ଟାଟା ଷ୍ଟିଲ୍ ଓ ୱେଲସ୍ପନ୍ କର୍ପ ପକ୍ଷରୁ ହାଇଡ୍ରୋଜେନ୍ ପରିବହନ ପାଇଁ ପାଇପ୍ ଉତ୍ପାଦନ


ଭୁବନେଶ୍ୱର: ଟାଟା ଷ୍ଟିଲ୍ ଓ ୱେଲ୍‌ସ୍ପନ୍ କର୍ପ ପକ୍ଷରୁ ସଫଳତାର ସହ ହାଇଡ୍ରୋଜେନ୍ ପରିବହନ ପାଇଁ ଏପିଆଇ ଏକ୍ସ୬୫ ମାନର ପାଇପ୍ ଉତ୍ପାଦନ କରାଯାଇଛି । ଇଟାଲିର ଆରଆଇ୍‌ଏନ୍‌ଏରେ ଉଚ୍ଚ ଚାପରେ ୧୦୦ ପ୍ରତିଶତ ବିଶୁଦ୍ଧ ଗ୍ୟାସୀୟ ହାଇଡ୍ରୋଜେନ୍ ପରିବହନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣରେ ଉତୀର୍ଣ୍ଣ ହୋଇଛି ।

ଗ୍ୟାସୀୟ ହାଇଡ୍ରୋଜେନ୍ ପରିବହନ ଲାଗି ହଟ୍‌-ରୋଲ୍‌ଡ ଇସ୍ପାତ ଉତ୍ପାଦନ କରିବାରେ ଟାଟା ଷ୍ଟିଲ୍ ପ୍ରଥମ ଇସ୍ପାତ କମ୍ପାନି ଭାବେ ଉଭା ହୋଇଛି । ୱେଲ୍‌ସ୍ପନ୍ କର୍ପ ପ୍ରଥମ ଭାରତୀୟ ପାଇପ୍ କମ୍ପାନି ଭାବେ ଇଲେକ୍ଟ୍ରିକ୍ ନିରୋଧୀ ୱେଲ୍‌ଡେଡ୍ (ଇଆର୍‌ଡବ୍ଲୁ) ପାଇପ୍ ନିର୍ମାତାରେ ପରିଣତ ହୋଇପାରିଛି ।

ଟାଟା ଷ୍ଟିଲ୍ ଓ ୱେଲ୍‌ସ୍ପନ୍ କର୍ପ ମଧ୍ୟରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାକୁ ହାଇଡ୍ରୋଜେନ୍ ପରିବହନ ପାଇଁ ୱେଲସ୍ପନ୍ କର୍ପ ଦ୍ୱାରା ପାଇପ୍ ଉତ୍ପାଦନ ପାଇଁ ଅନୁଶୀଳନ କରିବା ଏହାର ଲକ୍ଷ୍ୟ ଥିଲା । ଭାରତ ସରକାରଙ୍କ ଗ୍ରିନ୍ ହାଇଡ୍ରୋଜେନ୍ ନୀତି ସହ ଏହି ସହଯୋଗିତା ସମନ୍ୱିତ ରହିଛି ।

ଟାଟା ଷ୍ଟିଲ୍ ର ମାର୍କେଟିଂ ଆଣ୍ଡ ସେଲ୍ସ (ଫ୍ଲାଟ ପ୍ରଡକ୍ଟସ)ର ଉପାଧ୍ୟକ୍ଷ ପ୍ରଭାତ କୁମାର କହିଛନ୍ତି ଯେ, “ୱେଲସ୍ପନ କର୍ପୋରେସନ ସହ ସହଯୋଗିତାରେ ଏହି ମାଇଲଖୁଂଟ୍ ହାସଲ କରି ଆମେ ଗର୍ବ ଅନୁଭବ କରୁଛୁ କାରଣ ଏହା ସ୍ୱଚ୍ଛ ଶକ୍ତି ସମାଧାନ ଦିଗରେ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଏହା ମାଧ୍ୟମରେ ଆମେ ସବୁଜ ହାଇଡ୍ରୋଜେନକୁ ବ୍ୟାପକ ଭାବେ ଗ୍ରହଣ କରିବା ପାଇଁ ଆବଶ୍ୟକ ଅଧିକ ମଜବୁତ ଭିର୍ତ୍ତିଭୂମି ଏବଂ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହଉଛୁ ଯାହା ଦ୍ୱାରା ଏକ ସବୁଜ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ନିଶ୍ଚିତ କରାଯାଇପାରିବ ।’’

ୱେଲସ୍ପନ କର୍ପ ଲିମିଟେଡ୍ (ଡବ୍ଲ୍ୟୁସିଏଲ୍‌)ର ପରିଚାଳନା ନିର୍ଦେଶକ ତଥା ସିଇଓ ବିପୁଲ ମାଥୁର କହିଛନ୍ତି ଯେ, “ଡବ୍ଲ୍ୟୁସିଏଲ୍ ଉଭୟ ଭାରତ ଏବଂ ବିଶ୍ୱସ୍ତରରେ ପାଇପ୍ ଏବଂ କୋଠା ଉପକରଣ କ୍ଷେତ୍ରରେ ଏହାର ବିସ୍ତାରିତ ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି । ଟାଟା ଷ୍ଟିଲ ସହିତ ଆମର ରଣନୈତିକ ସହଯୋଗିତା ଆମକୁ ଆମର ଦୈନନ୍ଦିନ ଜୀବନରେ ଗ୍ରିନ୍ ହାଇଡ୍ରୋଜେନର ବ୍ୟବହାର ଦିଗରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ କରୁଛି । ଏହି ପଦକ୍ଷେପ ଆମର ବ୍ୟବସାୟରେ ଇଏସ୍‌ଜିକୁ ଯୋଡ଼ିବା ପାଇଁ ଆମର ଜାରି ରହିଥିବା ପ୍ରୟାସ ଏବଂ ୨୦୭୦ ସୁଦ୍ଧା ନିଟ୍‌-ଜିରୋ ଅର୍ଥନୀତି ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ସମନ୍ୱିତ ରହିଛି ।’’

ଗ୍ରିନ୍ ହାଇଡ୍ରୋଜେନ୍ ନିୟମ ପାଳନ କରଥିବା ଏପିଆଇ ମାନର ପାଇପ୍ ଉତ୍ପାଦନ କରିବା ଲାଗି ଟାଟା ଷ୍ଟିଲ୍ ଓ ୱେଲ୍‌ସ୍ପନ୍ କର୍ପ ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।


Share It

Comments are closed.