ଗ୍ରିଭସ ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଏଲଟ୍ରା ସିଟି ଏକ୍ସଟ୍ରା ଉନ୍ମୋଚିତ

Share It

ଭୁବନେଶ୍ୱର: ଗ୍ରିଭସ କଟନ ଲିମିଟେଡର ଇ-ଗମନାଗମନ ଶାଖା ଗ୍ରିଭସ ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଜିଇଏମଏଲ) ପକ୍ଷରୁ ଲୋକପ୍ରିୟ ଗ୍ରିଭସ ଏଲଟ୍ରା ସିଟିର ଏକ ଉନ୍ନତ ଭାରିଆଂଟ ସମ୍ପୂର୍ଣ୍ଣ ନୂଆ ଗ୍ରିଭସ ଏଲଟ୍ରା ସିଟି ଏକ୍ସଟ୍ରା ଉନ୍ମୋଚନ କରାଯାଇଛି। ସହରାଚଂଳ ଗମନାଗମନ ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଏଲଟ୍ରା ସିଟି ଏକ୍ସଟ୍ରାରେ ରେଂଜ, ସୁରକ୍ଷା ଓ ପ୍ରଯୁକ୍ତି ଆଦି ସବୁଥିରେ କିଛି ଅତିରିକ୍ତ ବା ଏକ୍ସଟ୍ରା ରହିଛି।
ପ୍ରଦର୍ଶନ, ପ୍ରଯୁକ୍ତି, ବିଶ୍ୱାସ ଓ ସୁରକ୍ଷାର ଏକ ଚମତ୍କାର ମିଶ୍ରଣକୁ ନେଇ ଏଲଟ୍ରା ସିଟି ଏକ୍ସଟ୍ରା ସହରାଚଂଳରେ ଦୈନନ୍ଦୀନ ଗମନାଗମନକୁ ଉନ୍ନତ କରିବାକୁ ଚାହୁଛି। ଏହା ୧୭୦ କିଲୋମିଟରର ବାସ୍ତବ ରେଂଜ, ପାୱାର ମୋଡରେ ୬୦ କେଏମପିଏଚର ଶୀର୍ଷ ସ୍ପିଡ, ଡିଷ୍ଟାନ୍ସ ଟୁ ଏମ୍ପଟି (ଡିଟିଇ) ଓ ନାଭିଗେସନ ସୁବିଧା ଥିବା ଏକ ୬.୨ ପିଏମଭିଏ ଡିଜିଟାଲ କ୍ଲଷ୍ଟର ପ୍ରଦାନ କରୁଛି ଯାହାର ଲକ୍ଷ୍ୟ ହେଉଛି ସହରରେ ଗମନାଗମନକୁ ଦ୍ରୁତ, ସହଜ କରିବା। ବାସ୍ତବ ଦୁନିଆ ପରିବେଶକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଗାଡ଼ିରେ ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ ଓ ଆରାମ ପାଇଁ ୧୨ ଇଂଚର ରାଡିଆଲ ଟ୍ୟୁବଲେସ ଟାୟାର ବ୍ୟବହାର କରାଯାଇଛି।
ଗୋଟିଏ ଥର ଚାର୍ଜରେ ଏଲଟ୍ରା ସିଟି ଏକ୍ସଟ୍ରା ବାଙ୍ଗାଲୋରରୁ ରାଣୀପେଟ ପର୍ଯ୍ୟନ୍ତ ୩୨୪ କିମି ଯାତ୍ରା କରି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଫଳରେ ସେହି ଐତିହାସିକ ଯାତ୍ରା ଦେଶର ସର୍ବାଧିକ ରେଂଜ ଇଲେକ୍ଟ୍ରିକ ତିନିଚକିଆ ଯାନ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ ହୋଇଛି।
ଏଲଟ୍ରା ସିଟି ଏକ୍ସଟ୍ରାର ଡିଜାଇନର ମୂଳରେ ରହିଛି ସୁରକ୍ଷା ଓ ଭରସାଯୋଗ୍ୟତା। ବୃହତ ୧୮୦ ଏମଏମ ବ୍ରେକଡ୍ରମ, ପାର୍ଶ୍ୱ ପ୍ୟାନେଲ ଓ ପଛ ଭିଜୁଆଲ ବାରିୟର ସହ ଏହା ଉଭୟ ଚାଳକ ଓ ଯାତ୍ରୀଙ୍କୁ ଦୃଢ଼ ସୁରକ୍ଷା ପ୍ରଦାନ କରୁଛି। ୯.୫ କେଡବ୍ଲୁ ମୋଟର ଏବଂ ୧୦.୭୫ କେଡବ୍ଲୁଏଚ ଆଇପି୬୭ ମାନ୍ୟତାପ୍ରାପ୍ତ ଏଲଏଫପି ବ୍ୟାଟେରି ସହ ଏହି ଗାଡ଼ିରେ ପ୍ରଦର୍ଶନ ଓ ଦୀର୍ଘସ୍ଥାୟିତ୍ୱର ମିଶ୍ରଣ ରହିଛି। ୪-୫ ଘଂଟାର ଚାର୍ଜିଂ ଅବଧି ସୁବିଧାକୁ ବଢ଼ାଇଛି। ଏହା ଉପରେ ୫ ବର୍ଷ କିମ୍ବା ୧.୨ ଲକ୍ଷ କିମି ବ୍ୟାଟେରି ୱାରେଂଟି ଓ ୩ ବର୍ଷ କିମ୍ବା ୮୦,୦୦୦ କିମି ଯାନ ୱାରେଂଟି ପ୍ରଦାନ କରାଯାଉଥିବାରୁ ଏଲଟ୍ରା ସିଟି ଏକ୍ସଟ୍ରାକୁ ଦୀର୍ଘକାଳୀନ ଭରସ।।ଯାଗ୍ୟତା ଏବଂ ଚିନ୍ତାମୁକ୍ତ ଇଭି ମାଲିକାନା ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି।
ଗ୍ରିଭସ ଇଲେକ୍ଟ୍ରିକ ମୋବିଲିଟିର ଏମଡି ବିକାଶ ସିଂହ କହିଛନ୍ତି ଯେ, ‘ଗ୍ରିଭସ ଇଲେକ୍ଟ୍ରିକ ମୋବିଲିଟିରେ ଆମ ଉଦ୍ଦେଶ୍ୟ ହେଉଛି ପ୍ରତି ଭାରତୀୟଙ୍କ ପାଖରେ ସ୍ମାର୍ଟ ଓ ସ୍ଥାୟୀ ଗମନାଗମନ ସୁବିଧା ପହଂଚାଇବା। ଉଲ୍ଲେଖନୀୟ ରେଂଜ, ଆଇଓଟି ସହିତ ଡିଜିଟାଲ କ୍ଲଷ୍ଟର ଭଳି ସ୍ମାର୍ଟ ସୁବିଧା, ଶକ୍ତିଶାଳୀ ବ୍ୟାଟେରି, ଶ୍ରେଷ୍ଠ ଶୀର୍ଷ ସ୍ପିଡ ଏବଂ ଗ୍ରିଭସର ବିଶ୍ୱସନୀୟ ବିକ୍ରି ପରବର୍ତୀ ସେବା ସହିତ ଏଲଟ୍ରା ସିଟି ଏକ୍ସଟ୍ରା ସେହି ଲକ୍ଷ୍ୟକୁ ସାକାର କରିଛି। ଏଲପିଏଫ ବ୍ୟାଟେରି ପ୍ରଯୁକ୍ତି ସହିତ ଆମେ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଇଭିରେ ଅଗ୍ରଣୀ ସ୍ଥାନ ଜାରି ରଖିଛୁ ଯାହା ବିଶ୍ୱାସ ଗଠନ କରୁଥିବା ବେଳେ ପ୍ରତି ଟ୍ରିପରେ ଅଧିକ ମୂଲ୍ୟ ପ୍ରଦାନ କରୁଛି।
ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଶ୍ରେଷ୍ଠ ପରିଚାଳନା ଅନୁଭୂତି ଓ ଅର୍ଥନୀତି ପ୍ରଦାନ କରିବା। ଅତ୍ୟାଧୁନିକ ବ୍ୟାଟେରି ଓ ମୋଟରକୁ ନେଇ ଏଲଟ୍ରା ସିଟି ଏକ୍ସଟ୍ରା କମ ମାଲିକାନା ଖର୍ଚ୍ଚ, ଉଚ୍ଚ ଦକ୍ଷତା ଓ ଉଲ୍ଳେଖନୀୟ ପେଲୋଡ କ୍ଷମତା ପ୍ରଦାନ କରୁଛି। ଏହାକୁ ଦୈନନ୍ଦୀନ ଓ ବାସ୍ତବ ଦୁନିଆ ପ୍ରଦର୍ଶନ ପାଇଁ ଗଠନ କରାଯାଇଛି।


Share It

Comments are closed.