କ୍ରୋମା ନୂଆ ଆଇଫୋନ ଏୟାର, ଆଇଫୋନ ୧୭ ଓ ଆଇଫୋନ ୧୭ ପ୍ରୋ ଉପଲବ୍ଧ କରାଇବ
ଭୁବନେଶ୍ୱର: କ୍ରୋମା ଗ୍ରାହକମାନଙ୍କ ନିକଟରେ ଆପଲର ସମ୍ପୂର୍ଣ୍ଣ ନୂଆ ଆଇଫୋନ ୧୭ର ବିଭିନ୍ନ ମଡେଲ ଯଥା ଆଇଫୋନ ୧୭, ଅଲଟ୍ରା-ଥିନ୍ ଆଇଫୋନ ଏୟାର, ଆଇଫୋନ ୧୭ ପ୍ରୋ’ ଓ ଆଇଫୋନ ୧୭ ପ୍ରୋ ମ୍ୟାକ୍ସ ପହଂଚାଇବାକୁ ବେଶ ଉତ୍ସାହିତ ରହିଛି। ଏହି ମଡେଲ୍ଗୁଡ଼ିକରେ ବଡ଼ ଡିସ୍-ପ୍ଲେ’, ଏ୧୯-ସିରିଜ୍ ଚିପସ୍, ଏ୧୯ ଓ ଏ୧୯ ପ୍ରୋ’, ସାମ୍ନା କ୍ୟାମେରା ରହିଛି। ଆଇଫୋନ୍ ୧୭ର ଦାମ୍ ୮୨,୯୦୦ ଟଙ୍କା, ଆଇଫୋନ୍ ଏୟାର ଦାମ୍ ୧,୧୯,୯୦୦ ଟଙ୍କା, ଆଇଫୋନ୍ ୧୭ ପ୍ରୋ’ ଦାମ୍ ୧,୩୪,୯୦୦ ଟଙ୍କା ଏବଂ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଦାମ୍ ୧,୪୯,୯୦୦ ଟଙ୍କା ରହିଛି।
ଆଇଫୋନ ୧୭ରେ ୬.୩ ଇଂଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ସହିତ ପ୍ରଥମ ଥର ପାଇଁ ଏକ ଅଣ ପ୍ରୋ’ ମଡେଲେର ପ୍ରୋମୋସନ ବ୍ୟବହାର କରାଯାଇଛି। ଏଥି ସହିତ ୨୫୬ ଜିବିରୁ ଷ୍ଟୋରେଜ ଆରମ୍ଭ, ୧୦ ମିନିଟ ଚାର୍ଜ କଲେ ୮ ଘଂଟା ଫୋନ ଚାଲିବ, ନୂଆ ସେଂଟର-ଷ୍ଟେଜ ସାମ୍ନା କ୍ୟାମେରା, ୪୮ ଏମପି ପଛ କ୍ୟାମେରା ଭଳି ସୁବିଧା ଏଥିରେ ରହିଛି।
ଆଇଫୋନ ୧୭ ମଡେଲଗୁଡ଼ିକର ପ୍ରାକ ବୁକିଂ ୨୦୬ଟି ସହରରେ ଥିବା ୫୭୪ କ୍ରୋମା ଷ୍ଟୋର ଏବଂ www.croma.com ୱେବସାଇଟରେ ଉପଲବ୍ଧ ହୋଇଛି।
ଆପଲ ୱାଚ ସିରିଜ ୧୧, ଆପଲ ୱାଚ ଅଲଟ୍ରା ୪, ଆପଲ ୱାଚ ଏସଇ ୩ ଓ ଏୟାରପଡସ ପ୍ରୋ ୪ର ବୁକିଂ ମଧ୍ୟ ଉପଲବ୍ଧ ହେବ। ଏହି ଡିଭାଇସଗୁଡ଼ିକର ମୂଲ୍ୟ ଯଥାକ୍ରମେ ୪୬,୯୦୦ ଟଙ୍କା, ୮୯,୯୦୦ ଟଙ୍କା, ୨୫,୯୦୦ ଟଙ୍କା ଓ ୨୫,୯୦୦ ଟଙ୍କା ରହିଛି। ଆପଲ ୱାଚ ସିରିଜ ୧୧ରେ ଉଚ୍ଚ ରକ୍ତଚାପ ନୋଟିଫିକେସନ, ଶୟନ ସ୍କୋର, ୫ଜି ସଂଯୋଗ, ସ୍କ୍ରାଚ ପ୍ରତିରୋଧୀ ଏବଂ ଆପଲର ୱାର୍କଆଉଟ ବଡି ଓ ସିଧାସଳଖ ଅନୁବାଦ ସୁବିଧା ରହିଛି। ଆପଲ୍ ୱାଚ୍ ଅଲ୍ଟ୍ରା ୩ରେ ଜରୁରୀକାଳୀନ ମେସେଜ ପାଇଁ ଉପଗ୍ରହ ସଂଯୋଗ, ବଡ଼ ଡିସପ୍ଲେ, ୭୨ ଘଂଟା ପର୍ଯ୍ୟନ୍ତ ଲୋ ପାୱାର ମୋଡ, ୫ଜି ସଂଯୋଗ ରହିଛି। ଆପଲ ୱାସଚ ଏସଇ୩ରେ ୫ଜି ସଂଯୋଗ, ଶୟନ ସ୍କୋର ଓ ଅନିଦ୍ରା ସ୍କୋର ସୁବିଧା ରହିଛି।
ଆଇଫୋନର ପ୍ରାକ ବରାଦ ସେପ୍େଟମ୍ବର ୧୨ ଅପରାହ୍ନ ୫ଟା ୩୦ ମିନିଟରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୧୯ ସକାଳ ୮ଟାରୁ ଗ୍ରହାକଙ୍କୁ ଉପଲବ୍ଧ କରାଯିବ। ସେହିପରି ୱାଚ୍ର ପ୍ରାକ ବୁକିଂ ସେପ୍ଟେମ୍ବର ୧୦ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ ଏବଂ ତାହା ସେପ୍ଟେମ୍ବର ୧୯ ସକାଳ ୮ଟାରୁ ଗ୍ରହାକଙ୍କୁ ଉପଲବ୍ଧ ହେବ। ଗ୍ରାହକମାନେ ୨୦୦୦ ଟଙ୍କା ଦେଇ ଆଇଫୋନ ୧୭, ୨୦୦୦ ଟଙ୍କାରେ ଆଇଫୋନ ଏୟାର, ୧୭,୦୦୦ ଟଙ୍କାରେ ଆଇଫୋନ ୧୭ ପ୍ରୋ’, ୧୭,୦୦୦ ଟଙ୍କାରେ ଆଇଫୋନ ୧୭ ପ୍ରୋ’ ମ୍ୟାକ୍ସ, ୨,୦୦୦ ଟଙ୍କାରେ ଆପଲ ୱାଚ ସିରିଜ ୧୧, ୨୦୦୦ ଟଙ୍କାରେ ଆପଲ ୱାଚ ଅଲଟ୍ରା ୩, ୨୦୦୦ ଟଙ୍କାରେ ଆପଲ ୱାଚ ଏସଇ ୩ ଓ ୨୦୦୦ ଟଙ୍କା ଦେଇ ଏୟାରପଡସ ପ୍ରୋ’ ୩ର ପ୍ରାକ ବୁକିଂ କରିପାରିବେ।
Comments are closed.