ଫୋନପେ ପକ୍ଷରୁ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍ ଇନସ୍ୟୁରାନ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଫୋନପେ ପକ୍ଷରୁ ଏହାର ପ୍ଲାଟଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ଫିଚର ଶୁଭାରମ୍ଭ କରାଯାଇଛି । ପଲିସି କ୍ରୟ ସମୟରେ ଆୟ ପ୍ରମାଣର ଆବଶ୍ୟକତାକୁ ଛାଡ଼ କରି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବୀମା କଭରେଜକୁ ଅଧିକ ସହଜ ଏବଂ ସୁଲଭ କରିବା ଏହି ଫିଚରର ଲକ୍ଷ୍ୟ । ଏହି ଶୁଭାରମ୍ଭ ସହିତ ଫୋନପେ ଭାରତରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣର ଏକ ନୂତନ ଯୁଗ ଆରମ୍ଭ କରିଛି, ଯେଉଁଥିରେ ବ୍ୟାପକ ଆୟ ଯାଂଚର ଆବଶ୍ୟକତା ବିନା ଜୀବନ ବୀମା କଭରେଜ୍ ରେ ଶୀଘ୍ର ଏବଂ ସୁବିଧାଜନକ ପହଂଚର ଅତିରିକ୍ତ ଲାଭ ଅନ୍ତର୍ଭୁକ୍ତ କରାଯାଇଛି । କମ୍ପାନୀ ନିଜ ପ୍ଲାଟଫର୍ମରେ ଏହି ଫିଚରକୁ ସକ୍ଷମ କରିବା ପାଇଁ ଅଗ୍ରଣୀ ବୀମା କଂପାନି ସହ ଭାଗିଦାରୀ କରିଛି । ଏହି ସହଭାଗୀତା ବୀମା ପ୍ରଦାନକାରୀମାନଙ୍କୁ ବର୍ତମାନ ଅଧିକ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ସାହାଯ୍ୟ କରୁଛି, ବିଶେଷକରି ୩୦ ନିୟୁତରୁ ଅଧିକ ବ୍ୟକ୍ତି, ଯେଉଁମାନେ ପୂର୍ବରୁ ଆୟ ପ୍ରମାଣ ଅଭାବରୁ ଟର୍ମ ଇନସ୍ୟୁରାନ୍ସ ପାଇପାରିନଥିଲେ । ବ୍ୟବସାୟୀ, ଆତ୍ମନିୟୋଜିତ ବ୍ୟକ୍ତି, ଗିଗ୍ କର୍ମଚାରୀ ଏବଂ ଆହୁରି ଅନେକ ଉପଭୋକ୍ତା ଗୋଷ୍ଠୀ ସମେତ ଲକ୍ଷ ଲକ୍ଷ ଫୋନପେ ଉପଭୋକ୍ତା ଯେଉଁମାନଙ୍କ ପାଖରେ ଦରମା କିମ୍ବା ଆୟର ଆନୁଷ୍ଠାନିକ ପ୍ରମାଣ ନାହିଁ, ସେମାନେ ବର୍ତମାନ ଫୋନ୍ ପେ ପ୍ଲାଟଫର୍ମରେ ଟର୍ମ ଇନସ୍ୟୁରାନ୍ସ ପ୍ରଡକ୍ଟକୁ ନିରବଚ୍ଛିନ୍ନ ଭାବରେ ପାଇପାରିବେ । କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ୫୦ ନିୟୁତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଏହାର ପହଂଚକୁ ବିସ୍ତାର କରିବା ଉପରେ ଧ୍ୟାନ ଦେଉଛି ।

ଫୋନ୍ ପେ ଇନସ୍ୟୁରାନ୍ସ ବ୍ରୋକିଂ ସର୍ଭିସେସ୍ ର ସିଇଓ ବିଶାଲ ଗୁପ୍ତା କହିଛନ୍ତି ଯେ, “ଆମ ପ୍ଲାଟଫର୍ମରେ ପୂର୍ବ-ଅନୁମୋଦିତ ସମ୍ ଆସ୍ୟୁରାନ୍ସ (ପିଏଏସଏ)\’ ଫିଚରର ଶୁଭାରମ୍ଭ କରି ଆମେ ଉତ୍ସାହିତ । ବିଭିନ୍ନ ସାମାଜିକ-ଅର୍ଥନୈତିକ ସ୍ତରରେ ଭାରତୀୟମାନଙ୍କ ପାଇଁ ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ ଏବଂ ସୁଗମ କରି ପୂର୍ବରୁ କମ୍ ସେବା ପାଇଥିବା ଗ୍ରାହକମାନଙ୍କୁ ଜୀବନ ବୀମା କ୍ଷେତ୍ରରେ ଆଣିବା ଉଦ୍ଦେଶ୍ୟରେ ଏହାକୁ ଶୁଭାରମ୍ଭ କରାଯାଇଛି । ଶିଳ୍ପ ନେତୃବୃନ୍ଦଙ୍କ ସହ ଭାଗିଦାରୀ କରି ଏବଂ ସେମାନଙ୍କ ସହିତ ଗଭୀର ଭାବରେ ସହଯୋଗ କରି ଆମେ ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସରଳ କରିବାରେ ସକ୍ଷମ ହୋଇଛୁ । ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ବୀମା କ୍ରୟ ପ୍ରକ୍ରିୟାକୁ ସରଳ, ସହଜ ଏବଂ ସୁଲଭ କରି ଦେଶରେ ବୀମା ଗ୍ରହଣ କୁ ତ୍ୱରାନ୍ୱିତ କରିବା ।”ଫୋନପେ ଏହାର ବୀମା ଅଂଶୀଦାରମାନଙ୍କ ର ଅଣ୍ଡରରାଇଟିଂ ନୀତି ଉପରେ ଆଧାର କରି ଉପଭୋକ୍ତାଙ୍କୁ ଚିହ୍ନଟ କରେ ଯେଉଁମାନଙ୍କ ପାଇଁ ପୂର୍ବ-ଅନୁମୋଦିତ ଟର୍ମ ଇନସ୍ୟୁରାନ୍ସ ପ୍ରକ୍ରିୟା ସକ୍ଷମ ହୋଇପାରିବ । ନିୟାମକଙ୍କ ଦ୍ୱାରା ନିର୍ଦ୍ଧାରିତ ଅଣ୍ଡରରାଇଟିଂ ନୀତିକୁ ପାଳନ କରିବା ସହିତ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ କମ୍ପାନୀ ବୀମା ପ୍ରଦାନକାରୀମାନଙ୍କ ସହ ମିଳିତ ଭାବରେ ଏହି ସୂଚକାଙ୍କଉପରେ କାର୍ଯ୍ୟ କରିଛି ।


Share It

Comments are closed.