ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରିବା ପାଇଁ ୱି ବିଜନେସ୍ ଓ ପେୟୁ ମଧ୍ୟରେ ସହଯୋଗିତା


ଭୁବନେଶ୍ୱର: ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକୁ ଅଭିନବ ଡିଜିାଲ୍ ପେମେଂଟ୍ ସମାଧାନ ପ୍ରଦାନ କରିବା ସହ ସେମାନଙ୍କୁ ନିଜର ଡିଜିଟାଲ୍ ଯାତ୍ରାରେ ସାମିଲ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ୱିର ବ୍ୟବସାୟ ଶାଖା ୱି ବିଜନେସ୍ ପକ୍ଷରୁ ଡିଜିଟାଲ୍ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ପେୟୁ ସହ ସହଯୋଗିତା ସ୍ଥାପନ କରାଯାଇଛି ।
ଏହି ସହଯୋଗିତାରେ ଏମ୍‌ଏସ୍‌ଏମ୍‌ଇମାନଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ୱି ବିଜନେସ୍‌ର ଡିଜିଟାଲ୍ ରୂପାନ୍ତରଣ ଏବଂ ଡିଜିଟାଲ୍ ପେମେଂଟ୍ ଓ ଆର୍ଥିକ ସେବା କ୍ଷେତ୍ରରେ ପେୟୁର ରହିଥିବା ବିଶେଷତାର ସମନ୍ୱୟରେ ବ୍ୟାପକ ସେବା ପ୍ରଦାନ କରାଯିବ । ଏହି ସହଯୋଗିତା ଏମ୍‌ଏସ୍‌ଏମ୍‌ଇଙ୍କୁ ଅଭିନବ ପେମେଂଟ୍ ସମାଧାନ, ବାଏ-ନାଓ-ପେ-ଲାଟର ବିକଳ୍ପ, ହ୍ୱାଟସ୍‌ଆପ୍ ସମନ୍ୱୟ ଭଳି ସମାଧାନ ପ୍ରଦାନ କରିବ ।
ୱି ବିଜନେସ୍ ପକ୍ଷରୁ ଏହାର ଉତ୍ସର୍ଗୀକୃତ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ରେଡିଫରନେକ୍ସଟର ଅଂଶ ବିଶେଷ ଭାବେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ସ୍ୱତନ୍ତ୍ର ଉତ୍ପାଦକତା ଓ ସହଯୋଗିତା ଡିଜିଟାଲ୍ ଟୁଲ୍ ପ୍ରଦାନ କରାଯାଉଛି । । ଏହି ଉତ୍ପାଦରେ ସ୍ଥାନ ଟ୍ରାକିଂ, ଗୁଗୁଲ୍ ୱାର୍କସ୍ପେସ୍‌, ବ୍ୟକ୍ତିଗତ କ୍ଲାଉଡ୍ ଷ୍ଟୋରେଜ୍ ଓ ମୋବାଇଲ୍ ନିରାପତା ସମାଧାନ ସାମିଲ ରହିଛି ଯାହା ଏମ୍‌ଏସ୍‌ଏମ୍‌ଇମାନଙ୍କୁ ସେମାନଙ୍କ ଡିଜିଟାଲ୍ କର୍ମକ୍ଷେତ୍ର, ବ୍ୟବସାୟ ଓ ଗ୍ରାହକ ସଂପୃକ୍ତିକୁ ପରିଚାଳନା କରିବାରେ ସହାୟକ ହେବ ।
ଏହି ସହଯୋଗିତା ସମ୍ପର୍କରେ ଭୋଡାଫୋନ୍ ଆଇଡିଆର ଚିଫ୍ ଏଂଟରପ୍ରାଇଜେସ୍ ବିଜନେସ୍ ଅଫିସର ଅରବିନ୍ଦ ନେଭାଟିଆ କହିଛନ୍ତି ଯେ, “ଭାରତର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଡିଲିଟାଲ୍ ମାଧ୍ୟମରେ ସକ୍ଷମ କରିବା ଦିଗରେ ଆମର ରହିଥିବା ପ୍ରତିବଦ୍ଧତାକୁ ପେୟୁ ସହିତ ଆମ ସହଯୋଗିତା ଦର୍ଶାଉଛି । ୱିର ଶ୍ରେଷ୍ଠ ମାନର ଏଂଟରପ୍ରାଇଜ୍ ସମାଧନ ଓ ଫିନଟେକ୍‌ରେ ପେୟୁର ବିଶେଷତାର ସମିଶ୍ରଣରେ ଆମେ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛୁ ।’’
ପେୟୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିର୍ବାଣ ମୁଖାର୍ଜୀ କହିଛନ୍ତି ଯେ, “ବ୍ୟବସାୟର ତୃଣମୂଳ ସ୍ତରରେ ରୂପାନ୍ତରଣ ପାଇଁ ଡିଜିଟାଲ୍ ନବସୃଜନର ଶକ୍ତି ଉପରେ ପେୟୁରେ ଆମର ବିଶ୍ୱାସ ରହିଛି । ଭାରତୀୟ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସେମାନଙ୍କ ଡିଜିଟାଲ୍ ରୂପାନ୍ତରଣରେ ସହଯୋଗ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ହେଉଛି ୱି ବିଜନେସ୍ ସହିତ ଆମେ ସ୍ଥାପନ କରିଥିବା ସହଯୋଗିତା । ଆମେ ମିଳିତ ଭାବେ ରାଜସ୍ୱ ବୃ୍‌ଦ୍ଧି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ କରିଥିବା ଦୃଢ଼ ବ୍ୟବସାୟ ଓ ଡିଜିଟାଲ୍ ଫାଇନାନ୍ସ ସମାଧାନ ଏମ୍‌ଏସଏମ୍‌ଇମାନଙ୍କୁ ଆଜିର ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସଫଳ ହେବାରେ ସାହାଯ୍ୟ କରିବ ।’’


Share It

Comments are closed.