ପିପିଏସ୍ ମୋଟର୍ସ ପକ୍ଷରୁ ଐତିହାସିକ ମାଇଲଖୁଣ୍ଟ ହାସଲ, ଭାରତରେ ୪୦,୦୦୦ ଫକ୍ସୱାଗନ ଯାନ ବିକ୍ରି କରିବାରେ ଦେଶର ପ୍ରଥମ ବହୁ ରାଜ୍ୟଭିତିକ ଡିଲର


ଭୁବନେଶ୍ୱର: ଦେଶର ଅନ୍ୟତମ ବୃହତ ଅଟୋମୋବାଇଲ ଗ୍ରୁପ୍ ର ଅଂଶ ପିପିଏସ୍ ମୋଟର୍ସ ଘୋଷଣା କରିଛି ଯେ ଏହା ୪୦,୦୦୦ ଫକ୍ସୱାଗନ୍ ଯାନ ବିକ୍ରି କରିବାର ମାଇଲଖୁଣ୍ଟରେ ପହଞ୍ଚିଛି ଏବଂ ଏଭଳି ରେକର୍ଡ କରିବାରେ ଏହା ଭାରତର ପ୍ରଥମ ବହୁ ରାଜ୍ୟଭିତିକ ଡିଲର୍ ହୋଇଛି । ପିପିଏସ ମୋଟର୍ସ ଭାରତରେ ଫକ୍ସୱାଗନ୍ ପାଇଁ ଟଚ୍ ପଏଣ୍ଟର ସର୍ବବୃହତ ନେଟୱାର୍କ ରଖିଛି ଯାହା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ଆସାମରେ ରହିଛି ।
ମହାମାରୀ ପରେ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ସତ୍ତ୍ୱେ ପିପିଏସ ମୋଟର୍ସ ୩୩ଟି ଟଚପଏଣ୍ଟକୁ ବୃଦ୍ଧି ପାଇ ଫକ୍ସୱାଗନର ସବୁଠାରୁ ବଡ ନେଟୱାର୍କ ପାର୍ଟନର ହୋଇଛି । ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ପ୍ରତି ଦଶମ ଫକ୍ସୱାଗନ୍ ଯାନ ପିପିଏସ୍ ମୋଟର୍ସ ମାଧ୍ୟମରେ ବିକ୍ରି ହେଉଛି । ପିପିଏସ୍ ମୋଟର୍ସ-ଫକ୍ସୱାଗନ୍ ଟଚପଏଣ୍ଟ ପାଇଁ ୪.୮ର ଉଚ୍ଚ ଗୁଗୁଲ୍ ରେଟିଂ ଅସାଧାରଣ ସେବା ଗୁଣବତ୍ତା ଏବଂ ଗ୍ରାହକ ସନ୍ତୋଷକୁ ଦର୍ଶାଉଛି ।
ପିପିଏସ୍ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ରାଜୀବ ସାଙ୍ଗଭି କହିଛନ୍ତି ଯେ, “ଆମର ଦେଢ଼ ଦଶନ୍ଧିରୁ ଅଧିକ ସମୟର ଯାତ୍ରାରେ ଫକ୍ସୱାଗନ୍ ସହ ଭାଗିଦାରୀ କରି ଆମେ ଆନନ୍ଦିତ ଯାହା ଅତ୍ୟନ୍ତ ଫଳପ୍ରଦ ହୋଇଛି । ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କ ବିଶ୍ୱାସ ଏବଂ ସମର୍ଥନ ପାଇଁ କୃତଜ୍ଞ ଏବଂ ଧନ୍ୟବାଦ ଜଣାଉଛୁ ଯାହା କାରଣରୁ ପିପିଏସ ମୋଟର୍ସ ୪୦,୦୦୦ କାର ବିକ୍ରିର ମାଇଲଖୁଣ୍ଟରେ ପହଞ୍ଚିବାରେ ସକ୍ଷମ ହୋଇଛି । ଭାରତରେ ଫକ୍ସୱାଗନ ବିକ୍ରିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତି ଦଶମ ଫକ୍ସୱାଗନ୍ ଯାନ ପିପିଏସ୍ ମୋଟର୍ସ ମାଧ୍ୟମରେ ବିକ୍ରି ହେଉଥିବା ସର୍ବବୃହତ ଅଂଶୀଦାର ହୋଇଥିବାରୁ ଆମେ ଗର୍ବିତ ।”
ଫକ୍ସୱାଗନ୍ ପାସେଞ୍ଜର କାରସ ଇଣ୍ଡିଆର ବ୍ରାଣ୍ଡ ଡାଇରେକ୍ଟର ଆଶିଷ ଗୁପ୍ତା କହିଛନ୍ତି ଯେ, “ଆମେ ପିପିଏସ ମୋଟର୍ସକୁ ଏହି ଅବିଶ୍ୱସନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛୁ । ସେମାନେ ଏକ ଦୀର୍ଘଦିନର ଅଂଶୀଦାର, ଫକ୍ସୱାଗନ ପାଇଁ ପ୍ରମୁଖ ବଜାରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛନ୍ତି । ଆମର ବିଶ୍ୱାସ ଯେ ପିପିଏସ ମୋଟର୍ସ ଆମର ବିସ୍ତାରିତ ଫକ୍ସୱାଗନ ପରିବାରକୁ ଅସାଧାରଣ ଗ୍ରାହକ ସନ୍ତୋଷ ପ୍ରଦାନ କରି ମାନଦଣ୍ଡକୁ ବଢ଼ାଇବା ଜାରି ରଖିବ ।”
ହାଇଦ୍ରାବାଦର ପିପିଏସ୍ ମୋଟର୍ସର କୁକଟପଲ୍ଲୀ ସିଟି ସୋ’ରୁମରେ ଏକ ସ୍ୱତନ୍ତ୍ର ଉତ୍ସବରେ ୪୦,୦୦୦ତମ ଫୋକ୍ସୱାଗନ୍ କାର୍ ୱାଇଲ୍ଡ ଚେରି ରେଡ୍ ରଙ୍ଗର ଫୋକ୍ସୱାଗନ୍ ଭର୍ଟାସ୍ ହସ୍ତାନ୍ତର କରାଯାଇଛି ।


Share It

Comments are closed.