍ରମୁଖ ପଦକ୍ଷେପ ଉପରେ ଇକ୍ରମା ଓଡ଼ିଶା ରୋଡ୍ ସୋ’ ଆଲୋକପାତ କରିଥିଲା । ଏହି ପଦକ୍ଷେପ ଗୁଡ଼ିକ ଇଲେକ୍ରାମ ୨୦୨୫ରେ ପ୍ରଦର୍ଶିତ ହେବ, ଯାହା ଓଡ଼ିଶାର ଉଦ୍ଭାବନକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।

ଏହି ରୋଡ୍ ସୋ’ରେ ଓପିଟିସିଏଲ୍ର ସିଏମ୍ଡି ଆଇଆରଟିଏସ୍ ସଞ୍ଜୟ କୁମାର ମିଶ୍ର ଓଡ଼ିଶାର ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି କହିଲେ, ଆଜି ଆମର ମିଳିତ ତାପଜ, ଜଳ ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି କ୍ଷମତା ପାଖାପାଖି ୫,୭୦୦ ମେଗାୱାଟ୍ ଏବଂ ସିପିଟି ପାର୍ଶ୍ୱରୁ ଅତିରିକ୍ତ ୧୨,୦୦୦ ମେଗାୱାଟ୍ ରହିଛି । ସୌର, ସବୁଜ ହାଇଡ୍ରୋଜେନ ଏବଂ ରାଜ୍ୟରେ ପବନ ଶକ୍ତିର ନୂତନ ଆବିଷ୍କୃତ ସମ୍ଭାବନା ସହିତ ଏହା ଯଥେଷ୍ଟ ବୃଦ୍ଧି ପାଇବ । ଆମର ଅକ୍ଷୟ ଶକ୍ତି ନୀତିରେ ୨୦୩୦ ସୁଦ୍ଧା ପ୍ରାୟ ୧୦ ଗିଗାୱାଟ ଅକ୍ଷୟ ଶକ୍ତି ଉାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଓଡ଼ିଶାରେ ପବନ ଶକ୍ତି ଉାଦନର ଧାରଣା କୁ ଉପଯୋଗୀ ବିବେଚନା କରାଯାଉନଥିଲା କାରଣ ରାଜ୍ୟ ଏଥିପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିଲା ।

ଫେବ୍ରୁଆରି ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଗ୍ରେଟର ନୋଏଡାରେ ବିଶ୍ୱର ସର୍ବବୃହତ ଇଲେକ୍ଟ୍ରିକାଲ୍ ସୋ’ ଇଲେକ୍ରାମା ୨୦୨୫ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପ ପାଇଁ ଏକ ଗୁରୁତ୍ୱର୍ପୂ କାର୍ଯ୍ୟକ୍ରମ ହେବ ବୋଲି ଅନୁମାନ କରାଯାଉଛି । ୧,୧୦୦ରୁ ଅଧିକ ପ୍ରଦର୍ଶକ, ୪,୦୦,୦ ପର୍ଯ୍ୟଟକ, ୧୫,୦ ବି୨ବି ବୈଠକ, ୬୦୦ରୁ ଅଧିକ ଆୟୋଜକ କ୍ରେତା ଏବଂ ୧୦+ ଦେଶର ପ୍ୟାଭିଲିୟନଙ୍କ ଉପସ୍ଥିତି ରେ ଇଲେକ୍ରାମାର ୧୬ତମ ସଂସ୍କରଣ ବଡ଼, ଉନ୍ନତ, ସାହସିକ ହେବ ବୋଲି ପ୍ରତିଶ୍ରୁତି ଦେଇଛି ।


Share It

Comments are closed.