ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳିତ


ଜୁଲାଇ ୧୦, ୨୦୨୪, କଳିଙ୍ଗନଗର: ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ମଙ୍ଗଳବାର ସୁକିନ୍ଦା ଅଶୋକଝରଠାରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ସହ ବନ ମହୋତ୍ସବ ପାଳିତ ହୋଇଯାଇଛି ।

ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଲଜିଷ୍ଟିକ୍ସ ବିଭାଗ, ଟିଏସକେର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଭିଯାନରେ ଟିଏସକେର ଲଜିଷ୍ଟିକ୍ସ ଅପରେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଏବଂ ଟିଏସକେର ନିରାପତ୍ତା ମୁଖ୍ୟ ଆରଏସ ମିଶ୍ର ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ ୧୦୦୦ ସିଡ଼ବଲ୍ ମାଧ୍ୟମରେ ବୃକ୍ଷରୋପଣ ସହ ସ୍ଥାନୀୟ ଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଏହା ବ୍ୟତୀତ ଲୋକମାନେ ଏହି ସ୍ଥାନରେ ସ୍ୱଚ୍ଛତା ଅଭିଯାନ ପାଇଁ ହାତ ମିଳାଇଥିଲେ ।


Share It

Comments are closed.