ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଇରେଡାର ଷ୍ଟଲ, ନିର୍ଦ୍ଦେଶକ (ଫାଇନାନ୍ସ)ଙ୍କ ଦ୍ୱାରା ଉଦ୍‌ଘାଟିତ


ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟ ବଡ଼ଦାଣ୍ଡରେ କମ୍ପାନିର ଷ୍ଟଲ୍‌କୁ ଇରେଡାର ନିର୍ଦ୍ଦେଶକ (ଫାଇନାନ୍ସ) ଡ. ବିଜୟ କୁମାର ମହାନ୍ତି ଉଦ୍‌ଘାଟନ କରିଛନ୍ତି । ୨୦୨୪ ରଥଯାତ୍ରା ସମୟରେ ଏକ ସପ୍ତାହ ପାଇଁ ଏହି ଷ୍ଟଲ୍ ପରିଚାଳିତ ହେବ ଯାହା ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଜଳ ଯୋଗାଇଦେବ ।
ଇରେଡାର ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଏହି ପବିତ୍ର ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସମର୍ଥନ କରୁଥିବାରୁ ଆମେ ବହୁତ ଖୁସି । ଆମ ଅଂଶଗ୍ରହଣ ଗୋଷ୍ଠୀ ସେବା ଓ ସ୍ଥାୟିତ୍ୱର ପ୍ରସାର ପ୍ରତି ଇରେଡାର ସମର୍ପଣ ଭାବକୁ ପ୍ରତିଫଳିତ କରୁଛି ।’’
ଏହି ଅଭିଯାନ ଗୋଷ୍ଠୀ କଲ୍ୟାଣ ପ୍ରତି ଇରେଡାର ପ୍ରତିବଦ୍ଧତା ଓ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଏହାର ସମର୍ଥନକୁ ଦର୍ଶାଉଛି ।


Share It

Comments are closed.