ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା


ପ୍ୟାରିସ୍ ଅଲିମ୍ପିକ୍ସର ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଭାରତର ଭିନେଶ ଫୋଗାଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଅଧିକ ଓଜନ ରହୁଥିବାରୁ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଫଳରେ ସେ ଆଜି ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଏବଂ ଐତିହାସିକ ପୋଡିୟମ ପଦକ ଜିତିବାରୁ ବଞ୍ଚିତ ହେବେ।
ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମହିଳା କୁସ୍ତି ୫୦ କେଜି ବର୍ଗରୁ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷଣା କରାଯିବାର ଖବର ଭାରତୀୟ ଦଳ ଦୁଃଖର ସହ ସେୟାର କରିଛି ।


Share It

Comments are closed.