ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଜିଏସଟି ଉଚ୍ଛେଦକୁ ଗ୍ରାହକ ଓ ଶିଳ୍ପ ପାଇଁ ଲାଭଦାୟକ ଭାବେ ପ୍ରଶଂସା

Share It

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଜିଏସଟି ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଘୋଷଣା କରିଛନ୍ତି ଯାହା ଫଳରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ସାମଗ୍ରୀ ଏବଂ ସେବା କର (ଜିଏସଟି) ଉଚ୍ଛେଦ କରାଯାଇଥିବା ବେଳେ ବୀମା କମ୍ପାନିମାନଙ୍କୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିବାର ଅନୁମତି ଦିଆଯାଇଛି। ଏହି ପଦକ୍ଷେପକୁ ଏକ ଦ୍ୱିମୁଖୀ ଉପକାରୀ ପଦକ୍ଷେପ ଭାବେ ଦେଖାଯାଉଛି ଯାହା ଗ୍ରାହକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଅଧିକ ସମ୍ଭବ କରିବ ଏବଂ ବୀମା କ୍ଷେତ୍ରର ବୃଦ୍ଧିକୁ ସମର୍ଥନ କରିବ।
ଶ୍ରୀମତୀ ସୀତାରାମଣ କହିଛନ୍ତି ଯେ ଜିଏସଟି ପରିଷଦର ଏହି ନିଷ୍ପତି ସରକାରଙ୍କ ପ୍ରତିଶ୍ରୁତିକୁ ପ୍ରତିଫଳିତ କରୁଛି ଯେ ସ୍ୱାସ୍ଥ୍ୟସେବା ଏବଂ ଆର୍ôଥକ ସୁରକ୍ଷା ଅଧିକ ଲୋକଙ୍କ ପାଖରେ ପହଂଚିବା ଦରକାର। ଜିଏସଟି ପରିଷଦ ବୈଠକ ପରେ ସେ କହିଥିଲେ ଯେ ସ୍ୱାସ୍ଥ୍ୟ ବୀମା ପରିବାର ପାଇଁ ଏକ ଅତ୍ୟାବଶ୍ୟକ ସୁରକ୍ଷା କବଚ ଏବଂ ପ୍ରିମିୟମ୍ ଉପରେ ଟିକସ ଭାର ହ୍ରାସ କରିବା ମଧ୍ୟବିତ ଶ୍ରେଣୀ ଏବଂ ବରିଷ୍ଠ ନାଗରିକ ଭିତରେ ବିଶେଷ ଭାବରେ ଅଧିକ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ।
ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାକେଶ ଜୈନ ଏହି ଘୋଷଣାକୁ ସ୍ୱାଗତ କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ,“ଗ୍ରାହକଙ୍କ ଉପକାର ସହିତ ଉଦ୍ୟୋଗକୁ ଆଗକୁ ବଢ଼ାଇବାକୁ ଥିବା ଏକ ଐତିହାସିକ ପଦକ୍ଷେପ ହେଉଛି ଜିଏସଟି ପରିଷଦର ସ୍ୱାସ୍ଥ୍ୟ ବୀମା ପ୍ରିମିୟମକୁ ଟିକସ ମୁକ୍ତ କରିବା ଏବଂ ବୀମା କମ୍ପାନିମାନଙ୍କୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିବାର ଅନୁମତି ଦେବାର ନିଷ୍ପତି। ଏହି ସଂସ୍କାର ଲକ୍ଷାଧିକ ପରିବାର, ବରିଷ୍ଠ ନାଗରିକ ଏବଂ ଛୋଟ ବ୍ୟବସାୟଗୁଡ଼ିକ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଅଧିକ ସମ୍ଭବ କରିବ। ସେମାନେ ପ୍ରାୟତଃ ପ୍ରିମିୟମକୁ ଏକ ଅତିରିକ୍ତ ଅର୍ଥନୈତିକ ଭାର ଭାବେ ଦେଖୁଥିଲେ। ପ୍ରବେଶ ଖର୍ଚ୍ଚ କମ୍ କରିବା ଦ୍ୱାରା ଏହା ଅଧିକ ଲୋକଙ୍କୁ ବୀମା ସୁରକ୍ଷା ନେବାକୁ ଉତ୍ସାହିତ କରିବ ଯାହାଦ୍ୱାରା ବିପଦ ସୁରକ୍ଷା ଦୃଢ଼ ହେବ ଏବଂ ବୀମା କ୍ଷେତ୍ରର ଦୀର୍ଘମିଆଦୀ ସ୍ଥିରତା ଉନ୍ନତ ହୋଇପାରିବ। ବୀମା କେବଳ ଏକ ଆର୍ôଥକ ଉତ୍ପାଦ ନୁହେଁ ବରଂ ବଢ଼ୁଥିବା ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଏବଂ ଅପ୍ରତ୍ୟାଶିତ ଜରୁରୀ ପରିସ୍ଥିତିରେ ପରିବାରବର୍ଗମାନଙ୍କ ପାଇଁ ଏକ ସୁରକ୍ଷା କବଚ। ଏହି ପଦକ୍ଷେପ ଏହାକୁ ଆର୍ôଥକ ଯୋଜନା ଭିତରେ ଅଧିକ ଗଭୀର ଭାବେ ସ୍ଥାପିତ କରିବାରେ ସାହାଯ୍ୟ କରିବ। ଆମେ ଏହାକୁ ଏକ ଦୂରଦର୍ଶୀ ସଂସ୍କାର ଭାବେ ଦେଖୁଛୁ ଯାହା ଗ୍ରାହକ ଏବଂ ବୀମା କମ୍ପାନି ଉଭୟଙ୍କ ପାଇଁ ଲାଭଦାୟକ ପରିସ୍ଥିତି ସୃଷ୍ଟି କରିବ ଏବଂ ଏକ ସୁସ୍ଥ ଏବଂ ଅଧିକ ଆର୍ôଥକ ଭାବରେ ସୁରକ୍ଷିତ ଭାରତ ଗଠନର ଯାତ୍ରାକୁ ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।”
ଉଦ୍ୟୋଗ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଯେତେବେଳେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବଢ଼ିବାରେ ଲାଗିଛି ସେତେବେଳେ ଏହି ସଂସ୍କାର କେବଳ ଭାରତରେ ବୀମା ସାତନ୍ଧ୍ରତାକୁ ବଢ଼ାଇବ ନାହିଁ ବରଂ ପରିବାରଗୁଡ଼ିକ ମଧ୍ୟରେ ଶକ୍ତିଶାଳୀ ଆର୍ôଥକ ସ୍ଥିରତା ସୃଷ୍ଟି କରିବ।


Share It

Comments are closed.