ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦିଲ୍ଲୀ କ୍ୟାମ୍ପସ୍‌ରେ କର୍ମଜୀବୀ ପ୍ରଫେସନାଲ୍‌ଙ୍କ ଦ୍ୱିତୀୟ ଏମ୍‌ବିଏ ବ୍ୟାଚ୍‌କୁ ସ୍ୱାଗତ

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦିଲ୍ଲୀ କ୍ୟାମ୍ପସ୍‌ରେ କର୍ମଜୀବୀ ପ୍ରଫେସନାଲ୍‌ଙ୍କ ଦ୍ୱିତୀୟ ଏମ୍‌ବିଏ ବ୍ୟାଚ୍‌କୁ ସ୍ୱାଗତ ଆଇଆଇଏମ ସମ୍ବଲପୁର ପକ୍ଷରୁ ଫ୍ଲିପ୍ଡ କ୍ଲାସରୁମ୍‌, ଅନୁଭୂତିମୂଳକ ଶିକ୍ଷା ଓ ବୁଣାକାରଙ୍କ ବିକ୍ରିରେ ୩୦୦ ଗୁଣା ବୃଦ୍ଧି ଭଳି ସାମାଜିକ ପ୍ରଭାବ ଭଳି ଅଭିଯାନ ସହ ଅଭିନବ ଏବଂ ସାମାଜିକ ପ୍ରଭାବକୁ ପ୍ରୋତ୍ସାହିତ କରୁଛି ବୋଲି ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ କହିଛନ୍ତି ସମ୍ବଲପୁର/ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ଦିଲ୍ଲୀ କ୍ୟାମ୍ପସ୍ ସ୍ଥିତ ଆଇଏସ୍‌ଆଇଡି ବସନ୍ତକୁଞ୍ଜରେ କର୍ମଜୀବୀ ପ୍ରଫେସନାଲ୍‌ମାନଙ୍କ ଦ୍ୱିତୀୟ ଏମବିଏ ବ୍ୟାଚ୍‌କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛି । ଏନଏସଇ ଏକାଡେମୀ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ଆଜିର ପ୍ରତିଯୋଗିତାମୂଳକ ବ୍ୟାବସାୟିକ ପରିବେଶରେ ଶିଳ୍ପ-କୈନ୍ଦ୍ରୀକ ଶିକ୍ଷା ପ୍ରଦାନ ଏବଂ ନେତୃତ୍ୱ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ପ୍ରତିନିଧିତ୍ୱ କରୁଛି । ଏହି ଦ୍ୱିତୀୟ ଏମବିଏ ବ୍ୟାଚ୍ ବିବିଧତା ଏବଂ ଅଭିଜ୍ଞତାର ଏକ ପ୍ରଶଂସନୀୟ ମିଶ୍ରଣ ଭାବରେ ଉଭା ହୋଇଛି । ଏଥିରେ ହାରାହାରି ୩୧ ବର୍ଷ ବୟସ ପୃଷ୍ଠଭୂମିର ଚମତ୍କାର ମିଶ୍ରଣ ସହିତ ୭୫% ପୁରୁଷ ଏବଂ ୨୫% ମହିଳା ସ୍ନାତକ ଅଛନ୍ତି । ହାରାହାରି ୫.୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଏହି ପେସାଦାରମାନେ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ସେବା, ଉତ୍ପାଦନ, ଦୂରସଂଚାର, ଫାଇନାନ୍ସ ଏବଂ କନସଲଟିଂ ଏବଂ ଅନ୍ୟାନ୍ୟ ବିବିଧ ଶିଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଆସିଥାନ୍ତି । ଛାତ୍ରଛାତ୍ରୀାମାନଙ୍କ ନିଯୁକ୍ତିଦାତାମାନଙ୍କ ମଧ୍ୟରେ ଇୱାଇ ଗ୍ଲୋବାଲ ଡେଲିଭରି ସର୍ଭିସେସ୍‌, ଆଇବିଏମ୍ ଇଣ୍ଡିଆ, ଆଡୋବ ଏବଂ ଭାରତୀ ଏୟାରଟେଲ ଭଳି ବିଶ୍ୱସ୍ତରୀୟ ଏବଂ ଜାତୀୟ କମ୍ପାନି ରହିଛନ୍ତି, ଯାହା ଏହି କାର୍ଯ୍ୟକ୍ରମର ଶ୍ରେଷ୍ଠ ପେସାଦାରମାନଙ୍କୁ ଆକୃଷ୍ଟ କରିବାର କ୍ଷମତାକୁ ଦର୍ଶାଉଛି । ସାଧାରଣ ବିଷୟ ବ୍ୟତୀତ ଡାଟା ସାଇନ୍ସ ଓ ଉତ୍ପାଦ ପରିଚାଳନା ଏବଂ ନବସୃଜନ ଓ ଷ୍ଟାର୍ଟଅପ୍ ଭଳି ସ୍ୱତନ୍ତ୍ର ବିଷୟ ପାଇଁ ଏହି ଏମ୍‌ବିଏ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଉଦବୋଧନ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେ କହିଛନ୍ତି, \"ଗତ ବର୍ଷ ହାଇବ୍ରିଡ୍ ମୋଡରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ଧ୍ୟାନ ଦେଇ ଆରମ୍ଭ ହୋଇଥିବା ଆମ ଦିଲ୍ଲୀ କ୍ୟାମ୍ପସରେ ଏମବିଏ ଫର୍ ୱାର୍କିଂ ପ୍ରଫେସନାଲଙ୍କ ନୂତନ ଦଳକୁ ସ୍ୱାଗତ କରି ଆମେ ଆନନ୍ଦିତ । ବର୍ତମାନ ଆମେ ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛୁ କାରଣ ଆମେ ଆମର ମୂଳ ମୂଲ୍ୟବୋଧ ଅର୍ଥାତ୍ ନବସୃଜନ, ଅଖଣ୍ଡତା ଏବଂ ସାମଗ୍ରିକତାକୁ ଅନୁସରଣ କରି ଦିଲ୍ଲୀରେ ସକ୍ରିୟ ଭାବରେ ନୂତନ ସୁଯୋଗ ଏବଂ ପଦକ୍ଷେପ ସୃଷ୍ଟି କରୁଛୁ । ପ୍ରଫେସର ଜୟସ୍ୱାଲ ଆହୁରି କହିଛନ୍ତି, \"ଆମ କ୍ଲାସରୁମରେ ଡିଜିଟାଲ ବୋର୍ଡ ସମେତ ଫ୍ଲିପ୍ କ୍ଲାସରୁମ୍ ରହିଛି, ଯାହା ହାତଲେଖା ନୋଟକୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ପିଡିଏଫ୍‌ରେ ପରିଣତ କରିଥାଏ । ଆମେ ଏକ ଫ୍ଲିପ୍‌ଡ କ୍ଲାସରୁମ୍ ମଡେଲ୍ ବ୍ୟବହାର କରୁଛୁ ଯେଉଁଠାରେ ଛାତ୍ରଛାତୟୀମାନେ ଅଧ୍ୟାପକମାନଙ୍କ ସହିତ ଅନୁଭୂତିମୂଳକ ଶିକ୍ଷାଦାନ ଏବଂ ବାସ୍ତବ ଦୁନିଆର ଶିଳ୍ପ ସମସ୍ୟାର ସମାଧାନରେ ନିୟୋଜିତ ହୁଅନ୍ତି । ଏହା ସହିତ ଶିକ୍ଷା ବ୍ୟତୀତ, ଆମେ ବ୍ୟକ୍ତିଗତ ଆବିଷ୍କାର ଏବଂ ଚାରି ପ୍ରକାରର ଶକ୍ତି ପରିଚାଳନା ଉପରେ ଗୁରୁତ୍ୱ ଦେଉଛୁ । ତାହା ହେଉଛି ଶାରୀରିକ, ବୌଦ୍ଧିକ (ଆଇକ୍ୟୁ), ଭାବନାତ୍ମକ (ଇକ୍ୟୁ), ଏବଂ ଜୀବନ (ଏଲକ୍ୟୁ) । ଆଇଆଇଏମ୍ ସମ୍ବଲପୁରରୁ ଏମବିଏ କରିବା ଦ୍ୱାରା ଏହି ଶକ୍ତିର ବିକାଶ ହୋଇଥାଏ ଯାହା ପ୍ରଭାବଶାଳୀ ଭାବରେ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ବ୍ୟକ୍ତି ସୃଷ୍ଟି କରିଥାଏ । ଆମେ ବିଶ୍ୱାସ କରୁ ଯେ ଏହି ପଦ୍ଧତି ଗ୍ରାଜୁଏଟ୍ ସୃଷ୍ଟି କରିବ ଯେଉଁମାନେ ସେମାନଙ୍କ ପରିବାର, ଶିଳ୍ପ ଏବଂ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ଏବଂ ବ୍ୟକ୍ତିବିଶେଷଙ୍କୁ ସେବକ ମାନସିକତା ନୁହେଁ ବରଂ ପ୍ରତିଷ୍ଠାତାଙ୍କ ମାନସିକତା ହାସଲ କରିବାରେ ସାହାଯ୍ୟ କରିବ । ସାମାଜିକ ପ୍ରଭାବ ପାଇଁ ମଧ୍ୟ ଆମେ ପ୍ରତିଶ୍ରୁତିବଦ୍ଧ । ଉଦାହରଣ ସ୍ୱରୂପ ସମ୍ବଲପୁରୀ ଶାଢ଼ି ବୁଣାକାରଙ୍କ ବ୍ୟବସାୟକୁ ଡିଜିଟାଲ କରିବା ପାଇଁ ଓଏନଡିସି ଓ ଫ୍ଲିପକାର୍ଟ ସହ ଆମର ସହଯୋଗ ଫଳରେ ତିନି ମାସର ତାଲିମ ମଧ୍ୟରେ ସେମାନଙ୍କ ବ୍ୟବସାୟରେ ୩୦୦ ଗୁଣ ବୃଦ୍ଧି ଘଟିଛି । ନବସୃଜନ, ସଂହତି ଓ ଅନ୍ତର୍ଭୁକ୍ତୀକରଣକୁ ସୁଦଢ଼ କରିବା ପ୍ରତି ଆମ ସମର୍ପଣକୁ ଏହା ଦର୍ଶାଉଛି ଏବଂ ବିଶ୍ୱାସ ଓ ଦକ୍ଷତାର ସହ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଏହା ସୁନିଶ୍ଚିତ କରୁଛି ।’’ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟଡିଜ୍ ଇନ୍ ଇଣ୍ଡଷ୍ଟ୍ରିଆଲ ଡେଭଲପମେଂଟ୍ (ଆଇଏସ୍‌ଆଇଡି)ର ନିର୍ଦେଶକ ପ୍ରଫେସର ନାଗେଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିକାଶ ଓ ବ୍ୟବସାୟ ଶିକ୍ଷାର ଭବିଷ୍ୟତ ସମ୍ପର୍କରେ ନିଜର ଦୃଷ୍ଟିକୋଣ ବର୍ଣ୍ଣନା କରି କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁରକୁ ପ୍ରତିଫଳିତ କରି ଉଦ୍ଭାବନ, ସଚ୍ଚୋଟତା ଓ ସାମଗ୍ରିକତା କ୍ଷେତ୍ରରେ ଯେଉଁ ମୂଲ୍ୟବୋଧ ରହିଛି ତାହା ଦେଖିବା ପ୍ରେରଣାଦାୟକ । ଏମବିଏର ମୂଲ୍ୟ ଯଥେଷ୍ଟ ଏବଂ ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନ ଏହି ଶିକ୍ଷା ବିପ୍ଳବରେ ଅଗ୍ରଣୀ । ଜାପାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶ ବୟସ୍କ ଜନସଂଖ୍ୟା ସହ ସଂଘର୍ଷ କରୁଛନ୍ତି । ଏହି ଜନସଂଖ୍ୟା ପରିବର୍ତନ ଯୁବ ଜନସଂଖ୍ୟା ସହିତ ଭାରତକୁ ଏକ ସମ୍ଭାବ୍ୟ ବିଶ୍ୱ ପ୍ରତିଭା କେନ୍ଦ୍ର ଭାବରେ ସ୍ଥାନିତ କରିଛି । ଆଇଆଇଟି ଏବଂ ଆଇଆଇଏମ୍ ଭଳି ଅନୁଷ୍ଠାନ ଆମ ମାନବ ପୁଞ୍ଜିକୁ ବିଶ୍ୱସ୍ତରରେ ଏକ ଦକ୍ଷ ଶ୍ରମଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବ୍ୟାଙ୍କ ଅଫ୍ ଫିନଲ୍ୟାଣ୍ଡ ପକ୍ଷରୁ ନିମନ୍ତ୍ରିତ ହେଲସିଙ୍କିରେ ନିକଟରେ ଦେଇଥିବା ଅଭିଭାଷଣର ଉଦାହରଣ ଦେଇ ପ୍ରଫେସର କୁମାର ଆହୁରି କହିଛନ୍ତି ଯେ, “ସମଗ୍ର ଭାରତରେ ଆଇଆଇଏମ୍ ବ୍ୟାପିବାର କାହାଣୀ ଉଲ୍ଲେଖନୀୟ । ୫ଟି ମୂଳ ଅନୁଷ୍ଠାନ ଥିବା ବେଳେ ଏବେ ଅନେକ ଟାୟାର-୨ ସହରରେ ଆଇଆଇଏମ୍ ରହିଛି । ତଥାପି ପ୍ରଫେସର ଜୟସ୍ୱାଲଙ୍କ ଦୃଷ୍ଟିକୋଣ ଏହାକୁ ସଫଳ ନ କରିବା ପର୍ଯ୍ୟନ୍ତ ଦିଲ୍ଲୀରେ ଆଇଆଇଏମର ଅଭାବ ଥିଲା । ତାଙ୍କ ଉଦ୍ୟୋଗୀ ମନୋଭାବ ଯୋଗୁଁ ଦିଲ୍ଲୀରେ ଏକ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ଏକ ଅଗ୍ରଣୀ ଏକ୍‌ଜିକ୍ୟୁଟିଭ୍ ଏମବିଏ କାର୍ଯ୍ୟକ୍ରମ ପାଇଁ ବିଦ୍ୟମାନ ଭିତିିଭୂମିକୁ ବ୍ୟବହାର କରାଯାଇଥିଲା । ଆଇଏସ୍‌ଆଇଡିରେ ଆଇଆଇଏମ୍ ସମ୍ବଲପୁରର ଦିଲ୍ଲୀ ସେଂଟର ଆୟୋଜନ କରି ଆମେ ଗର୍ବ ଅନୁଭବ କରୁଛୁ । ଏହି ସହଯୋଗତା ଅନେକ ସହଯୋଗୀ ଉଦ୍ୟୋଗର ଶୁଭାରମ୍ଭକୁ ଦର୍ଶାଉଛି । ଶିଳ୍ପ ବିକାଶ, ମେକ୍ ଇନ୍ ଇଣ୍ଡିଆ ଭଳି ପଦକ୍ଷେପକୁ ସମର୍ଥନ କରିବା ଆଦି କ୍ଷେତ୍ରରେ ଆମର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ମୁଁ ଆପଣମାନଙ୍କୁ ସପ୍ତାହର ଦିନଗୁଡ଼ିକରେ ଆମର ଆଇଏସ୍‌ଆଇଡି କ୍ୟାମ୍ପସ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରୁଛି ବୋଲି ସେ କହିଛନ୍ତି । ଆମେରିକାର ଆଇଓୱା ଷ୍ଟେଟ୍ ୟୁନିଭର୍ସିଟି- ଆଇଭି କଲେଜ ଅଫ୍ ବିଜନେସର ପ୍ରଫେସର ରାଜ ଅଗ୍ନିହୋତ୍ରୀ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେଇ ଶିଳ୍ପ ସଂପୃକ୍ତି ଏବଂ ବ୍ୟବସାୟଶିକ୍ଷାର ବିକଶିତ ଗତିଶୀଳତା ଉପରେ ମୂଲ୍ୟବାନ ବୁଝାମଣା ପ୍ରଦାନ କରି କହିଛନ୍ତି ଯେ, \"ଆମେ ବ୍ୟବସାୟ ଶିକ୍ଷାର ମୂଲ୍ୟରେ ବିଶ୍ୱାସ କରୁ, ଯାହା ଛାତ୍ରଛାତ୍ରୀମାନଙ୍କୁ ଧାରଣା, ଧାରଣା ପ୍ରସ୍ତୁତ କରିବା, ପ୍ରତିରୋଧର ସମ୍ମୁଖୀନ ହେବାର ଜ୍ଞାନ ପ୍ରଦାନ କରୁଛି । ସିଦ୍ଧାନ୍ତ ଏବଂ ମଡେଲଗୁଡ଼ିକୁ ବାସ୍ତବ ଦୁନିଆର ପରିସ୍ଥିତି ସହିତ ଅନୁକୂଳ କରନ୍ତୁ । ପ୍ରଫେସର ଅଗ୍ନିହୋତ୍ରୀ ଆହୁରି କହିଛନ୍ତି ଯେ, ଚିନ୍ତାଧାରାକୁ କାର୍ଯ୍ୟକ୍ଷମ ବ୍ୟବସାୟ ମଡେଲରେ ପରିଣତ କରିବା, ଆହ୍ୱାନଗୁଡିକୁ ଅତିକ୍ରମ କରିବା ଏବଂ ସମସ୍ୟା ସମାଧାନ ପାଇଁ ବୈଜ୍ଞାନିକ ଏବଂ କଳାତ୍ମକ ଆଭିମୁଖ୍ୟକୁ ସମନ୍ୱିତ କରିବା ପାଇଁ ଆମକୁ ଏମବିଏ ଆବଶ୍ୟକ । ଆମ ପାଖରେ ରତନ ଟାଟା ଏବଂ ମାର୍କ ଜୁକରବର୍ଗଙ୍କ ଠାରୁ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ଅଛି ଯେଉଁମାନେ ସେମାନଙ୍କର ବ୍ୟବସାୟ ଡିଗ୍ରି ଶେଷ କରିନାହାଁନ୍ତି କିନ୍ତୁ ତଥାପି ସଫଳ ବ୍ୟବସାୟ ଆରମ୍ଭ କରିଛନ୍ତି । ଯଦିଓ ସମସ୍ତେ ପରବର୍ତୀ ଜୁକରବର୍ଗ କିମ୍ବା ପିକାସୋ ହେବାର ଆବଶ୍ୟକତା ନାହିଁ, ଆମେ ଉଦ୍ୟୋଗୀ ସଫଳତା ପାଇଁ ଜରୁରୀ ମୌଳିକ ଦକ୍ଷତା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରଫେସର ଅଗ୍ନିହୋତ୍ରୀ ଅନନ୍ୟ ଉଦ୍ୟୋଗୀ ଉପରେ ଆଲୋକପାତ କରି କହଛନ୍ତି । ଏନ୍‌ଏସ୍‌ଇ ଏକାଡେମିର ସିଇଓ ଅଭିଳାଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃତିଗତ ଅଭିବୃଦ୍ଧିରେ ଅଭିନବ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ଆଜି ବିଶ୍ୱ ଡାଟା, ଡିଜିଟାଲ୍ ଫିନ୍‌ଟେକ୍ ଏବଂ ସାଇବର ନିରାପତା ବିଷୟରେ କହୁଛି । କଳ୍ପନା କରନ୍ତୁ, ୩୦ ବର୍ଷ ପୂର୍ବେ ନିବେଶକମାନଙ୍କ ଦ୍ୱାରା ବଜାର ପ୍ରବେଶ ପାଇଁ ଟେକ୍ନୋଲୋଜି ମେରୁଦଣ୍ଡ ସୃଷ୍ଟି କରିବା ପାଇଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ପ୍ରତିଷ୍ଠା କରାଯାଇଥିଲା । ଫିନଟେକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, କିନ୍ତୁ ଏହା ସବୁବେଳେ ଆମ ଡିଏନଏର ଏକ ଅଂଶ । ଶ୍ରୀ ମିଶ୍ର ଆହୁରି କହିଛନ୍ତି, “ପ୍ରଫେସରମାନେ ସମସ୍ୟା ସମାଧାନକାରୀ । ସେମାନେ ସମସ୍ୟା ଚିହ୍ନଟ କରନ୍ତି, ଗବେଷଣା କରନ୍ତି, ତାତ୍ୱିକ ଜ୍ଞାନର ବିକାଶ କରନ୍ତି ଏବଂ ଶ୍ରେଣୀଗୃହରେ ବାଂଟିବା କରିବା ପାଇଁ ମଡେଲ୍ ଏବଂ ଢାଂଚା ନିର୍ମାଣ କରନ୍ତି । ଆପଣ ଛାତ୍ରମାନେ ଏହି ଜ୍ଞାନର ରକ୍ଷକ । ଏହାକୁ ବାସ୍ତବ ଦୁନିଆରେ ପ୍ରୟୋଗ କରିବାକୁ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ଏବଂ ଦେଶର ଦାୟିତ୍ୱବାନ ଭବିଷ୍ୟତ ନାଗରିକ ଭାବରେ ଏହି ଜ୍ଞାନକୁ ଆଗକୁ ବଢ଼ାଇବାରେ ଆମେ ସମସ୍ତେ ଅଂଶୀଦାର ।’’ ସୋପ୍ରାଷ୍ଟେରିଆ ଇଣ୍ଡିଆର ଉପ-ସିଇଓ ସୁନୀଲ ଗୋଏଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୁଖ୍ୟ ବକ୍ତବ୍ୟରେ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ କହିଛନ୍ତି ଯେ, “ଆଜିର ଗତିଶୀଳ ବ୍ୟବସାୟିକ ପରିବେଶରେ ନିରନ୍ତର ଶିକ୍ଷା ଏବଂ ଅନୁକୂଳତା ଜରୁରୀ । ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଦ୍ୱାରା ଗୁରୁତ୍ୱାରୋପ କରାଯାଇଥିବା ଶିକ୍ଷଣ, ଅଶିକ୍ଷଣ ଏବଂ ପୁନଃଶିକ୍ଷଣର ଧାରଣାକୁ ଗ୍ରହଣ କରନ୍ତୁ । ସଚ୍ଚୋଟତା ଏବଂ ମୂଲ୍ୟବୋଧ ଯାହାକୁ ପ୍ରାୟତଃ ଅଣଦେଖା କରାଯାଏ, ଆମର ବ୍ୟତିଗତ ଜୀବନରେ ଆଗରେ ରହିବା ଉଚିତ୍ । କେବଳ ବ୍ୟବସାୟ ପ୍ରତିଷ୍ଠାତା ଭାବରେ ନୁହେଁ ବରଂ ସଂଗଠନରେ ଆମର ନିଜ ନିଜ ଭୂମିକା ମଧ୍ୟରେ ଏକ ଉଦ୍ୟୋଗୀ ମାନସିକତା ଆପଣାନ୍ତୁ । ଭିୟୁସିଏ-ଅସ୍ଥିରତା, ଅନିଶ୍ଚିତତା, ଜଟିଳତା, ଆମେରିକୀୟ ସେନା ଦ୍ୱାରା ସୃଷ୍ଟି କରାଯାଇଥିବା ଅସ୍ପଷ୍ଟତାର ଧାରଣା ବର୍ତମାନ ଅଧିକ ପ୍ରାସଙ୍ଗିକ । ଚାଟଜିପିଟି ଭଳି ଏଆଇରେ ଦ୍ରୁତ ଅଗ୍ରଗତି ଶିଳ୍ପକୁ ଅଭୂତପୂର୍ବ ଗତିରେ ପରିବର୍ତନ କରୁଛି । ଏହି ଅସ୍ଥିରତା ଏବଂ ଅସ୍ପଷ୍ଟତାକୁ ଅତିକ୍ରମ କରିବା ପାଇଁ ଆମକୁ ପ୍ରସ୍ତୁତ ରହିବା ଉଚିତ୍ । ମନେରଖନ୍ତୁ, ବିଫଳତା ହେଉଛି ଏକ ମୂଲ୍ୟବାନ ଶିକ୍ଷକ । ବିପର୍ଯ୍ୟୟରୁ ଶିଖିଥିବା ଶିକ୍ଷା ସଫଳତା ଅପେକ୍ଷା ଗଭୀର ବୁଝାମଣା ପ୍ରଦାନ କରିଥାଏ । ଆହ୍ୱାନଗୁଡ଼ିକୁ ଗ୍ରହଣ କରନ୍ତୁ ଏବଂ ସେମାନଙ୍କୁ ଆପଣଙ୍କ ଅଭିବୃଦ୍ଧି ଏବଂ ଅଭିନବତାକୁ ଚଳାଇବାକୁ ଦିଅନ୍ତୁ । ଏହି କାର୍ଯ୍ୟକ୍ରମରେ ଦୁଇଟି ବୁଝାମଣାପୂର୍ଣ୍ଣ ପ୍ୟାନେଲ୍ ଆଲୋଚନା ହୋଇଥିଲା । ପ୍ରଥମ ପ୍ୟାନେଲ, \"ଡିଜିଟାଲ ଯୁଗରେ ନୈତିକ ନେତୃତ୍ୱ: ନବସୃଜନ ଏବଂ ଦାୟିତ୍ୱର ସନ୍ତୁଳନ’ ଡିଜିଟାଲ ଯୁଗରେ ଆହ୍ୱାନ ଏବଂ ସୁଯୋଗ ବିଷୟରେ ଏକ ବିସ୍ତୃତ ଦୃଷ୍ଟିକୋଣ ପ୍ରଦାନ କରିଥିଲା । ଦ୍ୱିତୀୟ ପ୍ୟାନେଲ୍ “ଇନୋଭେଟିଭ୍ ଏଂଟ୍ରପ୍ରେନରସିପ୍‌: ‘ଆର୍ôଥକ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ଅଗ୍ରଣୀ ସ୍ଥାୟୀ ବ୍ୟବସାୟ\'ରେ ସ୍ଥାୟୀ ବ୍ୟବସାୟ ଅଭ୍ୟାସକୁ ଚଳାଇବାରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣର ଭୂମିକା ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରେ ବୋଇଂ ଇଣ୍ଡିଆ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର କଂଟ୍ରି କାଉନସେଲ ଇଣ୍ଡିଆ ଡ. ଅଖିଳ ପ୍ରସାଦଙ୍କ ସମେତ ବିଭିନ୍ନ ଅଗ୍ରଣୀ କମ୍ପାନିର ପ୍ରମୁଖ ବକ୍ତାମାନେ ଯୋଗ ଦେଇଥିଲେ । ଗ୍ରିଡ କଂଟ୍ରୋଲର ଅଫ୍ ଇଣ୍ଡିଆର ମୁଖ୍ୟ ପ୍ରବନ୍ଧକ ମାନବ ସମ୍ବଳ ଅମିତ ମଦନ; ଇଣ୍ଡସଇଣ୍ଡ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏଚ୍ ଆର୍ ଏନ୍ ଶ୍ରୀକାନ୍ତ ନାଗୁମୋଟୁ; ଏମି ଅନିତା ଗିଲବର୍ଟ, ଏକ୍ସଏଲ ଆନାଲିଟିକ୍ସରେ ବରିଷ୍ଠ ଏଭିପି ଏଚଆରବିପି; ଡିସିଏମ ଶ୍ରୀରାମ ଲିମିଟେଡର ଡିଜିଏମ୍ ଏଲଆଣ୍ଡଡି ଅମରେଶ ରାଜ, ଏୟାରଟେଲ ପେମେଂଟ୍ ବ୍ୟାଙ୍କର ମୁଖ୍ୟ ବିପଦ ଅଧିକାରୀ ପ୍ରଦୀପ କେ ରଙ୍ଗୀ; ଜେଏଲଏଲ ଇଣ୍ଡିଆର ଗ୍ଲୋବାଲ ପ୍ରୋସେସ୍ ଟ୍ରାନ୍ସଫର୍ମେସନ ଡାଇରେକ୍ଟର ନୀତିନ ଶ୍ରୀବାସ୍ତବ; ଜୟନ୍ତୀ ଜଗନ୍ନାଥ, ସିଏଚଆରଓଏଟି କେଆଣ୍ଡଏସ୍ ପାର୍ଟନର୍ସ; ଯୋଗପାଲ ସିଂହ, ଡିପି ୱାର୍ଲ୍ଡର ନିର୍ଦ୍ଦେଶକ; ସ୍ୱାତୀ ଯାଦବ, ଆଟୋଟେକର ମୁଖ୍ୟ ମାନବ ସମ୍ବଳ; ଫିଣ୍ଡୋସିନଭେଷ୍ଟ ମାର୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀତିନ ସାହି; ଏକ୍ସଟ୍ରେମମ୍ ଆନାଲିଟିକ୍ସର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ଡାଟା ଓ ଆନାଲିଟିକ୍ସ ଅଫିସର ଶୈଳେଶ ଗିରି; ସୋପ୍ରାଷ୍ଟେରିଆର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୋୟଲ; ଏକ୍ସଟ୍ରେମମ୍ ଆନାଲିଟିକ୍ସର ସିଇଓ ଅମିଷା ସକ୍ସେନା; ଗ୍ଲୋବାଲ ଏଚସିଏମ ଷ୍ଟ୍ରାଟେଜି ଡାଇରେକ୍ଟର ତଥା ଓରାକଲର ଏପିଏସି ଲିଡ୍ ନୀରଜ ନରଙ୍ଗ; କର୍ଣ୍ଣେଲ ତରୁଣ ଭୋରା, ବ୍ଲିଙ୍କିଟ୍ ସ୍ଥିତ ପିପୁଲ୍ ଅପ୍ସ ଉପାଧ୍ୟକ୍ଷ; ଏବଂ ଇଣ୍ଡିଆ ଆକ୍ସେଲେରେଟରର ସହ-ପ୍ରତିଷ୍ଠାତା ଦୀପକ ଶର୍ମା । ଏମ୍‌ବିଏ ଫର୍ ୱାର୍କିଂ ପ୍ରଫେସନାଲ୍‌ର ଅଧ୍ୟକ୍ଷା ପ୍ରଫେସର ପୁନମ କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଇଆଇଏମ୍ ସମ୍ବଲପୁରର ସିଏଓ ଅମୃତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ଦିବାହର ସୁନ୍ଦର ନାଦର ଧନ୍ୟବାଦ ଅର୍ପଣ କରି ଉତ୍ସବ ଶେଷ କରିଥିଲେ ।



Share It

Comments are closed.