ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା ।

ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ, ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆମକୁ ମାନସିକ ଶାନ୍ତି ମିଳିବା ସହ ଅଦ୍ଭୁତ ଆନନ୍ଦ ଆଣିଦିଏ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର କୂଳ ଆମ ଭିତରେ କିଛି ଗଭୀରତାକୁ ଆକର୍ଷିତ କରେ । ଆଜି ସମୁଦ୍ର କୂଳରେ ଭ୍ରମଣ ବେଳେ କୋମଳ ପବନ, ସମୁଦ୍ରର ଗର୍ଜନ ଏବଂ ଜଳର ବିସ୍ତାର ଏକ ଅଦ୍ଭୁତ ମିଳନ ଅନୁଭବ କରିଲି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ମୋ ଭିତରେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ।


Share It

Comments are closed.