ବଜାଜ ଆଲିଆଞ୍ଜ ଲାଇଫ୍ ଇଟଚ୍ ସହ ବ୍ୟାପକ ସୁରକ୍ଷା


ଭୁବନେଶ୍ୱର: ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବା ବେଳେ ତାହା ପଲିିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ସୁଲଭ ପ୍ରିମିୟମ୍‌ରେ ଉଲ୍ଲେଖନୀୟ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଥିବା ମିଆଦୀ ବୀମା ପଲିସିଧାରକଙ୍କ ଅସମୟ ମୃତ୍ୟୁରେ କଲ୍ୟାଣ ଓ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ଏକ ବ୍ୟାପକ ମିଆଦୀ ପ୍ଲାନ୍‌ର ଗୁରୁତ୍ୱକୁ ଦର୍ଶାଉଥିବା ଉତ୍ପାଦ ହେଉଛି ବଜାଜ ଆଲିଆଂଜ୍ ଲାଇଫ୍ ଇଟଚ୍‌। ଏହି ସ୍ୱତନ୍ତ୍ର ଉତ୍ପାଦ ତିନିଟି ଭାରିଆଂଟ୍‌ରୁ ଚୟନ କରିବାର ନମନୀୟତା ପ୍ରଦାନ କରୁଛି ଯାହା ପଲିସିଧାରକଙ୍କ ପରିବାରକୁ ଜୀବନ ଲକ୍ଷ୍ୟକୁ ସଠିକ୍ ପଥରେ ରଖିବାରେ ସହାୟକ ହେଉଛି।
ବଜାରରେ ବଜାଜ ଆଲିଆଂଜ୍ ଲାଇଫ୍‌ର ଇଟଚ୍ ଭଳି ଅଭିନବ ଉତ୍ପାଦ ରହିଛି ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବା ବେଳେ ବ୍ୟାପକ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି। ଭାରତରେ ସ୍ୱଳ୍ପ ବୀମା ଏକ ସମସ୍ୟା ହୋଇରହିଛି ଯେଉଁଠାରେ ନିଜ ପ୍ରିୟଜନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଅନେକ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ବୀମା ସୁରକ୍ଷା ନାହିଁ। ସାଧାରଣରେ ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟର ୧୦ ଗୁଣା ଜୀବନ ବୀମା ସୁରକ୍ଷା ରହିବା ଦରକାର। ବଜାଜ ଆଲିଆଂଜ୍ ଲାଇଫ୍ ଇଟଚ୍ ସହିତ ଗ୍ରାହକମାନେ ସେହି ମାନଦଣ୍ଡ ପୂରଣ କରିପାରିବେ ଯାହା ସାମଗ୍ରୀକ ସ୍ୱାସ୍ଥ୍ୟ ପରିଚାଳନା ସେବା ପ୍ରଦାନ କରିବ।
ବଜାଜ ଆଲିଆଂଜ୍ ଇଟଚ୍‌ର ତିନିିଟି ଭାରିଆଂଟ୍ ରହିଛି। ତାହା ହେଉଛି ଲାଇଫ୍ ସିଲ୍‌ଡ, ଲାଇଫ୍ ସିଲ୍‌ଡ ଆର୍‌ଓପି ଓ ଲାଇଫ୍ ସିଲ୍‌ଡ ପ୍ଲସ୍‌। ଏହି ତିନି ଭାରିଆଂଟ୍‌ରେ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ କିମ୍ବା ଦୀର୍ଘକାଳୀନ ଅସୁସ୍ଥତା ଭଳି ସମୟରେ ପ୍ରିମିୟମ୍ ସମ୍ପୂର୍ଣ୍ଣ ଛାଡ଼ ସୁବିଧା ରହିଛି। ଲାଇଫ୍ ସିଲ୍ଡ ଆର୍‌ଓପି ଭାରିଆଂଟ୍‌ରେ ପଲିସିଧାରକମାନେ ପଲିସିର ମାଚ୍ୟୁରିଟି ବେଳେ ପ୍ରଦାନ କରାଯାଇଥିବା ପ୍ରିମିୟମ୍ ସମାନ ରାଶି ଏକକାଳୀନ ପାଇପାରିବେ। ଲାଇଫ୍ ସିଲ୍‌ଡ ପ୍ଲସ୍ ଭାରିଆଂଟ୍‌ରେ ଦୁର୍ଘଟଣାଜନିତ ଅଭାବନୀୟ ମୃତ୍ୟୁ ସମୟରେ ନିୟମିତ ମୃତ୍ୟୁକାଳୀନ ରାଶି ସହିତ ଅତିିରିକ୍ତ ରାଶି ପ୍ରଦାନ କରିବ।
ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ୱାସ୍ଥ୍ୟ ପରିଚାଳନା ସେବା ପ୍ରଦାନ କରି କମ୍ପାନି ସାମଗ୍ରିକ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଏହି ସେବାରେ ସହଜ ଓ ଶୀଘ୍ର ମେଡିକାଲ୍ ସୁବିଧା ପ୍ରଦାନ କରାଯାଉଛି ଯାହା ଗ୍ରାହକମାନଙ୍କୁ ସାମଗ୍ରିକ ସ୍ୱାସ୍ଥ୍ୟ ସୁବିଧା ଗୋଟିଏ ଉତ୍ପାଦରେ ପାଇବାରେ ସହାୟକ ହେଉଛି। ସେଥିରେ ବ୍ୟାପକ ସ୍ୱାସ୍ଥ୍ୟ ଯାଂଚ, ଓପିଡି କ୍ଲିନିକ୍ ପରାମର୍ଶ, ଲଘୁ ଚିକିତ୍ସା ଭଳି ସୁବିଧା ରହିଛି। ଏଥିରେ ତୁରନ୍ତ ମେଡିକାଲ୍ ପରାମର୍ଶ ଓ ସାମଗ୍ରିକ କଲ୍ୟାଣ ମିଳୁଛି।


Share It

Comments are closed.