ଗୁଜରାଟର ମମତା ମେସିନାରି ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ


ଭୁବନେଶ୍ୱର: ଗୁଜରାଟର ସାନନ୍ଦ ସ୍ଥିତ କମ୍ପାନି ମମତା ମେସିନାରି ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି । ଏଥିପାଇଁ ବୁକ ରନିଂ ଲିଡ ମ୍ୟାନେଜର ଭାବେ ବିଲାଇନ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡକୁ ନିଯୁକ୍ତ କରାଯାଇଛି ।
ଏହି ଅଫରର ଉଦ୍ଦେଶ୍ୟ ହେଉଛି ସେୟାର ବିକ୍ରି କରିବାକୁ ଚାହୁଥିବା ଅଂଶଧନକାରୀମାନଙ୍କ ୭୩୮୨,୩୪୦ ଅଂଶଧନ ବିକ୍ରି କରିବ । ଷ୍ଟକ୍ ଏକ୍ସଚେଂଜରେ ତାଲିକାଭୁକ୍ତ ହେବାର ଲାଭ ହାସଲ କରିବା । ଏହି ଅଫରରୁ ‌ସଂଗୃହୀତ କୌଣସି ପାଣ୍ଠିକୁ କମ୍ପାନି ହାସଲ କରିପାରିବ । ସମ୍ପୂର୍ଣ୍ଣ ରୂପେ ସେହି ରାଶି ଅଂଶଧନକାରୀମାନଙ୍କୁ ମିଳିବ ।
ମହେନ୍ଦ୍ର ପଟେଲ ୫୩୪,୪୮୩ ଇକ୍ୱିଟି ସେୟାର, ନୟନା ପଟେଲ ୧,୯୬୭,୯୩୧ ଇକ୍ୱିଟି ସେୟାର, ଭଗବତୀ ପଟେଲ ୧,୨୨୭,୦୪୨ ଇକ୍ୱିଟି ସେୟାର, ମମତା ଗ୍ରୁପ କର୍ପୋରେଟ ସର୍ଭିସେସ ଏଲଏଲପି ୨,୧୨୯,୮୧୪ ଇକ୍ୱିଟି ସେୟାର, ମମତା ମ୍ୟାନେଜମେଂଟ ସର୍ଭିସେସ ଏଲଏଲପି ୧,୫୨୩,୦୭୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ମମତା ମେସିନାରି ଲିମିଟେଡ ପକ୍ଷରୁ ପ୍ଲାଷ୍ଟିକ ବ୍ୟାଗ, ପାଉଚ ତିଆରି ମେସିନ, ପ୍ୟାକେଜିଂ ମେସିନ ଓ ଏକ୍ସଟ୍ରୁଜନ ଉପକରଣ ନିର୍ମାଣ ଓ ଉତ୍ପାଦନ କରାଯାଉଛି । ପ୍ୟାକେଜିଂ ଶିଳ୍ପରେ କମ୍ପାନି ଏଣ୍ଡ ଟୁ ଏଣ୍ଡ ସମାଧାନ ପ୍ରଦାନ କରୁଛି । କମ୍ପାନି ଏହାର ମେସିନଗୁଡ଼ିକୁ ‘ଭେଗା’ ଓ ‘ୱିନ’ ନାମରେ ବିକ୍ରି କରୁଛି । ୨୦୨୪ ମେ ସୁଦ୍ଧା କମ୍ପାନି ସାରା ଦୁନିଆର ୭୫ଟି ଦେଶରେ ୪୫୦୦ରୁ ଅଧିକ ମେସିନ ସ୍ଥାପନ କରିଛି ।
କମ୍ପାନିର ଗ୍ରାହକମାନଙ୍କ ଭିତରେ ରହିଛନ୍ତି ବାଲାଜୀ ୱାଫର୍ସ ପ୍ରାଇଭେଟ ଲିମିଟେଡ, ଡାସ ପଲିମର୍ସ ପ୍ରାଇଭେଟ ଲିମିଟେଡ, ଜେଫ୍ଲେକ୍ସି ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ, ୟୁଫୋରିଆ ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ, ସନରାଇଜ ପ୍ୟାକେଜିଂ, ଓମ ଫ୍ଲେକ୍ସ ଇଣ୍ଡିଆ, ଚିଟାଲେ ଫୁଡସ, ଭି୩ ପଲିପ୍ଲାଷ୍ଟ ପ୍ରାଇଭେଟ ଲିମିଟେଡ, ଧଲୁମାଲ ପ୍ୟାକେଜିଂ ଇଣ୍ଡଷ୍ଟ୍ରିଜ ଏଲଏଲସି, ଲକ୍ଷ୍ମୀ ସ୍ନାକସ ପ୍ରାଇଭେଟ ଲିମିଟେଡ, ଗଙ୍ଗିଜ ଜ୍ୟୁଟ ପ୍ରାଇଭେଟ ଲିମିଟେଡ, ୱେଷ୍ଟର୍ଣ୍ଣ ଇଣ୍ଡିଆ କାଜୁ କମ୍ପାନି ପ୍ରାଇଭେଟ ଲିମିଟେଡ, ଏନ ଏନ ପ୍ରିଂଟ ଆଣ୍ଡ ପ୍ୟାକ ପ୍ରାଇଭେଟ ଲିମିଟେଡ, ଗିଟସ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ଓ ଏମିରେଟ୍‌‌ସ ନ୍ୟାସନାଲ ଫ୍ୟାକ୍ଟ୍ରି ଫର ପ୍ଲାଷ୍ଟିକ ଆଣ୍ଡ ଏଲ୍‌ଏଲସି ।


Share It

Comments are closed.