ୱାର୍ଡୱିଜାର୍ଡ ଇନୋଭସେନ୍ସ ଆଣ୍ଡ ମୋବିଲିଟିର ରାଜସ୍ୱ ପ୍ରଥମ ତ୍ରୈମାସିକରେ ୨୯.୨୩% ବୃଦ୍ଧି ପାଇ ୪୮୯.୬୮ ନିୟୁତ ଟଙ୍କା ହୋଇଛି


ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅନ୍ୟତମ ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ତ୍ରୟମାସରେ କମ୍ପାନିର ମୋଟ ରାଜସ୍ୱ ୨୯.୨୩ ପ୍ରତିଶତ ବୃଦ୍ଧି ପାଇ ୪୮୯.୬୮ ନିୟୁତ ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୬୦.୧୩ ପ୍ରତିଶତ ବୃଦ୍ଧି ପାଇ ୭୬.୪୮ ନିୟୁତ ଟଙ୍କା ହୋଇଛି । ଇବିଆଇଟିଡିଏ ହାର ୧୫.୬୨ ପ୍ରତିଶତ ରହିଛି । ଟିକସ ପରବର୍ତୀ ଲାଭ ୩୭.୯୨ ପ୍ରତିଶତ ବୃଦ୍ଧି ପାଇ ୨୪.୧୫ ନିୟୁତ ଟଙ୍କା ହୋଇଥିବା ବେଳେ ପିଟିଏ ହାର ୪.୯୩ ପ୍ରତିଶତ ହୋଇଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟତୀନ ଗୁପ୍ତେ କହିଛନ୍ତି ଯେ,“୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଶିଳ୍ପରେ ଇଲେକ୍ଟ୍ରିକ୍ ଯାନର ବଢୁଥିବା ଚାହିଦା ଦ୍ୱାରା ପରିଚାଳିତ ୱାର୍ଡୱିଜାର୍ଡ ଇନୋଭେସନର କ୍ରମାଗତ ଅଭିବୃଦ୍ଧିକୁ ଦର୍ଶାଉଛି । ଏହି ତ୍ରୟମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଆମେ ସଫଳତାର ସହ ଫିଲିପାଇନ୍ସର ବେଉଲା ଇଂଟରନ୍ୟାସନାଲ ଡେଭଲପମେଂଟ୍ କର୍ପୋରେସନରୁ ଏକ ଐତିହାସିକ ବରାଦ ହାସଲ କରିଥିଲୁ ଯାହା ଆମର ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଉତ୍ପାଦ ଉପରେ ବଢୁଥିବା ବିଶ୍ୱ ଚାହିଦା ଏବଂ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଆମେ ସକ୍ରିୟ ଭାବରେ ଭାରତ ଭିତରେ ନୂତନ ବଜାରରେ ଆମ ଉପସ୍ଥିତିର ବିସ୍ତାର କରୁଛୁ ଏବଂ ଏକ ବ୍ୟାପକ ଗ୍ରାହକ ଆଧାର ସହିତ ଯୋଡ଼ି ହେଉଛୁ । ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଇଭି ଶିଳ୍ପରେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଆମେ ଆତ୍ମବିଶ୍ୱାସ ରଖିଛୁ । ଲିଥିୟମ୍ ସମେତ ବିରଳ ମୃତିକା ଧାତୁ ଭଳି ଗୁରୁତ୍ୱପୂର୍ଣ୍ଣ ପଦାର୍ଥ ଉପରେ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ସରକାରଙ୍କ ପ୍ରଗତିଶୀଳ ଏବଂ ଅଗ୍ରଗତିଶୀଳ କେନ୍ଦ୍ର ବଜେଟ୍ ୨୦୨୪-୨୫ ଇଲେକ୍ଟ୍ରିକ୍ ଗତିଶୀଳତାକୁ ଆହୁରି ପ୍ରୋତ୍ସାହିତ କରିପାରେ । ସ୍ଥାୟୀ ଗମନାଗମନ ସମାଧାନକୁ ଆଗକୁ ବଢ଼ାଇବା, ନବସୃଜନକୁ ସୁଦୃଢ଼ କରିବା ଏବଂ ଏକ ସବୁଜ ଓ ଅଧିକ ସମ୍ପର୍କରେ ଥିବା ଦୁନିଆ ପ୍ରତି ଅବଦାନ ପ୍ରଦାନ କରିବା ଲାଗି ୱାର୍ଡୱିଜାର୍ଡ ଇନୋଭେସନ୍‌ସ ପ୍ରତିବଦ୍ଧ ରହିଛି ।”
ପ୍ରଥମ ତ୍ରୟମାସରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ବେଉଲା ଇଂଟରନ୍ୟାସନାଲ ଡେଭଲପମେଂଟ କର୍ପୋରେସନଠାରୁ ୧.୨୯ ବିଲିୟନ ଡଲାର ବରାଦ ହାସଲ କରିଥିଲା । ଫିଲିପାଇନ୍ସର ଏକ ପ୍ରମୁଖ ପୂର୍ଣ୍ଣ-ସେବା ବ୍ୟବସାୟ ଏକୀକରଣ କମ୍ପାନି ଏବଂ ଇପିସି ସଂସ୍ଥା ବେଉଲା ଇଂଟରନ୍ୟାସନାଲକୁ ଆରପି କନେକ୍ଟ ସମର୍ଥନ କରୁଛି । ଏହି ବରାଦରେ ୱାର୍ଡୱିଜାର୍ଡର ବର୍ତମାନର ଉତ୍ପାଦ ବର୍ଗମାଳାରୁ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଯାନ ଡେଲିଭରି କରାଯିବ । ଏହାବ୍ୟତୀତ କମ୍ପାନି ଫିଲିପାଇନ୍ସ ବଜାରରେ ବାଣିଜ୍ୟିକ ଯାନ ବ୍ୟବହାର ପାଇଁ ଚାରି ଚକିଆ ଯାନ ବିକଶିତ କରି ଯୋଗାଣ କରିବ ।


Share It

Comments are closed.