ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ୍‌ର ୧୨୫୦ କୋଟି ଟଙ୍କାର ଆଇପିଓ ୨୦୨୫ ସେପ୍ଟେମ୍ବର ୨୪ରେ ଖୋଲିବ

Share It

ଭୁବନେଶ୍ୱର: ଜୈନ ରିସୋର୍ସେସ୍ ରିସାଇକ୍ଲିଂ ଲିିମିଟେଡ୍‌ର ୧୨୫୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୫ ସେପ୍ଟେମ୍ବର ୨୪ ବୁଧବାର ଦିନ ଖୋଲିବ ଓ ସେପ୍ଟେମ୍ବର ୨୬ ଶୁକ୍ରବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନେ ଗୋଟି କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୨୩ରେ ବିଡ୍ ଦାଖଲ କରିପାରବେ।
ଏହି ଅଫରର ଆକାର ୧୨୫୦ କୋଟି ଟଙ୍କା ରହିଛି। ସେଥିରୁ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ନିବେଶକମାନେ ୭୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର୍ ସେଲ୍‌ରେ କମଳେଶ ଜୈନ ୭୧୫ କୋଟି ଟଙ୍କାର ଓ ମୟଙ୍କ ପାରିକ ୩୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୨୨୦ ଟଙ୍କାରୁ ୨୩୨ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୬୪ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୬୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫର୍‌ରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୩୭୫କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରଖିଛି।
କମ୍ପାନିର ଇକ୍ୱିଟି ସେୟାରକୁ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଇ) ଓ ବିଏସ୍‌ଇ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ପିଏଲ୍ କ୍ୟାପିଟାଲ୍ ମାର୍କେଟସ୍ ପ୍ରାଇଭେଟ୍ ଲିମିଟେଡ୍‌।


Share It

Comments are closed.