ସୁଜୁକିର ଅଭିଯାନ ନେକ୍ସଟ ‘ଭାରତ ଭେଂଚର୍ସ’ ପକ୍ଷରୁ ଗ୍ରାମୀଣ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଦିଗରେ ୩୪୦ କୋଟି ଟଙ୍କାର ପାଣ୍ଠି ଗଠନ
ଭୁବନେଶ୍ୱର: ସୁଜୁକି ମୋଟର କଂପାନିର ସହାୟକ ସଂସ୍ଥା ନେକ୍ସଟ ଭାରତ ଭେଂଚର୍ସ ଆଇଏଫଏସସି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୩୪୦ କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଥିବା ଘୋଷଣା କରାଯାଇଛି ଯାହା ଭାରତରେ ସାମାଜିକ ପ୍ରଭାବ ସୃଷ୍ଟିକାରୀ ଷ୍ଟାର୍ଟଅପଗୁଡ଼ିକର ଅଭିବୃଦ୍ଧି ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଏହା ହେଉଛି ଏକ ସାମାଜିକ ପ୍ରଭାବ ନିବେଶ ଫଣ୍ଡ ଯାହା ଦ୍ୱିତୀୟ ଶ୍ରେଣୀ ଏବଂ ତା’ଠାରୁ ତଳ ଭୌଗୋଳିକ ଅଂଚଳରେ ଥିବା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ । ପ୍ରଭାବଶାଳୀ ଉଦ୍ୟୋଗୀମାନଙ୍କୁ ସହଯୋଗ କରି ଭାରତର କୋଟି କୋଟି ଲୋକଙ୍କୁ ଶସକ୍ତ କରିବାକୁ “ନେକ୍ସଟ ଭାରତ” ଲକ୍ଷ୍ୟ ରଖିଛି ।
କମ୍ପାନିର ପ୍ରମୁଖ ଅଭିଯାନ ହେଉଛି “ନେକ୍ସଟ ଭାରତ ରେସିଡେନ୍ସି ପ୍ରୋଗ୍ରାମ” ଯେଉଁଥିରେ ପ୍ରଥମ ସୋପାନ ଉଦ୍ୟୋଗୀଙ୍କ ପାଇଁ ୪ ମାସିଆ ରେସିଡେନ୍ସି କାର୍ଯ୍ୟକ୍ରମ ରହିଛି । ସବୁ ପ୍ରକାର ଇମ୍ପାକ୍ଟ ଉଦ୍ୟୋୀଙ୍କ ପାଇଁ ରେସିଡେନ୍ସି ପ୍ରୋଗ୍ରାମରେ ଯୋଡ଼ିହେବାର ସୁଯୋଗ ଉନ୍ମୁକ୍ତ ହୋଇଛି । ହ୍ୱାଟସଆପ ଜରିଆରେ ଇମ୍ପାକ୍ଟ ଉଦ୍ୟୋଗୀମାନେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୪ ଜୁଲାଇ ୩୧ ତାରିଖ ଏବଂ ଏହି କାର୍ଯ୍ୟକ୍ରମ ୨୦୨୪ ଅକ୍ଟୋବର ୧୪ରୁ ଆରମ୍ଭ ହେବ । ଯେଉଁମାନେ ଅଧିକ ପ୍ରଭାବ ସୃ୍ଷ୍ଟି କରିପାରିବେ, ସେହି ମାନଦଣ୍ଡ ଆଧାରରେ ଉଦ୍ୟୋଗୀଙ୍କୁ ଚୟନ କରାଯିବ ।
ରେସିଡେନ୍ସି ପ୍ରୋଗ୍ରାମ ଶେଷ ହେବା ପରେ ଚୟନ କରାଯାଇଥିବା ଷ୍ଟାର୍ଟଅପଗୁଡ଼ିକୁ ୧ କୋଟି ଟଙ୍କାରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ନିବେଶ ପ୍ରଦାନ କରାଯିବ । ଏହା ପଛର ଉଦ୍ଦେଶ୍ୟ ହେଉଛି ସଂସ୍ଥାଗୁଡ଼ିକୁ ଆବଶ୍ୟକ ଜ୍ଞାନ, ନେଟୱର୍କ ଓ ସମ୍ବଳ ପ୍ରଦାନ କରିବା ଯଦ୍ୱାରା ସେମାନେ ବ୍ୟାପକ ହୋଇପାରିବେ ଏବଂ ଏକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତରୀତ ହୋଇପାରିବେ ।
ସୁଜୁକି ମୋଟର କର୍ପୋରେସନର ଅଧ୍ୟକ୍ଷ ତଥା ସିଇଓ ତୋଶିହିରୋ ସୁଜୁକି କହିଛନ୍ତି ଯେ, “ଭାରତରେ ପ୍ରାୟ ୧.୪ ବିଲିୟନ ଲୋକ ଅଛନ୍ତି, କିନ୍ତୁ ଆମର ମୋବିଲିଟି ବ୍ୟବସାୟ ସହିତ ଆମେ ମାତ୍ର ୦.୪ ବିଲିୟନ ଲୋକଙ୍କ ପାଖରେ ପହଞ୍ଚିଛୁ । ଆମର ଲକ୍ଷ୍ୟ ହେଉଛି ଭାରତର ଆଗାମୀ ବିଲିୟନ ଲୋକଙ୍କ ସହ ଯୋଡ଼ି ହେବା, ଗତିଶୀଳତାଠାରୁ ଅଧିକ ବିସ୍ତାର କରିବା ଏବଂ ଭାରତର ଭବିଷ୍ୟତ କାହାଣୀର ଏକ ଅଂଶ ହେବା ।”
ଆଇଆଇଟି ହାଇଦ୍ରାବାଦର ପୂର୍ବତନ ଛାତ୍ର ବିପୁଲ ନାଥ ଜିନ୍ଦଲ ପ୍ରଥମ ଦିନରୁ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି । ସୁଜୁକି ଜାପାନରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ସେ ଅତୀତରେ ସୁଜୁକି ଇନୋଭେସନ ସେଣ୍ଟର ଭଳି ଗ୍ରୀନଫିଲ୍ଡ ପ୍ରକଳ୍ପର ସଫଳତାର ସହ ନେତୃତ୍ୱ ନେଇଛନ୍ତି ।
ନେକ୍ସଟ ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ବିପୁଲ ନାଥ ଜିନ୍ଦଲ କହିଛନ୍ତି ଯେ,“ଆମେ ଏକ ପ୍ରଭାବଶାଳୀ ଉଦ୍ୟୋଗ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଏହି ଯାତ୍ରା ଆରମ୍ଭ କରୁଛୁ ଯାହା ଗଭୀର ଭାବରେ ଗୋଷ୍ଠୀ ଭିତ୍ତିକ । ପରବର୍ତ୍ତୀ ଭାରତ ନିବେଶ ଢାଞ୍ଚା ପ୍ରତି ପାଣ୍ଠି ଚକ୍ରରେ ମାତ୍ର ଦୁଇ କିମ୍ବା ତିନୋଟି ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏକ ପାଣ୍ଠି ଚକ୍ରରେ ଶତାଧିକ ଲାଭଦାୟକ ଏସଏମଇ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।”
Comments are closed.