ବର୍ଜ୍ୟକୁ ଶକ୍ତିରେ ପରିଣତ କରିବା: ଭାରତ ଅନ୍ତର୍ଜାତୀୟ କେନ୍ଦ୍ରରେ ଇରେଡା ପକ୍ଷରୁ ଏସ୍‌ଟିପି କାର୍ଯ୍ୟକ୍ଷମ

Share It

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ କେନ୍ଦ୍ର (ଆଇଆଇସି) ଆନେକ୍ସରେ ଏକ ଦୈନିକ ୨୫,୦୦୦ ଲିଟର (୨୫ କେଏଲ୍‌ଡି) ସ୍ୱରେଜ୍ ଟ୍ରିଟମେଂଟ୍ ପ୍ଲାଂଟ୍ (ଏସ୍‌ଟିପି)କୁ କାର୍ଯ୍ୟକ୍ଷମ କରାଯାଇଛି ଯାହା ସ୍ଥାୟୀ ସହରାଚଂଳ ଭିତିଭୂମି ଦିଗରେ ଏକ ପଦକ୍ଷେପ।
ଏହି ଏସ୍‌ଟିପିକୁ ଇରେଡାର ନିର୍ଦେଶକ (ଅର୍ଥ) ଡକ୍ଟର ବିଜୟ କୁମାର ମହାନ୍ତି ଓ ଆଇଆଇସିର ସଭାପତି ତଥା ଭାରତର ପୂର୍ବତନ ବୈଦେଶିକ ସଚିବ ଶ୍ରୀ ଶ୍ୟାମ ଶରନ ଉଦଘାଟନ କରିଛନ୍ତି ଯାହା ଆଇସିସିର ବ୍ୟବସ୍ଥାର ଆଧୁନିକରଣ କରିବ ଏବଂ ସବୁଜ ପରିଚାଳନା ସୁନିଶ୍ଚିତ କରିବ। ଶୌଚାଳୟ, ଗାଧୁଆ ଘର ଓ ରୋଷେଇ ଘରୁ ବାହାରୁ ଥିବା ଜୈବ ବିଘଟିତ ବର୍ଜ୍ୟବସ୍ତୁରୁ ଉତ୍ସାଦିତ ପଦାର୍ଥରୁ ଏହି ପ୍ଲାଂଟ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବ। ବର୍ଜ୍ୟଜଳକୁ ଏହା ଟ୍ରିଟମେଂଟ୍ କରିବ ଯାହାକୁ ଉଦ୍ୟାନ କୃଷି ଓ ଶିଳ୍ପରେ ବ୍ୟବହାର କରାଯିବ ଯାହା ଫଳର ସେଗୁଡ଼ିକର ନିଷ୍କାସନ ହ୍ରାସ ପାଇବ।
ଭାରତର ପରିବେଶଜନିତ ଲକ୍ଷ୍ୟ ହାସଲ କରିବା ଦିଗରେ ଏଭଳି ସ୍ଥାୟୀ ଅଭ୍ୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ଉପରେ ଡକ୍ଟର ମହାନ୍ତି ଆଲୋକପାତ କରିଥିଲେ ଏବଂ ସବୁଜ ଶକ୍ତି ପାଇଁ ସ୍ୱରେଜ୍ ବର୍ଜ୍ୟକୁ ବ୍ୟବହାର କରିବା ପାଇଁ ଆଇଆଇସିର ଅଗ୍ରଗାମୀ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଆଇସିସିର ନିର୍ଦେଶକ ଶ୍ରୀ କେ ଏନ୍ ଶ୍ରୀବାସ୍ତବଙ୍କ ସମେତ ଇରେଡା ଓ ଆଇସିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନିଜ ବାର୍ତାରେ ଇରେଡାର ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଏହି ଏସ୍‌ଟିପି ଭଳି ପ୍ରଭାବଶାଳୀ ପ୍ରକଳ୍ପ ଉପରେ ଇରେଡାର ସିଏସ୍‌ଆର୍ ପଦକ୍ଷେପଗୁଡ଼ିକୁ ଗୁରୁତ୍ୱାରୋପ କରୁଛି ଯାହା ସବୁଜ ନବସୃଜନ ସହିତ ଗୋଷ୍ଠୀ କଲ୍ୟାଣକୁ ସମନ୍ୱିତ କରିଛି। ଏଭଳି ଅଭିଯାନ କେବଳ ପରିବେଶ ସ୍ଥାୟୀତ୍ୱ ପ୍ରତି ଯୋଗଦାନ ଦେଉନାହିଁ, ବରଂ ଅନ୍ୟମାନଙ୍କୁ ଅନୁସରଣ କରିବା ପାଇଁ ଏକ ମାନଦଣ୍ଡ ଧାର୍ଯ୍ୟ କରୁଛି।’’


Share It

Comments are closed.