ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି

ଓଡିଶା ମୁଖ୍ୟମନ୍ତ୍ରୀ ଏବଂ ବେଦାନ୍ତ ଅଧ୍ୟକ୍ଷ ରାଜ୍ୟର ଶିଳ୍ପ ଏବଂ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଅଂଶୀଦାରିତ ଦୃଷ୍ଟିକୋଣ ଉପରେ ଆଲୋଚନା କରିଛନ୍ତି


ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଓଡିଶାର ନୂତନ ଭାବରେ ନିଯୁକ୍ତ ହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି ନୂତନ ଭାବରେ ଗଠିତ ହୋଇଥିବା ସରକାରକୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟରେ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଶ୍ରୀ ଅଗ୍ରୱାଲ ଓଡ଼ିଶାର ଅଗ୍ରଗତି ପାଇଁ ବେଦାନ୍ତ ଗ୍ରୁପର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସହଯୋଗର ନୂତନ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଉପରେ ଆଲୋଚନା ହୋଇଥିଲା ଯାହାକି ଓଡିଶାର ପରିବର୍ତନଶୀଳ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରି ରାଜ୍ୟର ଶିଳ୍ପ ଏବଂ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ବୃଦ୍ଧି କରିପାରିବ ।
ନୂତନ ସରକାରର ଦୃଷ୍ଟିକୋଣ ଏବଂ ନେତୃତ୍ୱ ଉପରେ ନିଜର ଆତ୍ମବିଶ୍ୱାସ ପ୍ରକଟ କରି ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କହିଛନ୍ତି ଯେ ଓଡିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପ୍ରମାଣ । ବେଦାନ୍ତର ସଫଳତା ପାଇଁ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ, ଏହାର ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ବିକାଶ ପାଇଁ ଆମେ ସମର୍ପିତ ଅଟୁ । ଶ୍ରୀ ମାଝୀଙ୍କ ସହିତ ମୋର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ଥିଲା ଏବଂ ଆମେ ଓଡିଶାର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲୁ । ତାଙ୍କର ଦକ୍ଷ ନେତୃତ୍ୱରେ ଆମର ଦୀର୍ଘ ଦିନର ସହଭାଗୀତା ଆଗକୁ ବଢିବା ସହିତ ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବାରେ ସହାୟକ ହେବ ।
ବେଦାନ୍ତ ଗ୍ରୁପ୍ ଓଡିଶାରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଛି । ବିଶ୍ୱର ଯେକୌଣସି ଠାରେ ଏହା ହେଉଛି ସର୍ବ ବୃହତ ପୁଞ୍ଜି ବିନିଯୋଗ । ଏହି ପୁଞ୍ଜି ବିନିଯୋଗ ଦ୍ୱରା ୧.୮ଏମଟିପିଏ କ୍ଷମତା ବିଶିଷ୍ଟ ଝାରସୁଗୁଡା ଠାରେ ବିଶ୍ୱର ସର୍ବବୃହତ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଏବଂ ୩.୫ ଏମଟିପିଏ କ୍ଷମତା ବିଶିଷ୍ଟ କାଲାହାଣ୍ଡି ଜିଲ୍ଲାର ଲାଞିଗଡ଼ ଠାରେ ଏକ ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହୋଇଛି । ଏହି ପଦକ୍ଷେପଗୁଡିକ ମାଧ୍ୟମରେ, ଗ୍ରୁପ୍ ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଚାକିରି ସୃଷ୍ଟି କରି ଦୁର୍ଗମ ଅଂଚଳରେ ସମୃଦ୍ଧତା ଆଣିବାରେ ସକ୍ଷମ ହେବା ସହିତ ସ୍ଥାନୀୟ ସମ୍ପ୍ରଦାୟକୁ ସାମାଜିକ ତଥା ଅର୍ଥନୈତିକ ମୁଖ୍ୟ ସ୍ରୋତରେ ଏକୀକୃତ କରିଛି ।
ଶ୍ରୀ ଅଗ୍ରୱାଲ ତାଙ୍କର ପୂର୍ବ ଗସ୍ତ ମେକ୍ ଇନ୍ ଓଡିଶା ୨୦୨୨ ସମୟରେ ବେଦାନ୍ତର ଆଲୁମିନିୟମ୍‌, ଫେରୋକ୍ରୋମ୍ ଏବଂ ଖଣି ବ୍ୟବସାୟକୁ ବିସ୍ତାର କରିବା ପାଇଁ ଟ.୨୫,୦୦୦ କୋଟିରୁ ଅଧିକ ମୂଲ୍ୟର ନୂତନ ପୁଞ୍ଜି ବିନିଯୋଗ ପାଇଁ ଘୋଷଣା କରିଥିଲେ ।
ବ୍ୟବସାୟ ବ୍ୟତୀତ, ବେଦାନ୍ତ ସମ୍ପ୍ରଦାୟର ବିକାଶ ପଦକ୍ଷେପ ମାଧ୍ୟମ


Share It

Comments are closed.