ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଡଗରାରେ ପୁନଃନିର୍ମିତ ସ୍କୁଲ କୋଠା ଓ ସୋଲାର ଷ୍ଟ୍ରିଟ୍ ଲାଇଟ ଲୋକାର୍ପଣ


ଡଗରା, ଜୁଲାଇ ୧୧, ୨୦୨୪: ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ଆଖପାଖ ଗାଁର ପିଲାମାନଙ୍କ ଶିକ୍ଷାଦାନ କ୍ଷମତା ବୃଦ୍ଧି ଏବଂ ଶିକ୍ଷାକୁ ଅଧିକ ସୁବିଧା କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରାଠାରେ ଥିବା ଜୁନିୟର ବେସିକ୍ ସ୍କୁଲର ପୁନଃନିର୍ମିତ କୋଠାକୁ ଗୁରୁବାର ଲୋକାର୍ପଣ କରାଯାଇଛି । ବସ୍ତାର ମାନ୍ୟବର ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଶାନ୍ତ କୁମାର ମିଶ୍ର, ବାଲିଆପାଳ ବ୍ଲକ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ବାଲିଆପାଳ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ନମିତା ସାମଲ ଓ ଡଗରା ଗ୍ରାମ ପଂଚାୟତର ସରପଂଚ ସତ୍ୟାନନ୍ଦ ମହାନ୍ତି ଉପସ୍ଥିତ ଥିଲେ ।

ବିଦ୍ୟାଳୟର ସମ୍ପୂର୍ଣ୍ଣ ପୁନଃନିର୍ମାଣ ସହ ଜଡିତ ଏହି ପ୍ରକଳ୍ପରେ ଉନ୍ନତ ଭିତିିଭୂମି ମାଧ୍ୟମରେ ଶିକ୍ଷାଦାନ ପରିବେଶକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାବ୍ୟତୀତ ଡଗରାସ୍ଥିତ ବିଦ୍ୟାଳୟ ନିକଟରେ ଟିଏସ୍‌ଏଫ୍ ପକ୍ଷରୁ ଲଗାଯାଇଥିବା ୪୪ ସୋଲାର ଷ୍ଟ୍ରିଟ୍ ଲାଇଟ୍‌କୁ ମଧ୍ୟ ବିଶିଷ୍ଟ ଅତିଥିମାନେ ଉଦଘାଟନ କରିଥିଲେ । ସୌର ଶକ୍ତି ଦ୍ୱାରା ଚାଳିତ ଏବଂ ଆଲୋକର ଉଜ୍ଜ୍ୱଳତା ବଢ଼ାଉଥିବା ଏକ ପ୍ରୋକ୍ସିମିଟି ସେନସର ଲଗାଯାଇଥିବା ଏହି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଗାଁର କୌଣସି ଅଂଚଳ ଯେଭଳି ଅନ୍ଧାର ରହିବ ନାହିଁ ତାହା ସୁନିଶ୍ଚିତ କରୁଛି । ବର୍ତମାନ ସୁଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ବସ୍ତା ଓ ବାଲିଆପାଳ ଅଂଚଳରେ ପ୍ରାୟ ୪୪ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି ।

ଏହି ପଦକ୍ଷେପକୁ ପ୍ରଶଂସା କରି ଶ୍ରୀମତୀ ଜେନା କହିଛନ୍ତି ଯେ, “ଅଞ୍ଚଳର ବିକାଶରେ ଟାଟା ଷ୍ଟିଲ ଫାଉଣ୍ଡେସନର ସହଭାଗିତା ପ୍ରଶଂସନୀୟ, ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।’’

ସମସ୍ତ ସହଯୋଗ ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇ ଏସପିପିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଯେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାକୁ ଯେଉଁ ପ୍ରାଥମିକତା ଦିଆଯାଉଛି ତାହା ଦେଖି ଖୁସି ଲାଗୁଛି, ଯେଉଁଥିପାଇଁ କେବଳ ଉତର ବାଲେଶ୍ୱରର ସାକ୍ଷରତା ହାର ରାଜ୍ୟର ଅନ୍ୟାନ୍ୟ ଅଂଚଳ ତୁଳନାରେ ଅଧିକ ରହିଛି ।


Share It

Comments are closed.