ମା’ର ଶବ ତଳେ ପଡି ରହିଥିଲା, ତଥାପି ପୂରା ଦିନ ମା’ମୃତ ଶରୀର ପାଖରେ ଠିଆ ହୋଇ ତାକୁ ଉଠାଇବାକୁ କରୁଥିଲା ଚେଷ୍ଟା


ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ ଫଟୋ ରହିଛି, ଯେଉଁଥିରେ ଏକ ହାତୀ ନିଜ ମା’ର ମୃତ୍ୟୁ ଶରୀର ପାଖରେ ଠିଆ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଓଡିଶାର ଜଙ୍ଗଲର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ଆଖିରେ ଲୁହ ଆଣିଦେଇଛି । ପ୍ରକୃତରେ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ ଫଟୋ ରହିଛି, ଯେଉଁଥିରେ ଏକ ହାତୀ ନିଜ ମା’ଙ୍କ ମୃତ୍ୟୁକୁ ନେଇ କାନ୍ଦୁଥିବାର ଦେଖିବାକୁ ମିଳିଛି । ମା’କୁ ଉଠାଇବା ଆଶାରେ ସେ ଦିନସାରା ମା’ଙ୍କ ମୃତଦେହ ପାଖରେ ଠିଆ ହୋଇ ତାଙ୍କୁ ଉଠିବାକୁ ଚେଷ୍ଟା କରୁଥିଲେ, ଯାହାଫଳରେ ସେ ଠିଆ ହୋଇପାରିବେ। ଏହି ଫଟୋଗୁଡ଼ିକରେ ହାତୀର ମା’ଙ୍କ ପ୍ରତି ଭଲପାଇବା ସ୍ପଷ୍ଟ ଦେଖିବାକୁ ମିଳୁଛି।

ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ୩ଟି ଫଟୋ ସେୟାର କରିଛନ୍ତି । ପୋଷ୍ଟର କ୍ୟାପସନରେ ସେ କହିଛନ୍ତି ଯେ, ଏ ହେଉଛି ଏକ ଛୋଟ ପୁରୁଷ ହାତୀ ଯିଏ କି ତାଙ୍କ ମା’ଙ୍କ ମୃତ୍ୟୁରେ ବହୁତ ଦୁଃଖିତ । ବାର୍ଦ୍ଧକ୍ୟ ଜନିତ କାରଣରୁ ମା’ ହାତୀର ମୃତ୍ୟୁ ଘଟିଛି। ଆଇଏଫଏସ ଅଧିକାରୀ ଲେଖିଛନ୍ତି, ବାର୍ଦ୍ଧକ୍ୟ ଜନିତ କାରଣରୁ ମାଇ ହାତୀଟିର  ମୃତ୍ୟୁ ଘଟିଛି। ଏହି ଘଟଣାଟି ହେଉଛି ଉତ୍ତର ଓଡ଼ିଶାର ଜଙ୍ଗଲରୁ , ଯେଉଁଥିରେ  ହାତୀପଲର ପ୍ରାପ୍ତ ବୟସ୍କ ଅଣ୍ଡିରା ହାତୀଟି ପ୍ରାୟ ଗୋଟିଏ ଦିନ ଧରି କାନ୍ଦି ତା ମା’କୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲା..। ମିଳିଥିବା ସୂଚନା ଅନୁଯାୟୀ, ବନ ବିଭାଗ ର ଅଧିକାରୀମାନେ ଏହି ଘଟଣାକୁ ଗୁରୁତ୍ବ ଦେଇଛନ୍ତି। ମାଈ ହାତୀର ମୃତ୍ୟୁ ଖବର ପାଇ ପ୍ରାଣୀ ଚିକିତ୍ସକଙ୍କ ସହ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଯେଉଁଥିରେ ବାର୍ଦ୍ଧକ୍ୟ ଜନିତ କାରଣରୁ ମା’ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ସରିବା ପରେ ହାତୀର ମୃତଦେହକୁ ଜଙ୍ଗଲରେ ପୋତି ଦିଆଯାଇଥିଲା। ରାଜ୍ୟର ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଜଣେ ଅଧିକାରୀ ଏ.କେ.ଦଳେଇ ଗଣମାଧ୍ୟମକୁ କହିଛନ୍ତି ଯେ ଘଟଣାର ଅଧିକ ତଦନ୍ତ କରାଯାଉଛି।


Share It

Comments are closed.