ରଥଯାତ୍ରା ପାଇଁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଟିପିସିଓଡିଏଲ୍ ପ୍ରତିଶ୍ରୁତିବଦ୍ଧ

- ଚଳିତ ବର୍ଷ ରଥଯାତ୍ରା ପାଇଁ ୮୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ


ପୁରୀ: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ୧୬୯ ଏମଭିଏ କ୍ଷମତା ସହ ରଥଯାତ୍ରା ସମୟରେ ପୁରୀ ସହରରେ ହେବାକୁ ଥିବା ୭୩ ମେଗାୱାଟର ବିଦ୍ୟୁତ ଅବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ପୁରୀ ସହରରେ ଉନ୍ନତ ଲୋଡ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୪ଟି ପିଟିଆରକୁ ୮ ଏମଭିଏରୁ ୧୨.୫/୧୬ ଏମଭିଏକୁ ବୃଦ୍ଧି କରାଯାଇଛି । ଏନ୍ -୨ ଅତିରିକ୍ତତା ଏବଂ ବିଶ୍ୱସନୀୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର ୩୩ କେଭି ନେଟୱାର୍କକୁ ସୁଦୃଢ଼ କରାଯାଇଛି ।
ଏହି ସମୟ ମଧ୍ୟରେ ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ କର୍ମଚାରୀ, ବିଜନେସ୍ ଆସୋସିଏଟ୍ସ, ଟିପିସିଓଡିଏଲ୍ ଏବଂ ଓଇଏମର ସୁଇଚ ଗିଅର ବିଶେଷଜ୍ଞଙ୍କୁ ଅନ୍ତର୍ଭୁକ୍ତ କରି ଟିପିସିଓଡିଏଲ୍ ୮୦୦ କର୍ମଚାରୀଙ୍କୁ ନିୟୋଜିତ କରିଛି । ୩୩/୧୧ କେଭି ପିଏସଏସ, ଏଚଟି ଏବଂ ଏଲଟି ସୁଇଚଗିୟର ଏବଂ ଓଏଚ ଓ ଅଣ୍ଡରଗ୍ରାଉଣ୍ଡ ନେଟୱାର୍କର ବ୍ୟାପକ ପ୍ରତିଷେଧକ ରକ୍ଷଣାବେକ୍ଷଣ ସହିତ ସ୍ଥିତି ଅନୁଧ୍ୟାନ ସୁନିଶ୍ଚିତ କରାଯାଇଛି । ତାରରେ ଥିବା ତ୍ରୁଟି ଚିହ୍ନଟ କରିବା, ମୋବାଇଲ ଟ୍ରାନ୍ସଫର୍ମର, କ୍ରେନ୍‌, ମ୍ୟାନ ଲିଫ୍ଟର, ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ଏବଂ ଟ୍ରାନ୍ସଫର୍ମର ଓ ତେଲ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି ।
ରଥଯାତ୍ରା ପାଇଁ ସମସ୍ତ ପ୍ରାଥମିକ ସବଷ୍ଟେସନରେ ଦକ୍ଷ ଟିପିସିଓଡିଏଲ୍ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ନିୟୋଜିତ କରାଯାଇଛି । ବିଦ୍ୟୁତ ସ୍ଥିତିର ସାମଗ୍ରିକ ତଦାରଖ ପାଇଁ ତାଳବଣିଆଠାରେ ଏକ ମାଷ୍ଟର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ପଶ୍ଚିମଦ୍ୱାର, ସରଧାବାଲି ବିଦ୍ୟୁତ ସେବା କେନ୍ଦ୍ର, ଶ୍ରୀରାମ ନଗର, ମାଳତୀପାଟପୁର, ସମୁଦ୍ର ବେଳାଭୂମି ଓ ତାଳବଣିଆରେ ମୋବାଇଲ ପାଟ୍ରୋଲିଂ ଗ୍ରୁପ୍ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ ଖୋଲାଯାଇଛି ।
ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ଲିକେଜ କରେଣ୍ଟ ଚିହ୍ନଟ ଅଭିଯାନ, ସମସ୍ତ ପିଏସଏସ ଏବଂ କାର୍ଯ୍ୟାଳୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା, ଲିକେଜ୍ ପ୍ରବାହକୁ ରୋକିବା ପାଇଁ ଇନସୁଲେସନ୍ ପେଣ୍ଟ ପ୍ରୟୋଗ ଏବଂ ଡିଟି ଫେନ୍ସିଂ ପ୍ରଦାନ କରି ସାଧାରଣ ଜନତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ସଚେତକ ରଥ ଭଳି ଜନସୁରକ୍ଷା ଅଭିଯାନ ଓ ସୁରକ୍ଷା ପାମ୍ଫଲେଟ ବଣ୍ଟନକୁ ମଧ୍ୟ ସୁନିଶ୍ଚିତ କରାଯିବ । ଏଥିସହିତ ୩ ଜଣ ଡାକ୍ତର, ଫାର୍ମାସି ସହଯୋଗୀ ଓ ନର୍ସଙ୍କୁ ନେଇ ଗଠିତ ଦୁଇଟି ଭ୍ରାମ୍ୟମାଣ ଡିସପେନସେରି ମଧ୍ୟ ଏହି ରଥଯାତ୍ରା ସମୟରେ ଉପଲବ୍ଧ ହେବ ।
ଟିପିସିଓଡିଏଲର ସିଇଓ ଅରଭିିନ୍ଦ୍ ସିଂହ ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଉପରେ ଆସ୍ଥା ପ୍ରକଟ କରି କହିଛନ୍ତି ଯେ, ‘ପୁରୀରେ ରଥଯାତ୍ରା କାର୍ଯ୍ୟକ୍ରମ ପ୍ରତି ଆମର ସମର୍ପଣ ଅତୁଟ ରହିଛି । ଆମେ ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ମାନବ ସମ୍ବଳର ସଠିକ ବ୍ୟବହାର କରି ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଆନନ୍ଦଦାୟକ ରଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ସହ ସେବାକ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଟିପିସିଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ।’’


Share It

Comments are closed.