ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ମାରିଅଟ୍ ଗ୍ରୁପ୍ ଅଫ୍ ହୋଟେଲ୍‌ସ ସହ ସହଯୋଗିତା


ଭୁବନେଶ୍ୱର: ସମାଜର ଯୁବ ଗୋଷ୍ଠୀଙ୍କୁ ସଶକ୍ତ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ମାରିଅଟ୍ ଗ୍ରୁପ୍ ଅଫ୍ ହୋଟେଲ୍‌ସ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଉତର ପୂର୍ବାଚଂଳ ରାଜ୍ୟ ଏବଂ ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୦୦୦ ଯୁବକଯୁବତୀଙ୍କୁ ଆତିଥେୟତା କ୍ଷେତ୍ରରେ ୧୦୦% ନିଯୁକ୍ତି ପ୍ରଦାନ କରିବାର ମହତ ଅଭିଯାନ “ପ୍ରୋଜେକ୍ଟ ବୁନିୟାଦ”ର ଏହା ହେଉଛି ଏକ ଅଂଶ ।
ଏମ୍‌ଓୟୁ ସ୍ୱାକ୍ଷର ଅବସରରେ ମାରିଅଟ୍ ଇଣ୍ଡିଆ ବିଜନେସ୍ କାଉନ୍‌ସିଲ୍‌ର ଅଧ୍ୟକ୍ଷ ସଂଜୟ ଗୁପ୍ତା, ଉପାଧ୍ୟକ୍ଷ (ମାର୍କେଟ୍‌) ଅରୁଣ କୁମାର, ନିର୍ଦ୍ଦେଶକ (ସରକାରୀ ବ୍ୟାପାର ଓ ସିଏସ୍‌ଆର୍‌) ଶ୍ୱେତା ସହଲ, ଏରିଆ ଡାଇରେକ୍ଟର ଉତର (ଏଚ୍‌ଆର୍‌) ଗୁରଲିନ୍ ଭଲ୍ଲା, ନିର୍ଦ୍ଦେଶକ (ମାର୍କେଟିଂ ଯୋଗାଯୋଗ) ପ୍ରେରଣା ଡାଗା, ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନର ଟ୍ରଷ୍ଟି ବିନୟ ଢିଙ୍ଗ୍ରା, ପରିଚାଳନା ଅଧିକାରୀ ସତ୍ୟପ୍ରକାଶ ପାଟିଲ ଓ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆର ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନର ଟ୍ରଷ୍ଟି ବିନୟ ଧୀଙ୍ଗରା କହିଛନ୍ତି ଯେ, “ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ସକାରାତ୍ମକ ସାମାଜିକ ପ୍ରଭାବ ସୃଷ୍ଟି କରିବା ପାଇଁ ସମର୍ପିତ । ମାରିଅଟ୍ ଗ୍ରୁପ୍ ଅଫ୍ ହୋଟେଲ୍ ସହ ଭାଗିଦାରୀ କରି ଆମେ ଆମର ସାମୂହିକ ଶକ୍ତିର ଉପଯୋଗ କରି ସମାଜର ଅବହେଳିତ ବର୍ଗର ଯୁବକଯୁବତୀମାନଙ୍କ ଜୀବନରେ ବାସ୍ତବ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛୁ । ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ମାଧ୍ୟମରେ ଆମେ ସେହି ଯୁବକଯୁବତୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା କରୁଛୁ ଯେଉଁଠାରେ ଶିକ୍ଷାର କୌଣସି ସୀମା ନାହିଁ ଏବଂ ସୁଯୋଗ ଅସୀମ । ଆମର ଆନ୍ତରିକ ବିଶ୍ୱାସ ଯେ “ଦକ୍ଷତା ବିକାଶ’ରେ ବିନିଯୋଗ କରି ଆମେ “ଆତ୍ମ’ ବିକାଶ ଏବଂ “ସାମାଜିକ ବିକାଶ’ରେ ବିନିଯୋଗ କରୁଛୁ ।’’
ପ୍ରୋଜେକ୍ଟ ବୁନିୟାଦରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପାଣ୍ଠି ଅଂଶୀଦାର, ରାଜ୍ୟ ସରକାର ଭିତିଭୂମି ଏବଂ ସହଯୋଗୀ ଭିସାନ ଫାଉଣ୍ଡେସନ ପ୍ରଶିକ୍ଷଣ ଅଂଶୀଦାର ଏବଂ ସମସ୍ତ ଅଗ୍ରଣୀ ହୋଟେଲ ପ୍ଲେସମେଂଟ୍ ପାର୍ଟନର ହେବା ସହିତ ସହଯୋଗର ଚାରିଟି ସ୍ୱତନ୍ତ୍ର ଭିତିଭୂମି ସ୍ଥାପନ କରାଯାଇଛି । ମାରିଅଟ୍‌କୁ ପ୍ଲେସମେଂଟ୍ ପାର୍ଟନର ଭାବେ ଗ୍ରହଣ କରି ଏହି ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କ ପାଇଁ ଦେଶର ବିଭିନ୍ନ ମାରିଅଟ୍‌ରେ ରୋଜଗାର ସୁରକ୍ଷିତ କରିବା ପାଇଁ ଏକ ନିରବଚ୍ଛିନ୍ନ ମାର୍ଗ ସୃଷ୍ଟି କରିବାକୁ ବୁଝାମଣାପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି । ହୋଣ୍ଡାର କର୍ପୋରେଟ୍ ଦର୍ଶନ ହୋଣ୍ଡାର ସାର୍ବଜନୀନ ଉତ୍ସାହକୁ ସମର୍ଥନ କରିବା ପାଇଁ “ବ୍ୟକ୍ତିପ୍ରତି ସମ୍ମାନ” ଏବଂ “ଥ୍ରୀ ଜୟେ”ର ମୌଳିକ ନୀତି ଉପରେ ଆଧାରି, ଯାହାର ଲକ୍ଷ୍ୟ ହେଉଛି ଲୋକଙ୍କ ଦୈନନ୍ଦିନ ଜୀବନର ଗୁଣବତାରେ ଉନ୍ନତି ଆଣିବା ।


Share It

Comments are closed.