କ୍ରୋମା ପକ୍ଷରୁ ଟିଭି, ୱାସିଂ ମେସିନ ଆଦି ଉପରେ ସ୍ୱତନ୍ତ୍ର ଡିଲ୍ ସହ ସ୍ୱାଧୀନତା ସେଲ୍‌ର ଶୁଭାରମ୍ଭ


ଭୁବନେଶ୍ୱର: କ୍ରୋମା ପକ୍ଷରୁ ଏହାର ସାରା ଭାରତରେ ଥିବା ୫୨୫ରୁ ଅଧିକ ଷ୍ଟୋରରେ ସ୍ୱାଧୀନତା ସେଲ (ଇଣ୍ଡିପେଣ୍ଡେନସ ସେଲ) ଅଭିଯାନର ଶୁଭାରମ୍ଭ ସହିତ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ୨୦୨୪ ଅଗଷ୍ଟ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ସ ଓ ହୋମ ଆପ୍ଲାଏନସେସ ଉତ୍ପାଦ ଉପରେ ଶ୍ରେଷ୍ଠ ଅଫର ପାଇପାରିବେ। ଗ୍ରାହକମାନେ ଏକ୍ସଚେଂଜ ରିହାତି, ନମନୀୟ ପେମେଂଟ ବିକଳ୍ପର ଲାଭ ମଧ୍ୟ ପାଇପାରିବେ। କ୍ରୋମା ଡଟ କମ ଓ ଟାଟା ନିଉ ଆପ ଜରିଆରେ ସପିଂ ବେଳେ ଏହି ଡିଲ ମିଳିବ।
ଏହି ଅବଧିରେ କ୍ରୋମାରେ ୟୁଏଚଡି ସ୍ମାର୍ଟ ଟିଭି ଦାମ ୨୪,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। କେତେକ ସ୍ମାର୍ଟ ଏଲଇଡି ଟିଭି ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ପୁରୁଣା ଟିଭି ବଦଳାଇଲେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ଲାଭ ମିଳିବ। ମାସିକ ୨୯୯୯ ଟଙ୍କା ଦେଇ ଏଲଜିର ୫୫ ଇଂଚ ଓଏଲଇଡି ଟିଭି କିଣିହେବ। ସେହିପରି ୯୦୦୦ ଟଙ୍କାର କ୍ୟାସବ୍ୟାକ ସହିତ ମାସିକ ୨୯୯୦ ଟଙ୍କା ଦେଇ ସାମସଙ୍ଗର ୫୫ ଇଂଚ ନିଓ କୁଏଲଇଡି ଟିଭି କିଣିହେବ। ସବଉଫର ଥିବା ସାମସଙ୍ଗ ସାଉଣ୍ଡବାର ଦାମ ମାସିକ ୯୯୯ ଟଙ୍କାରେ ଉପଲବ୍ଧ।
କିଚେନ ଆପ୍ଲାଏନସେସକୁ ଅପଗ୍ରେଡ କରିବାକୁ ଚାହୁଥିବା ଗ୍ରାହକମାନେ କ୍ରୋମା ୯କେଜି ଫ୍ରଂଟ ଲୋଡ ୱାସିଂ ମେସିନକୁ ୩୪,୦୦୦ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ ଏବଂ କେତେକ ନିର୍ଦିଷ୍ଟ କାର୍ଡରେ କୁପନ ଓ କ୍ୟାସବ୍ୟାକ ଜରିଆରେ ଅତିରିକ୍ତ ୫ ପ୍ରତିଶତ ରିହାତି ପାଇପାରିବେ।
ସ୍ମାର୍ଟଫୋନ ଉପରେ କ୍ରୋମା ପକ୍ଷରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏଆଇ ସ୍ମାର୍ଟଫୋନ ଦାମ ମାସିକ ୩୧୨୭ ଟଙ୍କାରୁ ଆରମ୍ଭ ହୋଇଛି। ୫ଜି ସ୍ମାର୍ଟଫୋନ ଦାମ ୧୨,୪୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ରହିଛି।
କ୍ରୋମାର ଲାପଟପ ସମ୍ଭାର ଉପରେ ଆକର୍ଷଣୀୟ ଅଫର ରହିଛି। ଯେଉଁଥିରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଓ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ମିଳିବ ଯାହା ଜରିଆରେ ଗ୍ରାହକମାନେ କାର୍ଯ୍ୟ ଓ ଗେମିଂ ପାଇଁ ନିଜ ଲାପଟପ ଅପଗ୍ରେଡ କରିବାର ସୁଯୋଗ ପାଇପାରିବେ।
ଇଲେକ୍ଟ୍ରୋନିକ୍ସ ଓ ହୋମ ଆପ୍ଲାଏନସେସ ଉପରେ କ୍ରୋମାର ଏହି ଚମତ୍କାର ଅଫର ଓ ଡିଲର ଲାଭ ଉଠାଇବା ଏବଂ ସ୍ୱାଧୀନତା ଦିବସ ପାଳନ କରିବା ଲାଗି ଗ୍ରାହକମାନଙ୍କୁ ଉତ୍ସାହିତ କରାଯାଉଛି। ଏହି ସୀମିତ ସୁଯୋଗର ଅଫର ବିଷୟରେ ଜାଣିବା ଲାଗି ଗ୍ରାହକମାନେ ନିକଟତମ କ୍ରୋମା ଷ୍ଟୋର, କ୍ରୋମା ଡଟ କମ ପରିଦର୍ଶନ କରି ସ୍ମରଣୀୟ ସପିଂ ଅନୁଭୂତି ପାଇପାରିବେ।


Share It

Comments are closed.