ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ହୋମ୍ ହେଲ୍‌ଥ କେୟାର ସର୍ଭିସ୍


ଭୁବନେଶ୍ୱର: ଅଗ୍ରଣୀ ହେଲ୍‌ଥ ଇନ୍ସୁରାନ୍ସ କମ୍ପାନୀ, ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଇଡ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ (ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସ) ଦେଶବ୍ୟାପୀ ୫୦ରୁ ଅଧିକ ସହରରେ ନିଜର ହୋମ୍ ହେଲ୍‌ଥ କେୟାର ସେବାର ଶୁଭାରମ୍ଭ କରିଛି । ଏହି ଅତ୍ୟଧିକ ବ୍ୟକ୍ତିଗତ ଗ୍ରାହକ-କୈନ୍ଦ୍ରିକ ଉତ୍ପାଦ ବାଧାମୁକ୍ତ ଓ ତତ୍କାଳ ଦାବି ସମାଧାନ ସହିତ ଗ୍ରାହକଙ୍କ ଡୋରଷ୍ଟେପରେ ପ୍ରଭାବୀ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସ ଭାରତବ୍ୟାପୀ ଇନ୍‌-ହୋମ୍ ମେଡିକାଲ କେୟାର ବା ଘରେ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ କେୟାର୨୪, ପୋର୍ଟିଆ, କଲ୍‌ହେଲ୍‌ଥ ଓ ଅତୁଲ୍ୟ ହୋମ୍‌କେୟାର ସମେତ ଅଗ୍ରଣୀ ପ୍ରଦାତାଙ୍କ ସହ ସହଭାଗିତା କରିଛି ।
ଏସମ୍ପର୍କରେ ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସର ଏମ୍‌ଡି ଓ ସିଇଓ ଆନନ୍ଦ ରୟ, କହିଛନ୍ତିଯେ, “ ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସରେ ଆମେ ବିଶ୍ୱାସ କରୁଛୁ ଯେ, ଆଜିର ଗ୍ରାହକମାନଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟେକ୍ନୋଲୋଜି ହେଉଛି ଏକ ପ୍ରମୁଖ ସକ୍ଷମକାରୀ । ହୋମ୍ ହେଲ୍‌ଥ କେୟାର ସର୍ଭିସ୍‌ର ଶୁଭାରମ୍ଭ ପହଂଚଯୋଗ୍ୟ ସ୍ୱାସ୍ଥ୍ୟସେବା ସମାଧାନ ମାଧ୍ୟମରେ ଉନ୍ନତ ଗ୍ରାହକ ଅନୁଭୂତିକୁ ସକ୍ଷମ କରିବା ପ୍ରତି ଆମର ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ । ଗ୍ରାହକମାନେ ଏବେ ଷ୍ଟାର ହେଲ୍‌ଥ ମୋବାଇଲ ଆପ୍ ମାଧ୍ୟମରେ ବାଧାହୀନ ଭାବେ ଏକ ବିସ୍ତୃତ ଶୃଙ୍ଖଳାର ସଂକ୍ରାମକ ରୋଗଗୁଡିକ ପାଇଁ ୧୦୦% କ୍ୟାଶଲେଶ ହୋମ୍ ହେଲ୍‌ଥକେୟାର ସୁବିଧା ହାସଲ କରିପାରିବେ ।”
ଭାରତର ଜନସଂଖ୍ୟା ୧.୪ ବିଲିୟନ ଅତିକ୍ରମ କରିବା ସହିତ ଏହି ଦେଶ ସୀମିତ ଭିତିଭୂମି ଓ ସ୍ୱାସ୍ଥ୍ୟସେବା ପ୍ରଦାତାଙ୍କ ପାଇଁ ଉପଲବ୍ଧତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଆହ୍ୱାନଗୁଡିକର ସମ୍ମୁଖୀନ ହେଉଛି । ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସ ପହଂଚଯୋଗ୍ୟ ଓ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରି ଏହି ଅନ୍ତରକୁ ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି । ୫୦ରୁ ଅଧିକ ସହରରେ ଆମର ଗ୍ରାହକମାନେ ଆମକୁ କଲ୍ କରି କିମ୍ବା ଷ୍ଟାର ହେଲ୍‌ଥ ମୋବାଇଲ ଆପ୍ ମାଧ୍ୟମରେ ଜ୍ୱର, ତୀବ୍ର ଗ୍ୟାଷ୍ଟ୍ରୋଏନ୍‌ଟେରାଇଟିସ, ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍‌ଶନ (ୟୁଟିଆଇ), ଓ ଆକ୍ୟୁଟ ଗ୍ୟାଷ୍ଟ୍ରାଇଟିସ୍ ସମେତ ବିଭିନ୍ନ ସଂକ୍ରମିତ ରୋଗ ପାଇଁ ଚିକିତ୍ସା ପାଇପାରିବେ । ଏହି ସହଭାଗିତା ସହିତ ଷ୍ଟାର ହେଲ୍‌ଥ ଇନ୍ସୁରାନ୍ସ ଗ୍ରାହକଙ୍କ ଡୋର୍‌ଷ୍ଟେପ୍‌ରେ ପ୍ରାଥମିକ ଓ ଜଟିଳ ଚିକିତ୍ସା, ଏକୀକୃତ ସ୍ୱାସ୍ଥ୍ୟସେବା, ନର୍ସିଂ, ବୟସ୍କ ବ୍ୟକ୍ତିଙ୍କ ଯତ୍ନ, ଫିଜିଓଥେରାପିଷ୍ଟ, ନବଜାତଙ୍କ ଯତ୍ନ, ଲ୍ୟାବ୍ ଡାଇଗ୍ନୋଷ୍ଟିକ ଓ ଫାର୍ମାସି ଆଦି ପାଇଁ ବାଧାହୀନ ଉପଲବ୍ଧତା ପ୍ରଦାନ କରିବବ ।
ଗ୍ରାହକମାନେ ୧୦୦% କ୍ୟାଶଲେସ ହୋମ୍ ହେଲ୍‌ଥ କେୟାର ସୁବିଧା ହାସଲ କରିବା ପାଇଁ ଟୋଲ୍‌ଫ୍ରି ନମ୍ବର ୦୪୪-୬୯୦୦୬୯୦୦ର ବ୍ୟବହାର କରିପାରିବେ । ଏହି ଏଣ୍ଡ-ଟୁ-ଏଣ୍ଡ ପ୍ୟାକେଜ ଏହି ସେବା ସହିତ ବିନା ଆଇଟ୍‌-ଅଫ୍‌-ପକେଟ ଖର୍ଚ୍ଚ ସହିତ ପ୍ରଫେସନାଲ ଫିସ୍‌, ନର୍ସିଙ୍ଗ୍ ଫି’ଠାରୁ ଆରମ୍ଭ କରି ମେଡିସିନ ଓ ଲ୍ୟାବ୍ ଟେଷ୍ଟ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚଗୁଡିକୁ କଭର୍ କରୁଛି । ଡାକ୍ତରମାନେ ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଡୋର୍‌ଷ୍ଟେପ୍‌ରେ ଉପଲବ୍ଧ ହେବେ ଏବଂ ଗ୍ରାହକମାନେ ଔଷଧ, ଡାଇଗ୍ନୋଷ୍ଟିକ ଟେଷ୍ଟ ଓ ସ୍ୱତନ୍ତ୍ର ଚିକିତ୍ସା ପାଇଁ ସହଜ ପହଂଚ ପାଇପାରିବେ ।


Share It

Comments are closed.