ଟାଟା ଷ୍ଟିଲକୁ କ୍ରମାଗତ ଅଷ୍ଟମ ବର୍ଷ ପାଇଁ “ମାଷ୍ଟର ଅଫ୍ ରିସ୍କ – ମେଟାଲ୍ସ ଆଣ୍ଡ ମାଇନିଂ” ପୁରସ୍କାର


ଭୁବନେଶ୍ୱର: ସିଏନବିସି-ଟିଭି୧୮ ଇଣ୍ଡିଆ ରିସ୍କ ମ୍ୟାନେଜମେଣ୍ଟ ଆୱାର୍ଡ ସିଜନ ୧୦ରେ ଟାଟା ଷ୍ଟିଲକୁ ଲାର୍ଜ କ୍ୟାପ୍ ବର୍ଗରେ ‘ମାଷ୍ଟରସ ଅଫ୍ ରିସ୍କ – ମେଟାଲ୍ସ ଆଣ୍ଡ ମାଇନିଂ’ ପୁରସ୍କାର ମିଳିଛି । କ୍ରମାଗତ ଅଷ୍ଟମ ବର୍ଷ ପାଇଁ ଟାଟା ଷ୍ଟିଲକୁ ଏହି ସମ୍ମାନଜନକ ମାନ୍ୟତା ମିଳିଛି ।

ରିସ୍କ ମ୍ୟାନେଜମେଣ୍ଟରେ ଟାଟା ଷ୍ଟିଲର ଉତ୍କର୍ଷତାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି, ଯେଉଁଥିରେ ଜୁରି ସଦସ୍ୟ କମ୍ପାନିର ଅଭିନବ ରଣନୀତି, ଅଗ୍ରଗତିମୂଳକ ପଦକ୍ଷେପ ଏବଂ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଫଳାଫଳକୁ ସୀକୃତି ଦେଇଛନ୍ତି । ମୁମ୍ବାଇର ଲୋୟର ପରେଲ୍ ସ୍ଥିତ ସେଣ୍ଟ ରେଜିସ୍ ଠରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା ।


Share It

Comments are closed.