ଟାଟା ଷ୍ଟିଲ କଳିଙ୍ଗନଗରରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୦ତମ ଜୟନ୍ତୀ ପାଳିତ

୧୦୦୦ ଚାରା ରୋପଣ , ରକ୍ତଦାନ ଶିବିରରୁ ୪୮୪ ୟୁନିଟ୍ ରକ୍ତ ସଂଗ୍ରହ ଟିଏସକେ, ଏନଆଇଏନଏଲ, ଏଫଏପି ବ୍ରାହ୍ମଣୀପାଳ ଓ ଏଫଏପି ଯାଜପୁରରେ ଶ୍ରଦ୍ଧାଞ୍ଜଳି ଅର୍ପଣ


କଳିଙ୍ଗନଗର, ଜୁଲାଇ ୨୯, ୨୦୨୪: ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ଯାଜପୁର ଜିଲ୍ଲା ଡୁବୁରିସ୍ଥିତ କଳିଙ୍ଗନଗର ପ୍ଲାଣ୍ଟରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ସମାରୋହରେ ଟିଏସକେର ଜେନେରାଲ ମ୍ୟାନେଜର ଅପରେସନ କରମବୀର ସିଂହ ମୁଖ୍ୟ ଅତିଥି ଭାବେ ଓ ଟାଟା ଷ୍ଟିଲ ୱାର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇ ଉତ୍ସବ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, ସଂଘ ପ୍ରତିନିଧି ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ଟିଏସକେର କର୍ପୋରେଟ୍ ସର୍ଭିସେସ୍‌ର ଯୁଗ୍ମ ଉନ୍ନୟନ ସମିତି (ଜେଡିସି) ପକ୍ଷରୁ ଯାଜପୁର ଅଡିଟୋରିୟମ, ପ୍ଲଟ-୨ରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାଜପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଟିଏସକେର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କର୍ମଚାରୀ, ଭେଣ୍ଡର ପାର୍ଟନର ଓ ଠିକା କର୍ମଚାରୀଙ୍କ ସମେତ ୪୬୮ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିଥିଲେ ।

ଏହାପରେ ପରିବେଶ ବିଭାଗ ପକ୍ଷରୁ ପ୍ଲାଣ୍ଟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ କର୍ମଚାରୀ ଓ ଠିକା କର୍ମଚାରୀମାନେ ସାମିଲ ହୋଇ ୧୦୦୦ ଚାରାରୋପଣ କରିଥିଲେ ।
ଏହାବ୍ୟତୀତ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ, ପ୍ରି-ମାଟ୍ରିକ କୋଚିଂ ସେଣ୍ଟର ଓ ଏନଆଇଆଇଟି ସେଣ୍ଟରରେ ପଢୁଥିବା ୫୦୦ରୁ ଅଧିକ ପିଲାଙ୍କୁ ନେଇ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ଟିଏସଏଫ ପକ୍ଷରୁ ତ୍ରିଜଙ୍ଗା କଲୋନୀରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏଥିରେ କଳିଙ୍ଗନଗର, ସୁକିନ୍ଦା ଓ ବ୍ରାହ୍ମଣୀପାଳର ୧୨ଟି ଗ୍ରାସରୁଟ ଫୁଟବଲ ସେଣ୍ଟର ଅଂଶଗ୍ରହଣ କରିଥିଲେ ।
ସେହିଭଳି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌), ଫେରୋ ଆଲଏଜ୍ ପ୍ଲାଣ୍ଟ ବ୍ରାହ୍ମଣୀପାଳ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ ଯାଜପୁରରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା ।
ଏନ୍‌ଆଇଏନଏଲ୍ ପକ୍ଷରୁ ଜେଆରଡି ଟାଟାଙ୍କ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଏନ୍‌ଆଇଏନ୍‌ଏଲ୍ କଲୋନିରେ କର୍ମଚାରୀଙ୍କ ପିଲାଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏତଦ୍ ବ୍ୟତୀତ ଜେଆରଡିଙ୍କ ଜନ୍ମ ଉତ୍ସବର ସମସ୍ତ ସ୍ଥାନରେ କର୍ମଚାରୀଙ୍କ ପାଇଁ ଡିଜିଟାଲ ଶ୍ରଦ୍ଧାଞ୍ଜଳି, ଭର୍ଚୁଆଲ ପ୍ରଦର୍ଶନୀ ଏବଂ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା ।


Share It

Comments are closed.