ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୫.୨୫ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ


ଭୁବନେଶ୍ୱର, ୬ ଜୁଲାଇ ୨୦୨୪: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ଉତ୍ପାଦନ ଓ ଡେଲିଭରି ଫଳାପଳ ଘୋଷଣା କରାଯାଛି । ପ୍ରଥମ ତ୍ରୈମାସିକରେ କମ୍ପାନିର ଅଶୋଧିତ ଇସ୍ପାତ ଉତ୍ପାଦନ ୫.୨୫ ନିୟୁତ ଟନ୍ ହୋଇଛି ଯାହା ବାର୍ଷିକ ଭିତିରେ ୫ ପ୍ରତିଶତ ବୃଦ୍ଧି ପାଇଛି । ରକ୍ଷଣାବେକ୍ଷଣ ପାଇଁ କାରଖାନା ବନ୍ଦ କରାଯାଇଥିବା କାରଣରୁ ତ୍ରୈମାସିକଭିତିରେ ଉତ୍ପାଦନ କମ୍ ହୋଇଛି । ଭାରତରେ କମ୍ପାନିର ଡେଲିଭରି ଏହି ସମୟରେ ୪.୯୪ ନିୟୁତ ଟନ୍ ହୋଇଛି ଯାହା ବାର୍ଷିକ ଭିତିରେ ୩ ପ୍ରତିଶତ ବୃଦ୍ଧ ପାଇଛି । ଡେଲିଭରି ଦୃଷ୍ଟିରୁ ଏହା କମ୍ପାନିର ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସିକ ସାବ୍ୟସ୍ତ ହୋଇଛି ।

ଅଟୋମୋଟିଭ୍ ଓ ସ୍ୱତନ୍ତ୍ର ଉତ୍ପାଦ ବର୍ଗରେ ଡେଲିଭରି ୧୪ ପ୍ରତିଶତ ବୃଦ୍ଧି ପାଇ ୦.୮ ନିୟୁତ ଟନ୍ ହୋଇଛି । ଯାତ୍ରୀବାହୀ ଯାନ, ବାଣିଜ୍ୟିକ ଯାନ ଭଳି କ୍ଷେତ୍ରରେ ବଜାର ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ ହୋଇଛି । ବ୍ରାଣ୍ଡେଡ୍ ଉତ୍ପାଦ ଓ ଖୁୁଚୁରା ବର୍ଗରେ ଡେଲିଭରି ବାର୍ଷିକଭିତିରେ ୬ ପ୍ରତିଶତ ବୃଦ୍ଧି ପାଇ ୧.୭ ନିୟୁତ ଟନ୍ ହୋଇଛି । ଟାଟା ଟିସ୍‌କନ୍‌ର ଡେଲିଭରି ବାର୍ଷିକଭିତିରେ ୧୫ ପ୍ରତିଶତ ବୃଦ୍ଧି ପାଇ ଥିବା ବେଳେ ଟାଟା ଆଷ୍ଟ୍ରମ୍ ଓ ଟାଟା ଷ୍ଟିଲିଅମ୍ ପାଇଁ ବିକ୍ରି ଦୃଷ୍ଟିରୁ ଏହା ସର୍ବକାଳୀନ ଶ୍ରେଷ୍ଠ ବର୍ଷ ସାବ୍ୟସ୍ତ ହୋଇଛି ।

ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପରେ ଡେଲିଭରି ୧.୮ ନିୟୁତ ଟନ୍ ହୋଇଛି ଯେଉଁଥିରେ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବାଧିକ ବିକ୍ରି ହାସଲ ହୋଇଛି । ଟାଟା ଷ୍ଟିଲ୍ ଆସିୟାନାରୁ ରାଜସ୍ୱ ୬୪୪ କୋଟି ଟଙ୍କା ହୋଇଛି ଯାହା ବାର୍ଷିକ ଭିତିରେ ୭୩ ପ୍ରତିଶତ ବଢ଼ିଛି ଏବଂ ସ୍ୱତନ୍ତ୍ର ଗ୍ରାହକ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।

ଟାଟା ଷ୍ଟିଲ୍ ନେଦରଲ୍ୟାଣ୍ଡ୍‌ସର ତରଳ ଇସ୍ପାତ ଉତ୍ପାଦନ ୧.୭୨ ନିୟୁତ ଟନ୍ ହୋଇଛି ଯାହା ବାର୍ଷିକଭିତିରେ ଏବଂ ତ୍ରୈମାସିକଭିତିରେ ବୃଦ୍ଧି ପାଇଛି । ସେଠାରେ ଡେଲିଭରି ବାର୍ଷିକ ୧୧ ପ୍ରତିଶତ ଏବଂ ତ୍ରୈମାସିକରେ ୬ ପ୍ରତିଶତ ବୃଦ୍ଧି ପାଇ ୧.୫୨ ନିୟୁତ ଟନ୍ ହୋଇଛି ।

ଟାଟା ଷ୍ଟିଲ୍ ବ୍ରିଟେନ୍‌ର ତରଳ ଇସ୍ପାତ ଉତ୍ପାଦନ ୦.୬୮ ନିୟୁତ ଟନ୍ ହୋଇଥିବା ବେଳେ ଡେଲିଭରି ୦.୬୯ ନିୟୁତ ଟନ୍ ହୋଇଛି । ପୋର୍ଟ ଟାଲବଟ୍‌ର ବ୍ଲାଷ୍ଟ ଫର୍ଣ୍ଣେସ୍ ୫କୁ ବନ୍ଦ କରାଯାଇଛି ଯେଉଁଠାରେ ଶେଷ ଥର ପାଇଁ ଜୁଲାଇ ୪ରେ ତରଳ ଇସ୍ପାତ ଉତ୍ପାଦନ ହୋଇଥିଲା । ତାହାକୁ ସୁରକ୍ଷିତ ଭାବେ ଅବ୍ୟାହତି ଦିଆଯାଇଛି ।


Share It

Comments are closed.