ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଇରେଡା ସିଏମ୍‌ଡିଙ୍କ ସାକ୍ଷାତ ସବୁଜ ଶକ୍ତି ଫାଇନାନ୍ସିଂକୁ ସୁଦୃଢ଼ କରିବ


ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ସାସ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ସବୁଜ ଶକ୍ତି ଫାଇନାନ୍ସିଂରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସ୍ଥାୟୀ ବିକାଶ ପ୍ରତି ଏହାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଆଲୋଚନା ବେଳେ ଇରେଡାର ସିଏମ୍‌ଡି ଶ୍ରୀ ଦାସ ସାରା ଭାରତରେ ଅକ୍ଷୟ ଶକ୍ତି ଫାଇନାନ୍ସିଂରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଫାଇନାନ୍ସିଂ ଜରିଆରେ କିଭଳି ଅକ୍ଷୟ ଶକ୍ତି ସମ୍ଭାବନାକୁ ହାସଲ କରିବାରେ ଓଡ଼ିଶାକୁ ସହଯୋଗ କରାଯାଇପାରିବ ସେହି ଅଭିଯାନଗୁଡ଼ିକ ବିଷୟରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ରାଜ୍ୟର ସବୁଜ ଶକ୍ତି ଲକ୍ଷ୍ୟରେ ଜଳ ବିଦ୍ୟୁତ, ଭାସମାନ ସୋଲାର, ସୋଲାର ଉପକରଣ ନିର୍ମାଣ, ଗ୍ରିନ ହାଇଡ୍ରୋଜେନ ଓ ଗ୍ରିନ ଆମୋନିଆ ଆଦି କ୍ଷେତ୍ରରେ ରହିଥିବା ସୁଯୋଗ ହାସଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ସବୁଜ ଶକ୍ତିର ବିକାଶ ପାଇଁ ସର୍ବବୃହତ ଫାଇନାନ୍ସ କମ୍ପାନି ଭାବେ ଇରେଡାର ସ୍ଥିତିକୁ ସ୍ୱୀକାର କରି କମ୍ପାନିର ଅଭିବୃଦ୍ଧିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ସିଂହଦେଓ ଶକ୍ତି ବିଭାଗର ଦାୟିତ୍ୱରେ ମଧ୍ୟ ରହିଛନ୍ତି ।
ଏହି ଆଲୋଚନା ବେଳେ ଇରେଡାର ନିର୍ଦ୍ଦେଶକ (ଫାଇନାନ୍ସ) ଡକ୍ଟର ବିଜୟ କୁମାର ମହାନ୍ତି ଉପସ୍ଥିତ ରହି ଦେଶରେ ଦ୍ରୁତ ଅକ୍ଷୟ ଶକ୍ତି ବିକାଶକୁ ସମର୍ଥନ କରିବା ପାଇଁ ଇରେଡାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ।


Share It

Comments are closed.